ମମତା ଦିଦିଙ୍କ ପାଖରେ ମମତା ନାହିଁ । ଆଳୁ ମିଶନ ଫେଲ କାରଣରୁ ଦିଦିଙ୍କ ଦୌରାତ୍ମ୍ୟ ଆମକୁ ଏବେ ସହିବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ମୋହନଙ୍କ ପୁଣି ସିଧା ନିଶାନା । ବିଗତ ସରକାର ଯାହା କରିଛନ୍ତି ଓଡିଶାକୁ ଭୋଗିବାକୁ ପଡୁଛି । ଆଳୁ ପାଇଁ ପଶ୍ଚିମବଙ୍ଗ ନାଲି ଆଖି ଦେଖାଉଛି । ପିଆଜ ପାଇଁ ମହାରାଷ୍ଟ୍ର ।
ଟମାଟୋ ପାଇଁ କର୍ଣ୍ଣାଟକ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଆନ୍ଧ୍ରପ୍ରଦେଶରୁ ମାଛ ଅଣ୍ଡା ନ ଆସିଲେ କେହି ଖାଇବାକୁ ପାଇବେ ନାହିଁ । ଏଭଳି ପରିସ୍ଥିତି ଏବେ ଓଡ଼ିଶାରେ ଉପୁଜିଛି । କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଧା ଟାର୍ଗେଟ କରିଛନ୍ତି ପୂର୍ବ ସରକାରକୁ ।
Also Read
ଧାନ ଚାଉଳକୁ ଛାଡିଦେଲେ ଓଡିଶା କେଉଁଥିରେ ସ୍ୱାବଲମ୍ବୀ ହୋଇପାରିନି । ଭୋଟ ବ୍ୟାଙ୍କ ତିଆରି ପାଇଁ ଚାଷୀଙ୍କୁ ଠକିଥିଲେ ପୂର୍ବ ସରକାର । କେତେବେଳେ ଆଳୁ ମିଶନ୍ ନାଁରେ ଆଉ କେତେବେଳେ ପଣସ ମିଶନ ନାଁରେ । ମିଶନ ପରେ ମିଶନ କରି ଫଳ ଶୂନ । ପୂର୍ବ ସରକାର ଆଳୁ ମିଶନ ଯଦି ସଫଳ ହୋଇଥାନ୍ତା ତେବେ ଏ ଦିନ ଆମକୁ ଦେଖିବାକୁ ପଡି ନଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ ମନମୋହନ ପୂର୍ବ ବିଜେଡି ସରକାରଙ୍କୁ ନିଶାନା କରିଛନ୍ତି ।
ପଶ୍ଚିମବଙ୍ଗ ଏବେ ବି ଆଳୁ ଓଡିଶାକୁ ଛାଡୁନି । ଯାହାର ପ୍ରଭାବ ଆଳୁ ଦର ଉପରେ ପଡୁଛି । କିଏ କେତେ ଟଙ୍କାରେ ବିକୁଛି ତାର ହିସାବ ନାହିଁ । ଚୋରାରେ ପଶ୍ଚିମବଙ୍ଗରୁ ଆଳୁ ଆସୁଛି । ଖାଦ୍ୟଯୋଗାଣ ମନ୍ତ୍ରୀଙ୍କ ପାଖରେ ବି ଖବର ଅଛି । ବଜାରରେ ଏବେ ବି କିଛି ବ୍ୟବସାୟୀ ଆଳୁ ଚଢା ଦରରେ ବିକ୍ରି କରୁଛନ୍ତି ।
ସେମାନଙ୍କ ଉପରେ କୋଠାର ଏଵଂ ଆଇନ୍ ଗତ କାର୍ଯ୍ୟନୁଷ୍ଠାନ ନିଆଯିବ । ଏନେଇ ଗତକାଲି ବିଭାଗୀୟ ମନ୍ତ୍ରୀ ସେମାନଙ୍କୁ ସତର୍କ କରି ଦେଇଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ ଉପରେ ଚଢ଼ାଉ କରିବା ସହ ମୋଟା ଅଙ୍କର ଫାଇନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ଆଳୁ ହେଉ କି ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ହେଉ, ଆମ ରାଜ୍ୟ ଅନ୍ୟ ରାଜ୍ୟ ଉପରେ କିପରି ନିର୍ଭରଶୀଳ ହୋଇ ରହିଛି, ସେ ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୪ ବର୍ଷର ସରକାରଙ୍କ ସତ ସମସ୍ତଙ୍କ ସାମନାରେ ରଖିଛନ୍ତି ।