Advertisment

PM Modi Targets AAP Government: ଆପ୍‌କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟ୍; କହିଲେ-‘ଗତ ୧୦ ବର୍ଷ ଧରି ଦିଲ୍ଲୀକୁ ବିପର୍ଯ୍ୟୟ ଘେରି ରହିଛି’

ଆମ୍ ଆଦମୀ ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ। ଆପ୍‌କୁ ଆପ୍‌ଦା କହିଲେ ମୋଦି । ଗତ ୧୦ ବର୍ଷ ଧରି ଦିଲ୍ଲୀ ବିପର୍ଯ୍ୟୟ ମଧ୍ୟରେ ରହିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
PM Modi Targets AAP Government

PM Modi Targets AAP Government

ଦିଲ୍ଲୀରେ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟ୍। ଆମ୍ ଆଦମୀ ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ। ଆପ୍‌କୁ ଆପ୍‌ଦା କହିଲେ ମୋଦି । ଗତ ୧୦ ବର୍ଷରେ ଦିଲ୍ଲୀ ବିପର୍ଯ୍ୟୟ ମଧ୍ୟରେ ଘେରି ରହିଛି । ଆନ୍ନା ହଜାରେଙ୍କୁ ଆଗରେ ରଖି କିଛି କଟ୍ଟର ବେଇମାନ ଦିଲ୍ଲୀକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛନ୍ତି । ଏବେ ଏହି ବିପର୍ଯ୍ୟୟରୁ ମୁକ୍ତ ହେବାକୁ ଦିଲ୍ଲୀବାସୀ ସ୍ଥିର କରି ସାରିଛନ୍ତି । ଏବେ ଦିଲ୍ଲୀ ଭୋଟର କହୁଛନ୍ତି ଆପ୍‌ଦାକୁ ସହିବୁନି, ପରିବର୍ତ୍ତନ କରିକି ରହିବୁ । 

Advertisment

ମୁଁ ଚାହିଁଥିଲେ ମୋ ପାଇଁ ‘ଶୀଶ ମହଲ’ ବନାଇ ପାରିଥାନ୍ତି। କିନ୍ତୁ ମୋ ଦିଲ୍ଲୀବାସୀଙ୍କ ପାଇଁ ପକ୍କା ଘର ନିର୍ମାଣ କରିବାକୁ ଚାହିଁଲି। ଆଜି କିଛି ଏଭଳି ଢଙ୍ଗରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କ ନାଁ ନନେଇ ବି ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

ଅଧିକ ପଢ଼ନ୍ତୁ: ବୀନଙ୍କ ଜମି ବୁଲା ନେଇ ଜୋର୍‌ଦାର୍‌ ଚର୍ଚ୍ଚା; ଟାର୍ଗେଟ୍ କଲେ ସିଏମ୍ ମୋହନ ମାଝୀ

Advertisment

ଦେଶ ଭଲ ଭାବେ ଜାଣିଛି, ମୋଦି ନିଜ ପାଇଁ ଘର ବନେଇନି। କିନ୍ତୁ ୪ କୋଟିରୁ ଅଧିକ ଲୋକଙ୍କୁ ପକ୍କା ଘର ଦେଇ ସ୍ବପ୍ନ ପୂରଣ କରିଛି। କେଜିୱାଲ୍ ନିଜ ପାଇଁ ମିଳିଥିବା ସରକାରୀ ଘରେ ବେଆଇନ ନିର୍ମାଣକୁ ନେଇ କିଛି ମାସ ତଳେ ରାଜନୀତି ତେଜିଥିଲା। ଏପରିକି କେଜ୍ରିୱାଲଙ୍କ ଘରେ କାଚର କାନ୍ଥ, କବାଟରେ ଦାମୀ କାଚ ଓ ଟାଇଲ୍‌ ବ୍ୟବହାର ହୋଇଥିଲା।

ଏପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀ ଅଶୋକ ବିହାରରେ ବସ୍ତି ଥଇଥାନ ପ୍ରକଳ୍ପ ଅଧୀନରେ ଝୁଗି ଝୋପଡି କ୍ଲଷ୍ଟରରେ ନବନିର୍ମିତ ଫ୍ଲାଟ ଉଦଘାଟନ କରିଛନ୍ତି ମୋଦି। ବସ୍ତି ବାସିନ୍ଦାଙ୍କ ପାଇଁ ନବନିର୍ମିତ ୧୬୭୫ଟି ଫ୍ଲାଟକୁ ଉଦଘାଟନ ସହ ପରିଦର୍ଶନ ମଧ୍ୟ କରିଛନ୍ତି। ସରକାରଙ୍କ ‘ସମସ୍ତଙ୍କ ପାଇଁ ଆବାସ’ ଲକ୍ଷ୍ୟ ପୂରଣ ପାଇଁ ଏହି ଯୋଜନା କରାଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ  ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଦୁଇଟି ସହରାଞ୍ଚଳର ବିକାଶମୂଳକ ପ୍ରକଳ୍ପ- ନାରୋଜି ନଗରରେ ୱାର୍ଲ୍ଡ ଟ୍ରେଡ ସେଣ୍ଟର ଏବଂ ସରୋଜିନୀ ନଗରରେ ଜିପିଆରଏ ଟାଇପ-୨ କ୍ୱାର୍ଟର୍ସକୁ ଉଦଘାଟନ କରିଛନ୍ତି। ସେହିଭଳି ଦ୍ୱାରକାରେ ସିବିଏସଇର ସମନ୍ୱିତ ଅଫିସ କମ୍ପେ୍ଲକ୍ସକୁ ଉଦଘାଟନ କରିଛନ୍ତି। ନଜଫଗଡ଼ର ରୋଶନପୁରାରେ ପ୍ରଧାନମନ୍ତ୍ରୀ ବୀର ସବରକର କଲେଜର ଶିଳାନ୍ୟାସ କରିଛନ୍ତି।

Narendra Modi PM Modi AAP AAP Government
Advertisment
Advertisment