• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିନିକିଆ ରାୟଗଡା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । କୋରାପୁଟରୁ ସଡକପଥରେ ସଦର ବ୍ଲକ୍ ଗୁମ୍ମା ଗାଁ ଯାଇଥିଲେ ରାଜ୍ୟପାଳ । ସେଠାରେ ଲଳିତା ବିଡ଼ିକାଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ତାଙ୍କୁ ୨୫ ହଜାର ଟଙ୍କା ସହାୟତା ଦେଇଥିଲେ । ତିନିଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଡପାଡ଼ି ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ପିଲାଙ୍କ ସହିତ ଆଲୋଚନା କରିଥିଲେ ।

ପରେ ରାୟଗଡ଼ା ବ୍ଲକ୍ ହାଲୁଆରେ ଚାଷୀଙ୍କୁ ଭେଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଚାଷୀଙ୍କୁ ରାସାୟନିକ ସାର ବଦଳରେ ପ୍ରାକୃତିକ ପଦ୍ଧତିରେ ଚାଷ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ପରେ ତାଦାମା ପଞ୍ଚାୟତ ଚିନ୍ତାଲିଗୁଡାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଆବାସ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଦର୍ଶ ବିଦ୍ୟାଳୟକୁ ଯାଇ ପିଲାଙ୍କ ସହିତ ଆଲୋଚନା ମଧ୍ୟ କରିଥଲେ ।

ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । କେନ୍ଦ୍ର ଓ ରାଜ୍ୟ ଯୋଜନା ଲୋକଙ୍କ ପାଖେ ପହଞ୍ଚୁଛି କି ନା ତାର ତଦାରଖ ବି କରୁଛନ୍ତି । ରାଜ୍ୟର ପଛୁଆ ଜିଲ୍ଲା ମାଲକାନଗିରି ଓ କୋରାପୁଟ ଗସ୍ତ କରି ସିଧାସଳଖ ଲୋକଙ୍କ ସହ ମିଶିଥିଲେ ରଘୁବର ଦାସ । ମହିଳା ସଶକ୍ତିକରଣ ସହ ଦାରିଦ୍ର୍ୟ ଦୂରୀକରଣ ମାନସିକତାଠାରୁ ଉର୍ଦ୍ଧ୍ୱରେ ରହିବାର ମନ୍ତ୍ର ବି ଦେଇଥିଲେ ଗଭର୍ଣ୍ଣର ।