Advertisment

Bangladesh revises History: ବାଂଲାଦେଶ ଇତିହାସ ପାଠ୍ୟକ୍ରମ ବଦଳିବ, ବଙ୍ଗବନ୍ଧୁଙ୍କ ନାମ ବାଦ୍ ପଡିବ

ବାଂଲାଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ନାମ ସ୍ବାଧୀନତା ଘୋଷଣା ପତ୍ରରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ସରକାର। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଥିବା ଇତିହାସ ବହି ଅନୁସାରେ ଶେଖ ମୁଜିବୁର ରେହମାନ ବାଂଲାଦେଶର ସ୍ବାଧୀନତା ଘୋଷଣା କରିଥିଲେ। ତେବେ ଏହାକୁ ପରିବର୍ତ୍ତନ କରି ଜିଆଉର ରେହମାନ ଏହି ଘୋଷଣା କରିଥିଲେ ବୋଲି ବର୍ତ୍ତମାନର ପୁସ୍ତକରେ ଉଲ୍ଲେଖ କରାଯାଇଛି।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Banglasdesh

Banglasdesh

ବାଂଲାଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ନାମ ସ୍ବାଧୀନତା ଘୋଷଣା ପତ୍ରରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ସରକାର। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଥିବା ଇତିହାସ ବହି ଅନୁସାରେ ଶେଖ ମୁଜିବୁର ରେହମାନ ବାଂଲାଦେଶର ସ୍ବାଧୀନତା ଘୋଷଣା କରିଥିଲେ। ତେବେ ଏହାକୁ ପରିବର୍ତ୍ତନ କରି ଜିଆଉର ରେହମାନ ଏହି ଘୋଷଣା କରିଥିଲେ ବୋଲି ବର୍ତ୍ତମାନର ପୁସ୍ତକରେ ଉଲ୍ଲେଖ କରାଯାଇଛି।

Advertisment

ପାଠ୍ୟପୁସ୍ତକ ଗୁଡିକର ବର୍ତ୍ତମାନ ମୁଦ୍ରଣ ଜାରି ରହିଛି । ଜାନୁୟାରୀ ୧ ତାରିଖରୁ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟାଯିବ। ଶେଖ ହସିନା ପ୍ରଧାନମନ୍ତ୍ରୀ ଥିବା ସମୟରେ ନୋଟରେ ଥିବା ଜିଆଉର ରେହମାନଙ୍କ ଫଟୋ ହଟାଇବାକୁ ପ୍ରୟାସ କରିଥିଲେ। ତେବେ ବିରୋଧାଭାସ ପରେ ହସିନା ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ। ମାର୍ଚ୍ଚ ୨୬, ୧୯୭୧ ମସିହାରେ ବାଂଲାଦେଶ ସ୍ବାଧୀନତା ଲାଭ କରିଥିଲା। ସମାନ ଦିନରେ ଜିଆଉର ରେହମାନ ସ୍ବାଧୀନତା ସମ୍ପର୍କରେ ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୭ ତାରିଖରେ ବଙ୍ଗବନ୍ଧୁଙ୍କ ମେସେଜକୁ ପୁନର୍ବାର ପଢିବା ସହ ସ୍ବାଧୀନତା ସମ୍ପର୍କରେ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ:୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି; ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ହେବେ ସାମିଲ

Advertisment

ଜାତୀୟ ପାଠ୍ୟକ୍ରମ ନିର୍ଦ୍ଧାରଣ କରୁଥିବା କମିଟିର ମୁଖ୍ୟ ପ୍ରଫେସର ଏକେଏମ ରିଜାଉଲ ହସନ ଏହି ବୟାନ ଦେଇଛନ୍ତି। ଅନ୍ୟତମ ଲେଖକ ତଥା ଗବେଷକ ରାଖାଲ ରାହା ମଧ୍ୟ ସମାନ ମତ ବ୍ୟକ୍ତ କରିଛନ୍ତି। ରାହା କହଛନ୍ତି ସରକାରଙ୍କ ଚାପରେ ଦୀର୍ଘ ବର୍ଷ ହେବ ଭୁଲ ଇତିହାସ ପଢା ଯାଉଥିଲା। ବର୍ତ୍ତମାନ ଏହାକୁ ବଦଳାଇବାର ସମୟ ଆସିଯାଇଛି। ସ୍ବାଧୀନତା ସମୟରେ ଶେଖ ମୁଜିବୁର ରେହମାନ ପାକିସ୍ତାନ ସେନା ଦ୍ବାରା ଗିରଫ ହୋଇଥିଲେ। ତେଣୁ ସେ କୌଣସି ୱାୟାରଲେସ ମେସେଜ ପଠାଇବା ସମ୍ଭବ ନୁହେଁ ବୋଲି କମିଟି ମତବ୍ୟକ୍ତ କରିଥିଲା। ଫଳରେ ନାମ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ ତାଙ୍କୁ ଦିଆଯାଇଥିବା ବଙ୍ଗବନ୍ଧୁ ଓ ଜାତୀୟ ପିତାର ଉପାଧି ମଧ୍ୟ ଫେରସ୍ତ ନିଆଯିବ ବୋଲି ଘୋଷଣା କରାଯାଇଛି।

ଛାତ୍ର ଆନ୍ଦୋଳନ କାରଣରୁ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ସହ ଦେଶ ଛାଡି ପଳାୟନ କରିଥିଲେ। ଏହା ପରେ ସମଗ୍ର ଦେଶରେ ରହିଥିବା ଶେଖ ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିଲା।

 ଶନିବାର ଇସ୍କନର ଚିନ୍ମୟ କ୍ରିଷ୍ଣା ଦାସଙ୍କୁ କୋର୍ଟରେ ଜାମିନ ମିଳିନାହିଁ। ୧୧ ଜଣ ଓକିଲ ଚିନ୍ମୟଙ୍କ ପକ୍ଷରୁ ଲଢୁଥିବା ବେଳେ ଶନିବାର ୩୦ ମିନିଟ ଧରି ଶୁଣାଣି ଚାଲିଥିଲା।

ଅଧିକ ପଢନ୍ତୁ:କୁମ୍ଭମେଳାରେ ହେବେନି ବାଟବଣା; ରାସ୍ତା ଦେଖାଇବ ‘କୁମ୍ଭ ସହାୟକ ଚାଟ୍‌ବଟ୍‌’

Sheikh Hasina Film On Sheikh Mujibur Rahman
Advertisment
Advertisment