• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୪'ରେ କେମିତି ଓଡ଼ିଶା ଦଖଲ କରିବ ବିଜେପି । ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରୋଡମ୍ୟାପ୍ । ନିଜେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ କରିଛନ୍ତି ସଙ୍ଗଠନ ସମୀକ୍ଷା । ବିଧାନସଭା ଆଉ ଲୋକସଭାରେ ୫୦ ପ୍ରତିଶତରୁ ଅଧିକ ଭୋଟ କରିବାକୁ ରାଜ୍ୟ ସଭାପତିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ମାହୋଲ ବନାଇବାକୁ ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ବ ଓଡିଶା ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ।

ଅନ୍ୟପଟେ ମିଶନ ୧୩୦ ନେଇ ବିଜେଡି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତାକାଲି ଦଳର ପ୍ରତିଷ୍ଠା ଦିବସକୁ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରିବାକୁ ଯୋଜନା କରିଛି ବିଜେଡି । ଓଡ଼ିଶା ଦଖଲ ପାଇଁ ବିଜେପି ପ୍ରସ୍ତୁତ କରିଥିବା ରୋଡମ୍ୟାପରେ ବାଜିଲା କେନ୍ଦ୍ରୀୟ ନେତୃତ୍ବଙ୍କ ମୋହର । ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ।

୨ ଦିନିଆ ବୈଠକରେ ମୋଦି ଶାହଙ୍କ ମାନସମନ୍ଥନ । ଯେହେତୁ ରାଜ୍ୟରେ ଏକ ପ୍ରକାର ଦିମୁଖୀ ଲଢେଇ- ବିଜେପି ବନାମ ବିଜେଡି, ତେଣୁ ସରକାରକୁ ଆସିବାକୁ ୫୦ ପ୍ରତିଶତ ଭୋଟ୍ ନିହାତି ଆବଶ୍ୟକ । ଅର୍ଥାତ ୨୦୧୯ ନିର୍ବାଚନକୁ ଦେଖିଲେ ଲୋକସଭାରେ ଆଉ ୧୨ ଏବଂ ବିଧାନସଭା ନିର୍ବାଚନରେ ଆଉ ୧୮ ପ୍ରତିଶତ ଭୋଟ୍ ଆବଶ୍ୟକ କରୁଛି ଦଳ ।

ତେଣୁ ପ୍ରତି ବୁଥରେ କେମିତି ଭୋଟ୍ ବଢିବ ରଣନୀତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସଭାପତିଙ୍କୁ ଟାସ୍କ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ବ । ଏହା ସହ ବୈଠକରେ ବୁଥ୍ ମ୍ୟାନେଜମେଣ୍ଟ ଉପରେ ଦିଆଯାଇଛି ଗୁରୁତ୍ବ । ଓଡ଼ିଶାରେ ପିଏମ୍ ମୋଦିଙ୍କ ଲୋକପ୍ରିୟତା ଅଧିକ ଥିବାରୁ ମୋଦି ସରକାରଙ୍କ କଥା କୋଟିଏ ପରିବାରଙ୍କ ପାଖରେ ପହଞ୍ଚାଇବାକୁ ହୋଇଛି ରଣନୀତି ।

କେବଳ ସେତିକି ନୁହେଁ ଖୁବଶୀଘ୍ର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦିଲ୍ଲୀ ନେତୃତ୍ବ । ନିକଟରେ ରାଜ୍ୟର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଓଡିଶା ରଣନୀତି ସଂପର୍କରେ ଆଲୋଚନା କରି ଫେରିଛନ୍ତି । ତେଣୁ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଆବଭାବ ଦେଖି ଋଣନୀତିରେ ପରିବର୍ତ୍ତନ କରିଛି ବିଜେଡି ।

୧୩୦ ଆସନ ଟାର୍ଗେଟ ନେଇ ୨୪ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପ୍ରତି ନିର୍ବାଚନ ମଣ୍ଡଳୀସ୍ତରରେ ପାଳନ ହେବ ପ୍ରତିଷ୍ଠା ଦିବସ । ଏହା ସହ କିଛି ନୂଆ ଘୋଷଣା କରିପାରନ୍ତି ଦଳୀୟ ସୁପ୍ରିମୋ । ସେହିପରି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ବିରୋଧୀ ମୁଦ୍ଦାଗୁଡିକୁ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଗକୁ କାର୍ଯ୍ୟକ୍ରମ ହାତକୁ ନେବ ଦଳ ।

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ପରେ ଓଡିଶା ଦଖଲ ନେଇ ଦମ୍ଭ ବଢାଇଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ କହିଥିଲେ, ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୪୫ ପ୍ରତିଶତ ଭୋଟ୍ ପାଇବା ସହ ୧୫ ଲୋକସଭା ଆସନ ହାସଲ କରିବ । ତେବେ ପଦାଧିକାରୀ ବୈଠକରେ ରଣନୀତିକୁ ବିଜେପିକୁ କେତେ ସଫଳ କରୁଛି ତା ଉପରେ ନଜର ।