Advertisment

୫୦ ଟଙ୍କା ରଖି ୪୯ ଟଙ୍କାର ଲାଭ ଉଠାନ୍ତୁ କହି ନେଇଗଲେ କୋଟି କୋଟି ଟଙ୍କା...

କ୍ଲାଉଡ୍‌ଫଟ୍‌ ନାମକ ଏକ ଆପ୍ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ୫୦ ଟଙ୍କା ରଖିଲେ ପ୍ରତି ସପ୍ତାହରେ ୪୯ ଟଙ୍କାର ଲାଭ ଦେଖାଇ ଲୋକଙ୍କୁ ଠକିଥିବା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha EOW Arrests Balasore man for defrauding investors of crores of rupees

Odisha EOW arrests Balasore man for defrauding investors of crores of rupees

ପୁଣି ସାମ୍ନାକୁ ଆସିଲା ଚିଟ୍‌ଫଣ୍ଡ ଠକେଇ। ବାଲେଶ୍ୱର ରେ କ୍ଲାଉଡ୍‌ଫଟ୍‌ ନାମକ ଏକ ଆପ୍ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସଂସ୍ଥାର ଜିଲ୍ଲା ମୁଖ୍ୟ ଦାୟିତ୍ୱରେ ଥିବା ଅଙ୍ଗାରଗଡିଆର ନୀଲେଶ କରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିଛି।

Advertisment

ବାଲେଶ୍ୱର ସହରରେ ଏକ କାର୍‌ରେ ନୀଲେଶ ଫିନାଇଲ ବ୍ୟବସାୟ କରୁଥିଲେ। କିଛି ବର୍ଷ ହେବ ସେ ବାଲେଶ୍ୱର ଓ ବାହାର ଜିଲ୍ଲାରେ କ୍ଲାଉଡ୍‌ଫଟ୍‌ ନାମକ ଏକ ଆପ୍‌ ଜରିଆରେ ଲୋକଙ୍କୁ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲେ।

୫୦ ଟଙ୍କା ରଖିଲେ ପ୍ରତି ସପ୍ତାହରେ ୪୯ ଟଙ୍କାର ଲାଭ ଦେଖାଇ ଲୋକଙ୍କୁ ଠକି ନୀଲେଶଙ୍କ ଆକାଉଣ୍ଟରେ ପ୍ରାୟ ୫୦ ଲକ୍ଷ ଟଙ୍କା ଜମାଥିଲା ବୋଲି କ୍ରାଇମବ୍ରାଞ୍ଚ କହିଛି। ନିମାଇ ଚରଣ ଜେନା ନାମକ ବ୍ୟକ୍ତି ସଂସ୍ଥାରେ ୨ ଲକ୍ଷ ୫୦ ହଜାର ଟଙ୍କା ଜମା ରଖିଥିଲେ।

Advertisment

ତେବେ ସାପ୍ତାହିକ ରିଟର୍ଣ୍ଣ ନଆସିବାରୁ ନିମାଇ ଚରଣ ପୋଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ନିଲେଶଙ୍କୁ ଗିରଫ କରିବା ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

Odisha News
Advertisment
Advertisment