/odishatv-khabar/media/post_attachments/uploadimage/library/16_9/16_9_0/sambalpur_1681521837.jpg)
sambalpur
ସମ୍ବଲପୁର ସହରରେ ଲାଗୁ ହୋଇଛି କର୍ଫ୍ୟୁ । ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ ବୋଲି ସୂଚନା ରହିଛି । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କୌଣସି ବ୍ୟକ୍ତିବିଶେଷ
ଘରୁ ବାହାରିବାକୁ ବି ବାରଣ କରାଯାଇଛି ।
Advertisment
ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ କରାଯାଇଛି । ସକାଳ ୮ରୁ ୧୦ ଏବଂ ଅପରାହ୍ନ ୩.୩୦ ରୁ ୫.୩୦ ମଧ୍ୟରେ ଜନସାଧାରଣ ସାମଗ୍ରୀ କିଣିପାରିବେ । କୌଣସି ମେଡିକାଲ ଏମର୍ଜେନ୍ସି ପାଇଁ ୭୬୫୫୮୦୦୭୬୦ ହେଲ୍ପଲାଇନ୍ ନମ୍ବର ବି ଜାରି କରାଯାଇଛି । ତେବେ ସମ୍ବଲପୁରରେ କର୍ଫ୍ୟୁ ଲାଗୁ କରାଯାଇଥିବାରୁ ରାସ୍ତା ଶୂନଶାନ ହୋଇପଡ଼ିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)