• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶୁଷ୍କ ମହାନଦୀକୁ ନେଇ ଘନେଇବାରେ ଲାଗିଛି ବିବାଦ, ରାଜନୀତି । ହେଲେ ଆଗକୁ କ୍ଷେତ୍ର ପରିଦର୍ଶନ ପାଇଁ ଆସୁଥିବା ଟ୍ରିବୁନାଲ୍ ଆଗରେ ପ୍ରଭାବୀ ତଥ୍ୟ ରଖିବାକୁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର । ମହାନଦୀ ତଳ ମୁଣ୍ଡ ଶୁଖିଲା ପଡ଼ିବା ପଛର କାରଣ କଣ । ଏସବୁର ଯୁକ୍ତି ସଂଗତ ଉତ୍ତର ଟ୍ରିବୁନାଲକୁ ସନ୍ତୁଷ୍ଟ କରି ପାରିବ ତ ? ଏହାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିଲା ବେଳେ ଗ୍ରାଉଣ୍ଡ ଜିରୋରେ ବିଗିଡ଼ିବାରେ ଲାଗିଛି ମହାନଦୀର ସ୍ଥିତି ।

ଅଧିକ ପଢ଼ନ୍ତୁ: ମହାନଦୀ ଟ୍ରିବୁନାଲ୍ ଆଗରେ କି ତଥ୍ୟ ରଖିବେ ସରକାର ? ଖସୁଛି ହୀରାକୁଦର ଜଳସ୍ତର, ଶୁଖି ଚାଲିଛି ମହାନଦୀ

ଏପ୍ରିଲ ଆସିନି.. ଏବେଠୁ ଶୁଖିଗଲାଣି ମହାନଦୀ । ହୀରାକୁଦ ବି ଖାଲି ଖାଲି । ହୀରାକୁଦ ଜଳଭଣ୍ଡାର ଜଳପତନର ସ୍ଥିତି ସାଂଘାତିକ । ଗଲାବର୍ଷ ଆଜିକା ଦିନରେ ଜଳସ୍ତର ଥିଲା ୬୧୯.୯୩ ଫୁଟ । ଆଉ ଏବର୍ଷ ଆଜିକା ଦିନରେ ଜଳସ୍ତର ୬୧୬.୩୯ ଫୁଟ । ଅର୍ଥାତ ପାଖାପାଖି ୩ ଫୁଟ କମ୍ । ଛତିଶଗଡ଼ରୁ ଜଳପ୍ରବାହ କ୍ରମାଗତ ଭାବେ କମିଥିବାରୁ ହୀରାକୁଦରେ ସଂକଟ । ତଳମୁଣ୍ଡ ମହାନଦୀରେ ବି ଉତ୍କଟ ହେଉଛି ସ୍ଥିତି । ତେବେ ଖରାବଢ଼ିବା ସାଙ୍ଗକୁ ଜଳସ୍ତର କମିବାର ପ୍ରଭାବ ସିଧାସଳଖ ଜଳବିଦ୍ୟୁତ୍ ଉତ୍ପାଦନଠୁ ନେଇ ଜଳସେଚନ ଓ ପାନୀୟ ଜଳ ଉପରେ ଗଭୀର ପ୍ରଭାବ ପକାଇବାର ଆଶଙ୍କା ଚିନ୍ତାରେ ପକାଇଛି ।

ହେଲେ ଜଳଂସପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା କଥା ଏବେ ପର୍ଯ୍ୟନ୍ତ ପାନୀୟ ଜଳ କିମ୍ବା ଚାଷବାସ ପାଇଁ କୌଣସି ଅସୁବିଧା ହୋଇନାହିଁ । ଏପରିକି ବିଦ୍ୟୁତ ଉତ୍ପାଦନରେ ମଧ୍ୟ ବାଧା ଉପୁଜି ନାହିଁ ବୋଲି କହିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ।

ହେଲେ ରାଜ୍ୟରେ ରାଜ୍ୟବାସୀଙ୍କ ଜୀବନ ଧାରା ମହାନଦୀର କାହିଁକି ଏ ସ୍ଥିତି ? ଏଥିପାଇଁ ଉପରମୁଣ୍ଡରେ ଥିବା ଛତିଶଗଡ଼ର ଅନେକ ବେଆଇନ୍ ବ୍ୟାରେଜ ନିର୍ମାଣକୁ ବର୍ଷ ବର୍ଷ ଧରି ଦାୟୀ କରି ଆସୁଛି ଓଡ଼ିଶା । ହେଲେ କେବଳ ଇଏ ଗୋଟିଏ କାରଣ ନା ଅନ୍ୟ କିଛି କାରଣ ଅଛି ? ଆଗକୁ ମହାନଦୀ ଟ୍ରିବୁନାଲ୍ ଏସବୁର କାରଣ ଖୋଜିବାକୁ ଅନ୍ ସାଇଟ୍ ଭିଜିଟ୍ କରିବାକୁ ଥିବା ବେଳେ ଟ୍ରିବୁନାଲ ସମ୍ମୁଖରେ ଯୁକ୍ତିପୂର୍ଣ୍ଣ ତଥ୍ୟ ରଖିବାକୁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର ?

ଛତିଶଗଡ଼ ଭଳି ତଳମୁଣ୍ଡରେ ମହାନଦୀର ଜଳ ସଂରକ୍ଷଣ ନେଇ ଟ୍ରିବୁନାଲ୍ ଆଗରେ କି ତଥ୍ୟ ରଖିବେ ? ଟ୍ରିବୁନାଲ୍ ଆଗରେ ତଳମୁଣ୍ଡରେ ଜଳ ସଂରକ୍ଷଣ ନେଇ ରଖିବାକୁ ଥିବା ତଥ୍ୟ ରାଜ୍ୟ ପାଇଁ ଓଲଟା ପଡିଯିବନି ତ ? ହୀରାକୁଦ ଡ୍ୟାମର ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ କହିବା କଥା ୧୯୪୭ ହୀରାକଦ ଡ୍ୟାମ ଜଳ ଆବଣ୍ଟନ ନୀତି ଅନୁସାରେ ଓଡିଶା ସରକାର ମଧ୍ୟ ଅବହେଳା କରିଛନ୍ତି । ଜଳ ଚୁକ୍ତି ଅନୁସାରେ ହୀରାକୁଦକୁ ସଠିକ ପରିମାଣର ଜଳ ଆସୁଛି । ହେଲେ ବର୍ଷା ଦିନେ ତଳମୁଣ୍ଡ ପାଣି ଜଗିବାରେ ରାଜ୍ୟ ସରକାର ସଫଳ ନହେବାରୁ ରାଜ୍ୟରେ ଏବେ ମହାନଦୀର ଏ ସ୍ଥିତି ।

ମହାନଦୀ ଜଳ ବିବାଦକୁ ନେଇ ଉଭୟ ଓଡିଶା ଓ ଛତିଶଗଡ ମଧ୍ୟରେ ଟ୍ରିବ୍ୟୁନାଲରେ ଲଢେଇ ଚାଲିଛି। ହେଲେ ଏ ବିବାଦ କେବେ ଛିଡୁଛି, ଓଡ଼ିଶା ଏଥିରୁ କି ଲାଭ ପାଉଛି ତା ଉପରେ ରାଜ୍ୟବାସୀଙ୍କ ନଜର ।