Advertisment

Prashant Kishore Hunger Strike: ବିହାର ପରୀକ୍ଷା ଦୁର୍ନୀତି, ଆମରଣ ଅନଶନରେ ପ୍ରଶାନ୍ତ କିଶୋର

ବିପିଏସସିର ଅଧାରୁ ଅଧିକ ସିଟ ‍ବିକ୍ରି ହେଉଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଆଜିର ଦିନରେ ୧୫ ହଜାର ପରୀକ୍ଷାର୍ଥୀ ପୁଣି ଥରେ ବିପିଏସସି ପରୀକ୍ଷା ଦେଉଛନ୍ତି। କିନ୍ତୁ ୩.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ସୁଯୋଗ ମିଳୁ ନଥିବା ନେଇ ଅଭିଯୋଗ କରି ଧାରଣାରେ ବସିଛନ୍ତି। ରାଜ୍ୟରେ ଡିଏସପି ଚାକିରି ଗୁଡିକ ୧.୫ କୋଟି ଟଙ୍କାରେ ବିକ୍ରି ହେଉଛି। ଦୁର୍ନୀତିଖୋର ଲୋକମାନେ ଖୋଲାଖୋଲି ଏଭଳି କରୁଥିବା ବେଳେ ସରକାର ନିଦା ବିଷ୍ଣୁ ସାଜିଛନ୍ତି।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
prashant kishor

prashant kishor

ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସସି) ପରୀକ୍ଷାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣିବା ସହ ଆମରଣ ଅନଶନରେ ବସିଛନ୍ତି ପ୍ରଶାନ୍ତ କିଶୋର। ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶାନ୍ତ କିଶୋର ସିଟ ବିକ୍ରି ହେଉଥିବାର ଅଭିଯୋଗ ଆଣିଛନ୍ତି। ଭଲ ପାଠ ପଢିଲେ ମଧ୍ୟ ସରକାର ଚାକିରିର ଗ୍ୟାରେଣ୍ଟି ଦେଉ ନାହାନ୍ତି। ଯେଉଁ ମାନେ ପଇସା ଦେବାରେ ସମର୍ଥ ହେଉଛନ୍ତି ଚାକିରି କେବଳ ସେଇମାନଙ୍କୁ ମିଳୁଛି ବୋଲି ସେ କହିଛନ୍ତି।

Advertisment

ବିପିଏସସିର ଅଧାରୁ ଅଧିକ ସିଟ ‍ବିକ୍ରି ହେଉଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଆଜିର ଦିନରେ ୧୫ ହଜାର ପରୀକ୍ଷାର୍ଥୀ ପୁଣି ଥରେ ବିପିଏସସି ପରୀକ୍ଷା ଦେଉଛନ୍ତି। କିନ୍ତୁ ୩.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ସୁଯୋଗ ମିଳୁ ନଥିବା ନେଇ  ଅଭିଯୋଗ କରି ଧାରଣାରେ ବସିଛନ୍ତି। ରାଜ୍ୟରେ ଡିଏସପି ଚାକିରି ଗୁଡିକ ୧.୫ କୋଟି ଟଙ୍କାରେ ବିକ୍ରି ହେଉଛି। ଦୁର୍ନୀତିଖୋର ଲୋକମାନେ ଖୋଲାଖୋଲି ଏଭଳି କରୁଥିବା ବେଳେ ସରକାର ନିଦା ବିଷ୍ଣୁ ସାଜିଛନ୍ତି।

ସରକାର ଯେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଦାବି ପ୍ରତି କର୍ଣ୍ଣପାତ କରି ନାହାନ୍ତି ସେ ଯାଏ ସେ ଆମରଣ ଅନଶନ ଜାରି ରଖିବେ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଭେଟି ଆଲୋଚନା କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ଉଭୟ ପକ୍ଷ ମିଳିତ ଭାବେ ଆଲୋଚନା କରି ସମସ୍ୟାର ସମାଧାନର ରାସ୍ତା ବାହାର କରିବା ଉଚିତ ବୋଲି ସେ କହିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଆପ୍‌କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟ୍; କହିଲେ-‘ଗତ ୧୦ ବର୍ଷ ଧରି ଦିଲ୍ଲୀକୁ ବିପର୍ଯ୍ୟୟ ଘେରି ରହିଛି’

ଡିସେମ୍ବର ୧୩ ତାରିଖରେ ଇଣ୍ଟିଗ୍ରେଟେଡ କମ୍ବାଇନଡ କମ୍ପିଟେଟିଭ ଏକ୍ଜାମ ଓ ବିପିଏସସିର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିବା ସହ ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଥିଲେ।

ଶୁକ୍ରବାର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଶିଖରରେ ପହଞ୍ଚିଥିଲା। ଛାତ୍ରଛାତ୍ରୀ ମାନେ ରାସ୍ତାଘାଟ ବନ୍ଦ କରିଥିବା ବେଳେ ପୋଲିସ କିଛି ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କୁ ଅଟକ ରଖିଥିଲା। ଅନ୍ୟ ପକ୍ଷରେ ସ୍ବାଧୀନ ବିଧାୟକ ପପ୍ପୁ ଯାଦବ ନିଜ ସମର୍ଥକଙ୍କ ସହିତ ଟ୍ରେନ ଚଳାଚଳ ବନ୍ଦ କରିବାକୁ ପ୍ରୟାସ କରିଥିଲେ। ପାଟନା ସମେତ ଅରାରିଆ, ପୁର୍ନିଆ ଓ ମୁଜାଫରପୁରରେ ଟ୍ରେନ ଅଟକାଇବାକୁ ପ୍ରୟାସ କରିଥିଲେ। କଂଗ୍ରେସ ଓ ବାମପନ୍ଥୀ ଦଳର ନେତାମାନଙ୍କ ନାମରେ ବିହାର ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ବିଭିନ୍ନ ବାମପନ୍ଥୀ ସଙ୍ଗଠନ ଗୁଡିକ ପକ୍ଷରୁ ଏକ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଥିଲା।

ଅଧିକ ପଢ଼ନ୍ତୁ;ପିକେଙ୍କ ନୂଆ ଫର୍ମୁଲା

Prashant Kishor
Advertisment
Advertisment