• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ବର ବୁଦ୍ଧେଶ୍ବରୀ କଲୋନିରେ ବିରୋଧ ଓ ଅଟକ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣ ଛାଡ଼ିଛନ୍ତି ଅପରାଜିତା । ପଚାରିଛନ୍ତି ଯେ, ମୁଁ ଘଣ୍ଟା ଘଣ୍ଟା ଗାଡ଼ିରେ ଅଟକି ରହିବା ପାଇଁ ଦାୟୀ କିଏ ? ଜଣେ ମହିଳା ସାଂସଦ ୧୨୦ ମିନିଟ ଗାଡ଼ିରେ ଅଟକି ରହିବେ ଏବଂ କିଛି ଲୋକ ଗାଡ଼ିକୁ ବାଡ଼େଇବେ, ଏଥିପାଇଁ ଦାୟୀ କିଏ ?

କାହିଁକି ୨ ମିନିଟ ଭିତରେ ଲୋକଙ୍କୁ ଉଠାଗଲାନି, ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଦୁଇ ଘଣ୍ଟା ବନ୍ଦ କରିହେବ କି ବୋଲି ମଧ୍ୟ ପଚାରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ମଧ୍ୟ କହିଛନ୍ତି ଅପରାଜିତା । ଗତକାଲି କଟକ ରୋଡ ଅଞ୍ଚଳର ବୁଦ୍ଧେଶ୍ବରୀ କଲୋନୀକୁ ଗସ୍ତ ବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ ଅପରାଜିତା ।

ସାଂସଦଙ୍କ ଗାଡ଼ି ଅଟକାଇବା ସହ କିଛି ମହିଳା ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ବିଜେଡି କର୍ମୀ ଏହି ବିରୋଧ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସ୍ଥିତି ସ୍ବାଭାବିକ କରିବାକୁ ଚେଷ୍ଟା କରିଥିଲା । ତେବେ ସନ୍ଧ୍ୟାରେ ସଂପୃକ୍ତ ଅଞ୍ଚଳକୁ ଗସ୍ତରେ ଯିବେ ବୋଲି ପୂର୍ବରୁ କମିଶନରେଟ୍ ପୋଲିସକୁ ମଧ୍ୟ ଜଣାଇଥିଲେ ଅପରାଜିତା ।

ଏମିତିକି ତାଙ୍କୁ ଗସ୍ତ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବାକୁ ଭୁବନେଶ୍ବର ଡିସିପିଙ୍କୁ ଚିଠି ଲେଖି ମଧ୍ୟ ଅବଗତ କରିଥିଲେ । ସ୍ଥିତି ସାମାନ୍ୟ ହେବା ପରେ ଅପରାଜିତା ସେଠି ଜନ ସମାବେଶ କରିଛନ୍ତି ଏବଂ ଲୋକଙ୍କୁ ସମ୍ବୋଧନ କରିଛନ୍ତି । ଏହି ପ୍ରସଙ୍ଗରେ ପ୍ରେସ ରିଲିଜ ଜରିଆରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି ।

ବିଜେଡି ମହିଳାଙ୍କୁ ସମ୍ମାନ ଦେବା ଶିଖିନାହିଁ । ମହିଳା ସାଂସଦଙ୍କୁ ବିରୋଧ ସଂପୂର୍ଣ୍ଣ ଭାବେ ବିଜେଡି ଦ୍ବାରା ପ୍ରାୟୋଜିତ ଓ ବିଜେପିର ଲୋକପ୍ରିୟତାରେ ଶାସକ ବିଜେଡି ଅସହିଷ୍ଣୁ ଓ ଭୟଭୀତ ବୋଲି କହିଛି ବିଜେପି । ତେବେ ଏହି ପ୍ରସଙ୍ଗରେ ପୋଲିସ, ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।