ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ ।
ସାଧାରଣତନ୍ତ୍ର ଦିବସରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ପୂର୍ବରୁ କୁହାଯାଉଥିଲା ଓଡିଶା ଅଭିଶପ୍ତ, ଯାହାକି ଏବେ ପରିବର୍ତ୍ତନ ହୋଇଛି।
ଓଡ଼ିଶା କଂଗ୍ରେସ ପାଇଁ ଏବେ ସବୁଠୁ ବଡ଼ ପ୍ରସଙ୍ଗ ପାଲଟିଥିବା ପିସିସି ସଭାପତି ଚୟନ ନେଇ ଚୁପ୍ ବସିଛି ଏଆଇସିସି। ଆଉ ଏପଟେ ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ ରାଜନୀତି।
ପ୍ରାୟ ୪ ବର୍ଷ ତଳେ ଅର୍ଥାତ ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ମାହାଙ୍ଗାରେ ହୋଇଥିଲା ଡବଲ ମର୍ଡର। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଯେଉଁଥିରେ ୧୩ ଜଣଙ୍କ ବିରୋଧରେ ଏତଲା ହୋଇଥିଲା।
ଗତ ନଭେମ୍ୱର ୪ ତାରିଖରେ ପିସିସି ଚୟନ ପାଇଁ ଓଡ଼ିଶା ଆସିଥିଲେ ଚରଣ ଦାସ ମହନ୍ତଙ୍କ ଟିମ୍। କଂଗ୍ରେସ ଭବନରେ ୨୧ ଜଣିଆ ଷ୍ଟିଅରିଂ କମିଟି ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ହାଇକମାଣ୍ଡଙ୍କୁ ରିପୋର୍ଟ ମଧ୍ୟ ଦେଇଥିଲେ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । କହିଲେ, କେଜରିୱାଲ ବଡ ମିଛୁଆ । ସେ କଣ ସବୁ କରିଛନ୍ତି, ଗୋଟି ଗୋଟି କରି କହିଲେ । ବିଜେପି କଣ କରିବ, ସେ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଘୋଷଣା କଲେ ।
ଯଦିଓ ୨୪ ନିର୍ବାଚନ ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କିନ୍ତୁ ଏବେ ବି ପାଣ୍ଡିଆନ ବିଜେଡିରେ ନବୀନଙ୍କ ପରେ ସର୍ବେସର୍ବା ବୋଲି କୁହାଯାଉଛି ।
ଦାଣ୍ଡରେ ପଡ଼ି, ହାଟରେ ଗଡୁଛି ଘର କଳି । ବଡ ପୁଅ କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ଏବେ ବିଜେଡିରେ। ସୁର କାହାକୁ ସପୋର୍ଟ କରିବେ, କାହାକୁ ବିରୋଧ କରିବେ କିଛି ବୁଝି ହେଉନି। ଯେପରି ଲାଗୁଛି ରାଜନୀତି ପାଇଁ ୨ ଫାଳ ହୋଇଯାଉଛି ସୁରଙ୍କ ପରିବାର।
ବାହାରୁ ଆସୁଥିବା ଡାକ୍ତର ଟିମ୍ଙ୍କ ଭିକେ ପାଣ୍ଡିଆନ କନ୍ସଲ୍ଟ କରନ୍ତି । ପାଣ୍ଡିଆନ୍ ତାଙ୍କ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି । ଯାହା ଏକ ପୁଣ୍ୟ କାମ ।
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢିଲା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ ।
ନିର୍ବାଚନବେଳେ ଟିକେଟ ବଣ୍ଟନରେ ପକ୍ଷପାତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଦଳ ସଂପୂର୍ଣ୍ଣ ହାରିଯାଇଥିଲା ବୋଲି ଅଭିନ୍ନ ଅଭିଯୋଗ କରିଛନ୍ତି ।
ଗଠନ ହେବ କି ବିଜୁ ପୁଅ ଜନତା ଦଳ ? ନା ପ୍ରେସର ଗ୍ରୁପ୍ ଭାବେ କାମ କରିବ ପୁଅଙ୍କ ଜନତା ଦଳ ? ବିଜେଡିରେ ଏହାକୁ ନେଇ ଏବେ ଢେର୍ ଚର୍ଚ୍ଚା ।
ଗତକାଲି କଟକରେ ମଶାଲ ଶୋଭାଯାତ୍ରା ଆୟୋଜନ କରିଥିଲା ବିଜୁ ଛାତ୍ର ଜନତା ଦଳ । ଯେଉଁଥିରେ ମେଳି କରିଥିବା ଜୁନିୟର ନେତା ସାମିଲ୍ ହୋଇଥିଲେ ।
କାର୍ଯ୍ୟକ୍ରମ କମ୍, ମେଳି ଅଧିକ ! ଯାଦୁ ଭଳି ମାଡ଼ିଗଲାଣି ବିଜେଡିର ମେଳି ରାଜନୀତି ! ସାଂଗଠନିକ ନିର୍ବାଚନ ପୂର୍ବରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା । କଟକରେ ଜୁନିୟର ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ।
ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି, ଦୀର୍ଘ ୩ ବର୍ଷ ଧରି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଛନ୍ତି। ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା କରି ଆସୁଛନ୍ତି। ଏପରିକି କି ପଞ୍ଚାୟତର ସମସ୍ତ ଠିକା କାର୍ଯ୍ୟ ନିର୍ଦ୍ଧିଷ୍ଟ ଦୁଇ ଜଣ ଠିକାଦାରଙ୍କୁ ଦେଉଛନ୍ତି।
ତାଙ୍କ କଟକ ଘରେ ଯୁବ ବିଜେଡି ନେତାଙ୍କ ମେଳି ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଦେବାଶିଷ । ଦଳକୁ ଏହି ଯୁବ ପିଢ଼ି ମାନେ ହିଁ ଆଗେଇ ନେବେ ବୋଲି ସେ କହିଛନ୍ତି। ଏହି ପିଢ଼ି ଦଳକୁ ଟେକ୍ ଓଭର କଲେ ବିଜେଡି ଆଗକୁ ଆଗେଇବ। ନବୀନଙ୍କ ସ୍ବପ୍ନ ସାକାର ପାଇଁ ଏମାନେ ହିଁ ମଙ୍ଗ ଧରିବେ।
୨୦୦୦ ମସିହା ଜାନୁୟାରୀ ମାସରେ ବିଜୟ ମହାପାତ୍ରଙ୍କୁ ଦଳରୁ ନବୀନ ବହିଷ୍କାର କଲା ପରେ ନଳିନୀ ମହାନ୍ତି ସରକାରକୁ ଏକ ପ୍ରକାର ପରିଚଳନା କରୁଥିଲେ । ତାଙ୍କ ପରେ ପ୍ୟାରୀମୋହନ ମହାପାତ୍ରଙ୍କ ବିଜେଡିରେ ଧୀରେ ପ୍ରବେଶ ଘଟିଲା ଏବଂ ଧୀରେ ଧୀରେ ରାଜନୈତିକ ବ୍ୟକ୍ତିମାନଙ୍କ ସ୍ୱର ଧିମା ହେବା ସହିତ ଅମଲା ବା ବ୍ୟୁରୋକ୍ରାଟମାନଙ୍କ ପାଖରେ କ୍ଷମତା ଅଧିକ ଭାବେ ଠୁଳ ହେବାରେ ଲାଗିଲା ।
ସୁଭଦ୍ରା ପୋର୍ଟାଲରେ ପୁରୁଷଙ୍କ ଆବେଦନକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ । ଏନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ରାଜ୍ୟରେ କିଛି ଦିନପରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତହେବ । କିନ୍ତୁ ଏହା ପୂର୍ବରୁ ଦଳୀୟ ଫାଟ ଦେଖି ଛାନିଆ ହେଲେଣି ବିଜେଡି ସୁପ୍ରିମୋ ।
ବିଜେଡି କର୍ମୀଙ୍କ ନିକଟରେ କ୍ଷମାମାଗି ରାଜନୀତିକୁ ବାଏ ବାଏ କହିଥିଲେ ଭିକେ ପାଣ୍ଡିଆନ୍ ହେଲେ ଏବେ ବି ନେଇନାହାନ୍ତି ବିବାଦରୁ ସନ୍ନ୍ୟାସ ।
ମହିଳାଙ୍କ ସୁଭଦ୍ରା ପୋର୍ଟାଲରେ ପୁରୁଷ କଲେ ଆବେଦନ । ଆଉ ପୁରୁଷଙ୍କ ଆବେଦନକୁ ନେଇ ସରକାରଙ୍କୁ ଘେରିଲାଣି ବିରୋଧୀ । ଅଧାରକାର୍ଡ ଜରିଆରେ ଯଦି ମହିଳା ଆବେଦନ କରିଥା’ନ୍ତି ତେବେ ପୁରୁଷମାନେ କେମିତି ଆବେଦନ କଲେ ବୋଲି ବିଜେଡି କହିଛି ।
ପ୍ରମିଳା-ସୁରମା ଟଣାଓଟରା । କିଏ ଭଲ ବାଚସ୍ପତି ? କହାକୁ ଜନତା ଓ ବିଧାୟକ ଭଲ କହିବେ ? ଜଣେ ବିଜେଡି ସରକାରରେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଆଉ ଜଣେ ଏବେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ଉଦ୍ୟମ କରୁଛନ୍ତି ।
ରାଜନୀତିରୁ ସନ୍ନ୍ୟାସ ନେଲେ । ହେଲେ ଏବେବି ବିବାଦରୁ ସନ୍ନ୍ୟାସ ନେଇନାହାନ୍ତି । ଗୋଟିଏ ପରେ ଗୋଟିଏ ବିବାଦ ତାଙ୍କ ନାଁରେ ଉଠୁଛି । ବିଜେଡିର ପରାଜୟ ପରେ କିଛିଦିନର ଲୁଚକାଳି ଖେଳି କ୍ୟାମେରା ସାମ୍ନାକୁ ଆସିଲେ । ପ୍ରଥମେ Sorry କହିଲେ, ଆଉ ତା’ ପରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ ପାଣ୍ଡିଆନ୍।
ଆଉ ଚଳିବନି ବିଶୃଙ୍ଖଳା। ବିରୋଧୀ ଦଳ ବିଧାୟକ ବିଶୃଙ୍ଖଳିତ ଆଚରଣ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ବଜେଟ୍ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ବିଶୃଙ୍ଖଳିତ ବିଧାୟକଙ୍କୁ ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ବାଚସ୍ପତି। ଯାହାକୁ ନେଇ ତେଜିଛି ରାଜନୀତି।
ସରକାର ଆଉ ସଙ୍ଗଠନ ଭିତରେ ଥିବା ଫାଟକୁ ସଜାଡି ଆଗକୁ ବଢିବାକୁ ବିଜେପିର ପ୍ରୟାସ। ସରକାରର ମୁଖ୍ୟ ମୁଖ୍ୟମନ୍ତ୍ରୀ ଏବେ ଦଳର ମୁଖ୍ୟ ସଭାପତିକୁ ଧରି ପ୍ରଭାରୀଙ୍କ ମାନସ ମନ୍ଥନ।