ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।
ସମ୍ବଲପୁର ଜିଲ୍ଲା ଗସ୍ତରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା । ଅଁଳାପାଲିରେ ବୈଜୟନ୍ତଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।
ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା । ହାରିଯିବା ପରେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ ।
ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ବିଜେପି ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ ।
ଯେଉଁମାନେ ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସମୟ ସମୟରେ ଯାଇ ଜିଲ୍ଲା ସ୍ତରରେ ନୂଆ ନୂଆ ପ୍ରାର୍ଥୀ ସୃଷ୍ଟି କଲେ । ସେଥିପାଇଁ ଆମର ଫଳାଫଳ ଖରାପ ହେଲା ବୋଲି କହିଛନ୍ତି ବରିଷ୍ଠ ନେତା ମଙ୍ଗଳା କିଷାନ ।
ବିଜେଡିର ପରାଜୟ ପରେ ଚାଲିଛି ମଙ୍ଗୁଆଳଙ୍କ ପକ୍ଷଛେଦନ । ଗୋଟିଗୋଟି କରି ହିସାବ ମାଗୁଛନ୍ତି ବିଜେଡି ସୁପ୍ରିମୋ ।
ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପୂର୍ବ ସରକାର ସମୟରେ ପ୍ରଶାସନିକ ସ୍ତରରେ ହେଉଥିବା ତ୍ରୁଟି ବିଚ୍ୟୁତିର ଉଦାହରଣ ଦେଇ ପ୍ରଶାସନକୁ ଲୋକାଭିମୁଖୀ ହେବାକୁ ପରାମର୍ଶ ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦଳର ଦ୍ବିତୀୟ କ୍ଷମତାକେନ୍ଦ୍ର ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ଇଙ୍ଗିତ କରି ମହୀଧର କହିଛନ୍ତି, ନିର୍ବାଚନ ପରିଚାଳନାରେ ତ୍ରୁଟି ରହିଲା।
ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରୀ ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସମାଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା କୁ ଦାୟୀ କରିଥିଲେ।
ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି ପୂର୍ବାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରାଜଭବନକୁ ଯାଇଥିଲେ ।
ମୋହନ ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା । ସେକାଳ ପଖାଳ ଆଉ ନାହିଁ । ଗର୍ବ ଛାଡ଼ି ଲୋକପ୍ରତିନିଧିଙ୍କୁ ସମ୍ମାନ କର, ନିୟମିତ ଫିଲ୍ଡ ଭିଜିଟ୍ କରି ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦିଅ ।
ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନି । ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନଯିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ ମହୀଧର ରଣା ।
ଭରତପୁର ଥାନାର ସେହି ଭୟଙ୍କର ଅମାନବିକ କାଣ୍ଡ ବିଷୟରେ କାହାରିକୁ ଅଜଣା ନାହିଁ, ଊଣା ଅଧିକ ପ୍ରାୟ ଆମେ ସଭିଏ ଅବଗତ । ଗତ ୧୫ ତାରିଖ ରାତିରେ ଜଣେ ଆର୍ମି କ୍ୟାପଟେନ୍ ଏବଂ ତାଙ୍କ ଆଇନଜୀବୀ ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ସମଗ୍ର ରାଜ୍ୟ ତଥା ଦେଶରେ କମ୍ପନ ସୃଷ୍ଟି କରିଛି ।
ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଶଙ୍ଖ ଭବନରେ ନବୀନ ଢେଙ୍କାନାଳ ଜିଲ୍ଲା ସମୀକ୍ଷା କରୁଥିବା ବେଳେ ଅବିନାଶ ଖୋଲାଖୋଲି ତାଙ୍କୁ ନିର୍ବାଚନ ପରାଜୟର କାରଣ କହିଛନ୍ତି।
ପ୍ରଦୀପ ମାଝୀଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । ସୁପ୍ରିମୋଙ୍କ ସାମ୍ନାରେ ବିପର୍ଯ୍ୟୟ ୫ ଗୁମର ଖୋଲିଲେ ଅବିନାଶ ସାମଲ ।
ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ । ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କ୍ରିୟାଶୀଳ ହୁଅ ।
ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି । କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି। ଚୀନ, ଆମେରିକା ଅପେକ୍ଷା ଆମର ସ୍ଥିତି ଭଲ ବୋଲି କହିଲେ ନଡ୍ଡା।
ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଲେ ଯୋଗାଯୋଗରେ ବହୁ ବିଜେଡି ନେତା । ବିଜେଡିର କାଉଣ୍ଟର 'ଆମ ସଂପର୍କରେ ବି ଅଛନ୍ତି ତାଙ୍କ ଲିଡର' ।
ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଆଗକୁ ବଡ଼ ବଡ଼ ବିସ୍ଫୋରଣ ହେବ । ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ ବିଜେପି ସହ ସମ୍ପର୍କରେ ଅଛନ୍ତି ।