ଆଜି ହନୁମାନ ଜୟନ୍ତୀରେ ସମ୍ବଲପୁର ସହର ରେ ବାହାରିବ ଶୋଭାଯାତ୍ରା। ବୃକ୍ସପାଲ ସ୍ଥିତ ହନୁମାନ ମନ୍ଦିରରୁ ସନ୍ଧ୍ୟାରେ ଏହି ଭବ୍ୟ ଶୋଭାଯାତ୍ରା ବାହାରିବା କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ସ୍କୁଲ ଛକରେ ମହା ଆଳତି ପରେ ବାଜା, ରୋଷଣୀ ସହ ସହରର ଲକ୍ଷ୍ମୀଟକିଜ୍ ଛକ, ବେଲ ବଜାର ଛକ ଅତିକ୍ରମ କରି ଶକ୍ତି ଛକରେ ପହଞ୍ଚିବ ଶୋଭାଯାତ୍ରା।
ସେପଟେ ଅନ୍ୟ ପଡ଼ା ଗୁଡ଼ିକରୁ ବି ଶୋଭାଯାତ୍ରା ବାହାରି ଏହି ଶକ୍ତି ଛକରେ ପହଞ୍ଚିବ। ଏହି ସମୟରେ ପାରମ୍ପରିକ ଲୋକ ନୃତ୍ୟ, ଲୋକ ବାଦ୍ୟ ଆଖଡ଼ା ଖେଳ ପ୍ରଦର୍ଶନ କରାଯିବ। ଯେଉଁ ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେସବୁ ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିନକ ପୂର୍ବରୁ ସହରରେ ଅଶାନ୍ତ ପରିସ୍ଥିତି ଉପୁଜିଥିବାରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ଅଧିକ ପଢ଼ନ୍ତୁ: ହନୁମାନ କିପରି ହେଲେ ଏତେ ଶକ୍ତିଶାଳୀ; କେଉଁ ଦେବତା କେଉଁ ବର ଦେଇଥିଲେ...
#ପୋଲିସ୍_ଛାଉଣିରେ_ସମ୍ବଲପୁର
— ଓଟିଭି (@otvkhabar) April 14, 2023
ହନୁମାନ ଜୟନ୍ତୀରେ ଆଜି ସନ୍ଧ୍ୟାରେ ବାହାରିବ ଶୋଭାଯାତ୍ରା, ଯେଉଁ ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେସବୁ ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା...#HanumanJayanti #Sambalpur #Odisha pic.twitter.com/VQ7nYuQQSD
ଗତକାଲି ମୋତିଝରଣ ରାସ୍ତା ଦେଇ ଗେଙ୍ଗୁଟିପାଲି ଯାଏ ପୋଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇଥିଲା। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଶୋଭାଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଆଜି ବିଭିନ୍ନ ହନୁମାନ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଜାରି ରହିବ। ଏପରିକି କେତେକ ମନ୍ଦିରରୁ ସନ୍ଧ୍ୟାରେ ଏବଂ ଅନ୍ୟ କେତେକ ମନ୍ଦିରରୁ ଅପରାହ୍ଣରେ ଶୋଭାଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରହଛି।
#ପୋଲିସ_ଛାଉଣିରେ_ସମ୍ବଲପୁର
— ଓଟିଭି (@otvkhabar) April 14, 2023
ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ । ଆଜି ଆଉ ଏକ ପବିତ୍ର ଦିନ, ମହାବୀର ହନୁମାନଙ୍କ ଜୟନ୍ତୀ। ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ । ସଂଧ୍ୟାରେ ଶୋଭାଯାତ୍ରା ଦୃଷ୍ଟିରୁ ସତର୍କମୂଳକ ପଦକ୍ଷେପ #Sambalpur #OTV pic.twitter.com/EICcP21Hrx
ଅନ୍ୟପକ୍ଷେ, ସମ୍ବଲପୁର ସହର ମଧ୍ୟରେ ଗତ ବିଳମ୍ବିତ ରାତିରେ ଭିନ୍ନ ଭିନ୍ନ ସ୍ଥାନରେ କେତେକ ଦୋକାନରେ ନିଆଁ ଲାଗି ଦୋକାନ ପୋଡ଼ି ଯାଇଛି। ରାତି ପ୍ରାୟ ୧୦ଟା ବେଳେ ଭିଏସଏସ୍ ମାର୍ଗରେ ରାସ୍ତାକଡ଼ରେ ଥିବା ଏକ ମୋବାଇଲ ଦୋକାନରେ କୌଣସି କାରଣରୁ ନିଆଁ ଲାଗିଥିଲା। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲା। ବିଳମ୍ବିତ ରାତିରେ ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ରାସ୍ତାକଡ଼ରେ ଥିବା ୪-୫ ଟି କ୍ୟାବିନ ଦୋକାନରେ ନିଆଁ ଲାଗିଥିବା ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଡ଼ି ଯାଇଥିବା ଦୋକାନ ମଧ୍ୟରେ ମୋବାଇଲ ମରାମତି ଦୋକାନ, ଗଦି ଦୋକାନ ରହିଛି।
- Reported by:
- SANJAY JENA