• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ବଲପୁରରେ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧି ପୁଣି ବଢିଲା । ଆହୁରି ୨ ଦିନ ବନ୍ଦ ରହିବ ଇଣ୍ଟରନେଟ୍ । ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । 

ସମ୍ବଲପୁରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ସାରା ସମ୍ବଲପୁର ପୋଲିସ ଛାଉଣୀ । ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ସୁରକ୍ଷା ବଳୟ ଭିତରେ କରାଯାଇଛି ଶୋଭାଯାତ୍ରା । ବୁଧବାର ରାତିର ହିଂସା ପରଠୁ ପୋଲିସ ସୁରକ୍ଷା ମଧ୍ୟରେ ଶୋଭାଯାତ୍ରାରେ ବାହାରିଥିଲେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସଦସ୍ୟ । ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବ୍ୟାନ୍‌ ରହିଥିବା ବେଳେ ଶୋଭାଯାତ୍ରା ରାସ୍ତାରେ କୋହଳ ରହିଛି ୧୪୪ ଧାରା।

ଶୋଭାଯାତ୍ରାରେ ପାରମ୍ପରିକ ଲୋକନୃତ୍ୟ, ଲୋକବାଦ୍ୟ ସହ ଆଖଡ଼ା ଖେଳର ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରୁକ୍ସ ହିଲ ସ୍ଥିତ ହନୁମାନ ମନ୍ଦିରରୁ ଗୋଟିଏ ପରେ ଗୋଟିଏ ସଂଗଠନ ଶୋଭାଯାତ୍ରାରେ ବାହାରିଥିଲା । ଜିଲ୍ଲା ସ୍କୁଲ ଛକରେ ମହା ଆଳତୀ କରାଯାଇଥିଲା । ସେଠାରୁ ଲକ୍ଷ୍ମୀ ଟକିଜ୍, ଗୋଲବଜାର ଛକ ଦେଇ ଶକ୍ତିଛକରେ ଶୋଭାଯାତ୍ରା ପହଞ୍ଚିଥିଲା ।

ବୁଧବାର ସଂଗଠିତ ହିଂସାକାଣ୍ଡ ସ୍ଥଳ ତଥା ମୋତିଝରଣ ରାସ୍ତାରେ ଗେଙ୍ଗୁଟିପାଲିରୁ ଆଉ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ପୂର୍ବରୁ ଆୟୋଜିତ ହୋଇଥିବା ଆଳତୀରେ ବିଜେପି ନେତୃବୃନ୍ଦ ସାମିଲ ହୋଇଥିଲେ । ଏଭଳି ବିସ୍ତୃତ କାର୍ଯ୍ୟକ୍ରମକୁ ଦେଖି ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା । ସହରରେ ୪୨  ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦାୟିତ୍ୱରେ ଅଛନ୍ତି ଶହେରୁ ଅଧିକ ଅଫିସର । ଏପରିକି ଉତ୍ତର କେନ୍ଦ୍ରାଞ୍ଚଳ DIGଙ୍କ ସହ ଏସପି, ଜିଲ୍ଲାପାଳ ମଧ୍ୟ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ସହର ବ୍ୟାପି ଜାରି ରହିଛି ପାଟ୍ରୋଲିଂ। ସୋସିଆଲ ମିଡିଆରେ ହିଂସା ସୃଷ୍ଟିକାରୀ ବାର୍ତ୍ତା ଉପରେ ରୋକ ଲଗାଇବା ଉଦେଶ୍ୟରେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା ।