/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703388500.jpg)
Kamiya Jani
ଫାଇଭ୍ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ବ୍ଲଗର କାମିୟା ଜାନି ଓ ଗୋମାଂସ ବିବାଦ ପରେ ନିଜେ କାମିୟା ଜାନି ଏ ନେଇ ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ସେ ଏକ ଭିଡିଓ ବାର୍ତ୍ତା ଜାରି କରି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ଜଣେ ଫୁଡ୍ ବ୍ଲଗର ଭାବେ ସେ ଦେଶର ବିଭିନ୍ନ ସ୍ଥାନ ବୁଲିବା ସହ ସେଠାକାର ଖାଦ୍ୟ ସଂପର୍କରେ ସୂଚନା ଦେଇଥାନ୍ତି ।
ତେବେ ସେ କେବେ ବି ଗୋମାଂସ ଖାଇନଥିବା ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ପୁରୀ ଯାଇଥିଲି । ମନ୍ଦିରର ନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇପଡ଼ିଥିବା କାମିୟା କହିଛନ୍ତି ।
ସେ ଆହୁରି କହିଛନ୍ତି, ମୁଁ ବୁଝିଛି, ମନ୍ଦିର ପ୍ରଶାସନର କିଛି ନିୟମ ରହିଛି । ମାତ୍ର ମୁଁ କୌଣସି ବି ନିୟମ ଭାଙ୍ଗିନାହିଁ । କେରଳ ଗସ୍ତ ବେଳେ ସେ ଗୋମାଂସ ଖାଇଥିବା ନେଇ ତାଙ୍କର ଏକ ଭିଡିଓର ସ୍କ୍ରିନ ସଟ୍ ଭାଇରାଲ୍ ହୋଇଥିଲା । ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ କରାଯାଇଥିବା ଏକ ଭିଡିଓରେ କାମିୟାଙ୍କୁ ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିବାଦ ଜୋର୍ ଧରିଥିଲା । ଘଟଣାକୁ ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବା ସହ ରାଜନୈତିକ ବୟାନବାଜି ମଧ୍ୟ ଜୋର୍ ଧରିଥିଲା ।
ଅନ୍ୟପକ୍ଷରେ ଶ୍ରୀ ପାଣ୍ଡିଆନ ଏହି ପ୍ରସଙ୍ଗକୁ ନେଇ ହେଉଥିବା ବିବାଦରୁ ନିଜକୁ ଦୂରେଇ ରଖିଛନ୍ତି । ଗଣମାଧ୍ୟମ ତାଙ୍କଠୁ ଏନେଇ ପ୍ରତିକ୍ରିୟା ଲୋଡ଼ୁଥିବାବେଳେ ସେ ‘ଜୟ ଜଗନ୍ନାଥ’ କହି ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)