Advertisment

Trump in Tension: ଶପଥ ପାଠର ୧୦ ଦିନ ପୂର୍ବରୁ ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ !

ନିକଟରେ ସଙ୍ଗଠିତ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଟ୍ରମ୍ପ। ତେବେ ବର୍ତ୍ତମାନ ଟ୍ରମ୍ପଙ୍କ ହ୍ବାଇଟ ହାଉସ ପ୍ରବେଶକୁ ନେଇ ଆଶଙ୍କା ଦେଖା ଦେଇଛି। ଏହି ମାମଲାରେ ଟ୍ରମ୍ପଙ୍କୁ ୪ ବର୍ଷର ଦଣ୍ଡାଦେଶ ହେବାର ସମ୍ଭାବନା ରହିଛି। ପୂର୍ବରୁ ସମାନ ଲାଞ୍ଚ ପ୍ରଦାନ ମାମଲାରେ ନ୍ୟୁୟର୍କର ଏକ ଜୁରୀ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାକୁ ନେଇ ଚିନ୍ତାରେ ଅଛନ୍ତି ଟ୍ରମ୍ପ।

author-image
Otv Khabar Bureau
ଅଦ୍ୟତନ ହୋଇଛି
donald trump

donald trump

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇ ପାରନ୍ତି। ଅଧିକାରୀଙ୍କୁ ଲାଞ୍ଚ ଦେବା ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆସନ୍ତା ୧୦ ତାରିଖରେ ଏହି ମାମଲାର ଦଣ୍ଡ ଶୁଣାଣି କରାଯିବ ବୋଲି ବିଚାରପତି ଜୁଆନ ମର୍କାନ ଘୋଷଣା କରିଛନ୍ତି। ଫଳରେ ଟ୍ରମ୍ପ ଗିରଫ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଜାନୁୟାରୀ ୨୦ ତାରିଖରେ ଟ୍ରମ୍ପ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ତେବେ ୧୦ ତାରିଖରେ ଦଣ୍ଡ ଶୁଣାଣି ଥିବାରୁ ସେ ଗିରଫ ହେବାର ଆଶଙ୍କା ବୃଦ୍ଧି ପାଇଛି।

Advertisment

ନିକଟରେ ସଙ୍ଗଠିତ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଟ୍ରମ୍ପ। ତେବେ ବର୍ତ୍ତମାନ ଟ୍ରମ୍ପଙ୍କ ହ୍ବାଇଟ ହାଉସ ପ୍ରବେଶକୁ ନେଇ ଆଶଙ୍କା ଦେଖା ଦେଇଛି। ଏହି ମାମଲାରେ ଟ୍ରମ୍ପଙ୍କୁ ୪ ବର୍ଷର ଦଣ୍ଡାଦେଶ ହେବାର ସମ୍ଭାବନା ରହିଛି। ପୂର୍ବରୁ ସମାନ ଲାଞ୍ଚ ପ୍ରଦାନ ମାମଲାରେ ନ୍ୟୁୟର୍କର ଏକ ଜୁରୀ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହି ନିଷ୍ପତ୍ତିକୁ ବିରୋଧ କରି ଟ୍ରମ୍ପ ଆବେଦନ କରିଥିବା ବେଳେ ଜୁଆନ ମର୍କାନ ଏହି ମାମଲାର ବିଚାର କରୁଛନ୍ତି। ୧୦ ତାରିଖରେ ରାୟ ପ୍ରକାଶ ନିଷ୍ପତ୍ତି ଆସିବା ପରେ ଟ୍ରମ୍ପ ଏହାକୁ ସମାଲୋଚନା କରିଛନ୍ତି। ରାଜେନୈତିକ ଅଭିସନ୍ଧି ରଖି ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଉଛି ବୋଲି ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି। ସେହିପରି ବିଚାରପତି ଜୁଆନ ମର୍କାନ ଜଣେ କଠୋରପନ୍ଥୀ ବୋଲି କହିଛନ୍ତି ଟ୍ରମ୍ପ।

Advertisment

ଅଧିକ ପଢ଼ନ୍ତୁ;ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ବନ୍ଦ ହେବ ଯୁଦ୍ଧ, କମିବ ଭୂ-ରାଜନୈତିକ ଅସ୍ଥିରତା ଓ ତେଲ ଦର !

୨୦୦୬ ମସିହାରେ ପର୍ନ ଷ୍ଟାର ଷ୍ଟର୍ମ ଡାନିଏଲ୍ସଙ୍କ ସହ ଟ୍ରମ୍ପ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ଉଠିଥିଲା। ଏହାକୁ ଲୁଚାଇବା ପାଇଁ ଟ୍ରମ୍ପ ଲାଞ୍ଚ ଦେଇଥିବା ବେଳେ ୩୪ ଫେଲୋନୀର ଅପରାଧ କରିଥିଲେ। ୨୦୧୬ରେ ଲାଞ୍ଚ ଦେଇଥିବା ବେଳେ ବର୍ତ୍ତମାନ ଏହା ତାଙ୍କୁ ଅଡୁଆରେ ପକାଇଛି। ତେବେ ଟ୍ରମ୍ପଙ୍କ ଓକିଲ ତାଙ୍କୁ ମୁକ୍ତ କରିବା ପାଇଁ ଏକାଧିକ ଦଲିଲ ଉପସ୍ଥାପନ କରିଛନ୍ତି। ଗତ ବର୍ଷର ସୁପ୍ରିମେକାର୍ଟଙ୍କ ରାୟକୁ ଶୁଣାଇଥିଲ ମଧ୍ୟ ଏହାକୁ ଖାରଜ କରିଥିଲେ ଜୁଆନ ମର୍କାନ। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସୁପ୍ରିମକୋର୍ଟ ଟ୍ରମ୍ପଙ୍କୁ ଇମ୍ୟୁନିଟି ପ୍ରଦାନ କରିଥିଲେ।

ଏହା ସହିତ ଜୁଆନ ମର୍କାନ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ଟ୍ରମ୍ପ ହ୍ବାଇଟ ହାଉସରେ ପ୍ରବେଶ କରିବା ପରେ ତାଙ୍କୁ ଦଣ୍ଡିତ କରାଯିବା ସମ୍ଭବ ନୁହେଁ। ଅନ୍ୟ ପକ୍ଷରେ ଟ୍ରମ୍ପଙ୍କ ମୁଖପାତ୍ର ଷ୍ଟିଭେନ ଚିୟୁଙ୍ଗ ବିଚାରପତିଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିବା ସହ ଲଢେଇ ଜାରି ରହିବ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ;ଜାନୁଆରୀ ୨୦ରେ ଶପଥ ନେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

Donald Trump
Advertisment
Advertisment