• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମ୍ବଲପୁରରେ କର୍ଫ୍ୟୁ (Sambalpur Curfew) । ଗତକାଲି ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ସମ୍ବଲପୁର ସହରର ୬ଟି ଥାନା ଅଂଚଳରେ ଏହି କର୍ଫ୍ୟୁ ଜାରି କରାଯାଇଛି । ଏ ନେଇ  ସମ୍ବଲପୁର ଉପଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କୌଣସି ବ୍ୟକ୍ତିବିଶେଷ ଘରୁ ବାହାରିବାକୁ ବାରଣ କରାଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସମୟ ନିର୍ଦ୍ଧାରଣ ରହିଛି । ସକାଳ ୮ରୁ ୧୦, ଅପରାହ୍ନ ୩.୩୦ରୁ ୫.୩୦ ମଧ୍ୟରେ କିଣିପାରିବେ ସାମଗ୍ରୀ । କୌଣସି ମେଡିକାଲ ଏମର୍ଜେନ୍ସି ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ହେଲ୍ପଲାଇନ୍ ନମ୍ବର ହେଉଛି ୭୬୫୫୮୦୦୭୬୦।

ତେବେ ସମ୍ବଲପୁର ସ୍ଥିତି ନେଇ ଗୁଜବରେ ବିଶ୍ୱାସ ନକରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗୁଜବ ପ୍ରଚାର କରନ୍ତୁନି, ଗୁଜବରେ ବିଶ୍ୱାସ କରନ୍ତୁନି । ଏବେ ସହରରେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସେ କହିଛନ୍ତି । ଆସନ୍ତାକାଲି ହେବାକୁ ଥିବା ବିଭିନ୍ନ ପରୀକ୍ଷା ନେଇ ମଧ୍ୟ ବିଚାରବିମର୍ଶ ଚାଲିଛି । ଏଭଳି ପରିସ୍ଥିତିରେ ସମସ୍ତଙ୍କ ସହଯୋଗ ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ସେପଟେ ସମ୍ବଲପୁର ସ୍ଥିତି ଉପରେ ନଜର ରଖାଯାଇଛି । ପୁରା ଘଟଣାର ଅନୁଧ୍ୟାନ ହେବ, ସ୍ଥିତି ଦେଖି କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ନିଆଯିବ । ଆଜି କିଛି ଏଭଳି ସୂଚନା ଦେଇଛନ୍ତି ପୋଲିସ୍ ଡିଜି ସୁନୀଲ ବଂଶଲ । ଯେଉଁମାନେ ଗଣ୍ଡଗୋଳକାରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ପଠାଯାଇଛି । ସମ୍ବଲପୁରରେବିରିଷ୍ଠ ଅଧିକାରୀ ମୁତୟନ ଅଛନ୍ତି । ଏବେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ଡିଜି କହିଛନ୍ତି ।

ଅନ୍ୟପଟେ ସମ୍ବଲପୁରରେ ଉତ୍ତେଜନା ସ୍ଥିତିକୁ ନେଇ ଇଣ୍ଟରନେଟ୍ ବନ୍ଦ । ପୁରା ଜିଲ୍ଲାରେ ଆହୁରି ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରିଛି ପ୍ରଶାସନ। ଆସନ୍ତା ୧୭ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ସମସ୍ତ ପ୍ରକାର ସୋସିଆଲ ମିଡିଆ ମେସେଜିଂ ପ୍ଲାଟଫର୍ମ ବ୍ୟବହାର ଉପରେ କଟକଣା ଜାରି ହୋଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ହନୁମାନ ଜୟନ୍ତୀ ପାଳନବେଳେ ସହରରେ ଉତ୍ତେଜନା ଦେଖା ଦେବାକୁ ଏଭଳି ପଦକ୍ଷେପ ନିଆଯାଇଛି ।...

  • Reported by:
  • SANJAY JENA