• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହିନ୍ଦୀ ବ୍ଲଗର କାମିୟା ଜାନି କାହିଁକି ପ୍ରବେଶ କଲେ ଶ୍ରୀମନ୍ଦିରରେ? କିଏ ଓ କାହିଁକି ତାଙ୍କୁ ପ୍ରବେଶ କରାଇଥିଲେ ? ଏ ପ୍ରସଙ୍ଗରେ ତଳସ୍ତରକୁ ଯାଇ ବିତର୍କ ହେବାର ଆବଶ୍ୟକତା ରହିଛି । କାମିୟା-ପାଣ୍ଡିଆନ୍ ଏବଂ ଗୋମାଂସ ବିବାଦ ପ୍ରସଙ୍ଗରେ ଏଭଳି ମନ୍ତବ୍ୟ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଏହି ପ୍ରସଙ୍ଗରେ ବିତର୍କ ପାଇଁ ଆହ୍ୱାନ କରିବା କରିବା ସହ କହିଛନ୍ତି, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବି ଚେଷ୍ଟା କରି ଶ୍ରୀମନ୍ଦିର ଭିତରକୁ ଯାଇ ପାରିନାହାଁନ୍ତି । ମନ୍ଦିରର ସ୍ୱତନ୍ତ୍ର ନୀତି ନିୟମ, ବିଧି ବ୍ୟବସ୍ଥାକୁ ଭଙ୍ଗ କରାଯାଇଛି । ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇ ଦିନେ ପ୍ୟାରୀ ମହାପାତ୍ର ମଧ୍ୟ କ୍ଷମା ମାଗିଥିଲେ ବୋଲି କହିଛନ୍ତି ମନମୋହନ ।

ତେବେ ମନମୋହନଙ୍କ ଏଭଳି ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ପୂର୍ବରୁ କିନ୍ତୁ ଗୋମାଂସ ଭକ୍ଷଣ ଅଭିଯୋଗକୁ ନିଜର ବ୍ଲଗ୍ ଜରିଆରେ ଖଣ୍ଡନ କରିଛନ୍ତି ହିନ୍ଦୀ ବ୍ଲଗର କାମିୟା ଜାନି । ତା’ସହ କୌଣସି ନୀତି ନିୟମ ଉଲଂଘନ କରିନାହିଁ ବୋଲି କହିଥିଲେ କାମିୟା ।