• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହିନ୍ଦୀ ବ୍ଲଗର କାମିୟା ଜାନିଙ୍କ ଜଗନ୍ନାଥ ଦର୍ଶନ ବିବାଦକୁ ନେଇ ରାଜନୀତି ତେଜିବାରେ ଲାଗିଛି । କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ ବିଜେପି ଲଗାତାର ଭାବେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ଆସୁଛି । ଆଜି ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହି ପ୍ରସଙ୍ଗରେ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଗିରିରାଜ । ସେ ଲେଖିଛନ୍ତି, ପୁରୀ ଶ୍ରୀମନ୍ଦିରର ପବିତ୍ରତା ଉଲ୍ଲଂଘନ କରିବା ବହୁତ ଚିନ୍ତାଜନକ ଅଟେ । ଜଣେ ବିଫ୍ ପ୍ରମୋଟରଙ୍କୁ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭି.କେ.ପାଣ୍ଡିଆନ ଅନୁମତି ଦେବା ଧର୍ମ, ଇତିହାସ ଓ ଆଧ୍ୟାତ୍ମିକତାର ଉପେକ୍ଷା ଅଟେ । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

 

ପୂର୍ବରୁ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କହିଥିଲେ, ସବୁ ଓଡ଼ିଆ ଏବଂ ସନାତନୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଶ୍ରଦ୍ଧାର କେନ୍ଦ୍ର । ତେଣୁ ତାଙ୍କୁ ନେଇ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି କୌମସି କାମ କେହି କରିବା ଉଚିତ ନୁହେଁ । ଜାଣତରେ ହେଉ ବା ଅଜାଣତରେ ହେଉ, ଓଡ଼ିଆ ଲୋକଙ୍କ ଯେଉଁ ଆସ୍ଥା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଛି, ଯେଉଁ ଭାବାବେଗ ଅଛି, ତାକୁ କେହି ଆଘାତ ନ କରିବା ଭଲ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି । କାମିୟା ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କଲା କଂଗ୍ରେସ । କ୍ଷମାପ୍ରାର୍ଥନା ଦାବି କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, କାହା ନିର୍ଦ୍ଦେଶରେ କାମିୟା ଜାନିଙ୍କୁ ନେଇ ଶ୍ରୀମନ୍ଦିର ଯାଇଥିଲେ ପାଣ୍ଡିଆନ୍ । ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଇଥିଲେ ତେବେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି କହିଲେ ଶରତ ପଟ୍ଟନାୟକ । 

ଆଗାମୀ ଦିନରେ ଦଳ ଚରମ ପଦକ୍ଷେପ ନେବ କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ କହିଛନ୍ତି, ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ପ୍ରଚାର ପାଇଁ ନବୀନ ଡାକିଥିଲେ କି ? ମହାପ୍ରସାଦ ପ୍ରଚାର ପାଇଁ କଣ ଏଭଳି ବ୍ଲଗରଙ୍କ ଆବଶ୍ୟକତା ପଡ଼ିଲା । ସେପଟେ ଏହି ବିବାଦକୁ ନେଇ ବିଜେପି ମିଛ କହୁଛି ବୋଲି ବିଜେଡି ଜବାବରେ କହିଥିଲା । ସେପଟେ କାମିୟା ଜାନି ସେ କେବେ ବି ଗୋମାଂସ ଖାଇ ନାହାନ୍ତି ବୋଲି ନିଜ ସୋସିଆଲ ମିଡିଆ ପେଜରେ ଲେଖିଥିଲେ ।