Advertisment

ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ବିବାଦ, କଳାପାହାଡ଼ ସରକାର କହି ପୁଣି ଟାର୍ଗେଟ୍ କଲା ବିଜେପି

ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Kamiya Jani controversy

Kamiya Jani controversy

ପ୍ରଥମେ ଲେଖା ମାଧ୍ୟମରେ ସ୍ପଷ୍ଟୀକରଣ ରଖିଥିଲେ। ଆଉ ଆଜି ଭିଡିଓ ବାର୍ତ୍ତା ଜାରି କରି ପୁଣି ସ୍ପଷ୍ଟୀକରଣ ରଖିଲେ ହିନ୍ଦୀ ବ୍ଲଗର କାମିୟା ଜାନି। ତଥାପି ଥମିବାର ନାଁ ନେଉନି, ପାଣ୍ଡିଆନ- କାମିୟା ଜାନି ଓ ଗୋମାଂସ ବିବାଦ। କାମିୟା କହିଛନ୍ତି, ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ପୁରୀ ଯାଇଥିଲି। ଶ୍ରୀମନ୍ଦିରର ଭିତ୍ତିଭୂମି ନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା। ମାତ୍ର ଦୁର୍ଭାଗ୍ୟ ବଶତଃ ଏହି ଭ୍ରମଣ ବିବାଦୀୟ ହୋଇଛି। ଏହା ବି କହିଛନ୍ତି ମନ୍ଦିର ପ୍ରଶାସନର କୌଣସି ନିୟମ ମୁଁ ଭାଙ୍ଗି ନାହିଁ। ଏହା ସହ ମୁଁ କେବେ ଗୋମାଂସ ଖାଇନି କିମ୍ବା ପ୍ରଚାର କରିନି ବୋଲି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା।

Advertisment

କିନ୍ତୁ ଏହି ସ୍ପଷ୍ଟୀକରଣ ପରେ କାମିୟା ଏବଂ ରାଜ୍ୟ ସରକାରଙ୍କୁ ଆହୁରି ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ। କହିଛନ୍ତି କାମିୟାଙ୍କ ସୋସିଆଲ ମିଡିଆ ଭିଡିଓରେ ରହିଛି, ତାଙ୍କ ପ୍ଲେଟରେ ଗୋମାଂସ ରହିଛି ଏବଂ ସେ ଗୋମାଂସ ଖାଇଛନ୍ତି। ଏହା ସହ ଗୋମାଂସ ଭକ୍ଷଣକୁ ପ୍ରଚାର ପ୍ରସାର ସହ ପ୍ରୋତ୍ସାହିତ କରିଛନ୍ତି। କାହିଁକି ତାଙ୍କର ବ୍ୟାକଗ୍ରାଉଣ୍ଡ ନ ବୁଝି ପାଣ୍ଡିଆନ ତାଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇଲେ। ଏହା ସହ ପାଣ୍ଡିଆନଙ୍କୁ ମଧ୍ୟ ଆଟାକ୍ କରି କହିଛନ୍ତି, ରାଜ୍ୟ ସରକାରଙ୍କ ମାନସିକତା ଏବେ କଳାପାହାଡ଼ ମାନସିକତା। କାମିୟାଙ୍କୁ ମନ୍ଦିର ପ୍ରବେଶ କରାଇଥିବା ପ୍ରଭାବଶାଳୀ ଲୋକ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି।

ପାଣ୍ଡିଆନ-କାମିୟା ବିବାଦକୁ ନେଇ ଅଡୁଆ ଜାଲରେ ଫଶି ଫଶି ଯାଉଛି ବିଜେଡି ସରକାର। ଆଜି ବି ସରକାର ଆଉ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଜେପି ଅଭିଯୋଗ କରିଛି ରାଜ୍ୟର ସମସ୍ତ ଧାର୍ମିକ ସ୍ଥାନ, ମଠ ମନ୍ଦିରର ସୁରକ୍ଷା ଓଡ଼ିଆଙ୍କ ଦାୟିତ୍ୱ। ଆମେ ଏହାକୁ ଅଣ ଓଡ଼ିଆ ହାତରେ ଟେକି ଦେଇପାରିବାନି। କଂଗ୍ରେସ କହିଛି, ଉତ୍କଳର ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଯାହାର ଜବାବ୍ ରଖିଛି ବିଜେଡି।

Advertisment
Odisha Srimandir BJP Congress VK Pandian
Advertisment
Advertisment