Advertisment

କଲେକ୍ଟରଙ୍କଠୁ SP ଯାଏଁ, କିଏ ୬ ବର୍ଷ ତ କିଏ ୩ ବର୍ଷ

ଦୀର୍ଘ ଦିନ ଧରି ଗୋଟିଏ ପଦବିରେ ଥିବା ଅଫିସରଙ୍କ ପୋଷ୍ଟିଂକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେପି ଓ କଂଗ୍ରେସର ଅଭିଯୋଗ, ସରକାରୀ ଦଳ ଅଫିସରଙ୍କୁ ହାତବାରିସି କରି ଭୋଟ୍ ପାଇବାକୁ ଏଭଳି ପ୍ରୟାସ କରିଛି। ଶାସକ ଦଳର ଯୁକ୍ତି ଏହା ଗତାନୁଗତିକ ପ୍ରକ୍ରିୟା ।

author-image
Santosh Kumar Sahoo

ଦୀର୍ଘ ଦିନ ଧରି ଗାଦି ମାଡ଼ି ବସିଛନ୍ତି ବାବୁ। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି SPଙ୍କ ଯାଏ। ସବୁଠି ଯେମିତି କୋଳି ଖାଇ ମଞ୍ଜି ପୋତିଛନ୍ତି ଅଫିସର । ଗାଦି ମଡ଼ା
ଅଧିକାରୀଙ୍କ ତାଲିକା ବି ରାଜ୍ୟରେ ବେଶ ଲମ୍ବା। ମୟୂରଭଞ୍ଜରେ ଦୀର୍ଘ ପାଞ୍ଚ ବର୍ଷ ଆଠ ମାସ ହେଲା ଜିଲ୍ଲାପାଳ ଅଛନ୍ତି ବିନିତ ଭରଦ୍ୱାଜ । ୨୦୧୨ ବ୍ୟାଚର ଏଇ ଆଇଏଏସ୍ ଅଧିକାରୀ ଜଣକ ଏପ୍ରିଲ୍ ୨୦୧୮ରେ ପୋଷ୍ଟିଂ ପାଇଥିଲେ ଜିଲ୍ଲାରେ। କୋଭିଡ ପରିଚାଳନାରେ ତ୍ରୁଟି, ବାଲି ଚୋରା କାରବାରରେ ଗ୍ରୀନ୍ ଟ୍ରିବୁନାଲଙ୍କ ତିନି ତିନି ଥର ନୋଟିସ୍, ଶିମିଳିପାଳ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଭର୍ତ୍ସନା, ନବୀନ ଛପା ଟି ସାର୍ଟ ପିନ୍ଧି ବିବାଦ ଘେରରେ ଥିଲେ ବି ସରକାର ତାଙ୍କୁ ବଦଳି କରିନାହାନ୍ତି। ସେହିପରି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ପ୍ରାୟ ୬ ବର୍ଷ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ତିନି ବର୍ଷରୁ ଅଧିକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍ ପି ଏମ୍. ସନ୍ଦୀପ ସମ୍ପତ୍ ଏବଂ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗୋଟିଏ ସ୍ଥାନରେ ପ୍ରାୟ ତିନିବର୍ଷ ଧରି କାର୍ଯ୍ୟ କରିଥିଲେ ସୁଦ୍ଧା ଏଯାଏ ବଦଳି ହୋଇନି। ସେପଟେ ଦୀର୍ଘ ଦିନ ଧରି ଗୋଟିଏ ପଦବିରେ ଥିବା ଅଫିସରଙ୍କ ପୋଷ୍ଟିଂକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେପି ଓ କଂଗ୍ରେସର ଅଭିଯୋଗ, ସରକାରୀ ଦଳ ଅଫିସରଙ୍କୁ ହାତବାରିସି କରି ଭୋଟ୍ ପାଇବାକୁ ଏଭଳି ପ୍ରୟାସ କରିଛି। ଶାସକ ଦଳର ଯୁକ୍ତି ଏହା ଗତାନୁଗତିକ ପ୍ରକ୍ରିୟା ।

Advertisment
2024 General Elections Election Commission Odisha
Advertisment
Advertisment