Advertisment

କିଡନୀ ରାକ୍ଷସ କବଳରେ ଦୁଇ ଗାଁ :୧୦ ବର୍ଷରେ ଗଲାଣି ୨୦ଜଣଙ୍କ ଜୀବନ

ଏବେ ବି ରୋଗ ସହ ଜୁଝୁଛନ୍ତି ୧୦ରୁ ଅଧିକ ଆକ୍ରାନ୍ତ । କାହିଁକି ବ୍ୟାପୁଛି କିଡନୀ ରୋଗ, କାରଣ ଅସ୍ପଷ୍ଟ

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Kidney Disease

ପାଣିରେ ସମସ୍ୟା ନାହିଁ, କିନ୍ତୁ ଗାଁରେ ବ୍ୟାପୁଛି କିଡନୀ ରୋଗ । ଗଲା ୫ରୁ ୧୦ ବର୍ଷ ଭିତରେ ୨ଟି ଗାଁରୁ ୧୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି, ୧୦ରୁ ଅଧିକ ଆକ୍ରାନ୍ତ ଏବେ ଚିକିତ୍ସାଧୀନ । ସମ୍ବଲପୁର ଯୁଜୁମରା ବ୍ଲକର ଝାଙ୍କରପାଲି ପଞ୍ଚାୟତର ୩ଟି ପଡ଼ାରେ ଆତଙ୍କ ମଚାଇଛି କିଡନୀ ରୋଗ । ଏଠି ପ୍ରତି ପରିବାରରେ କେହିଁ ନା କେହି କିଡନୀ ରୋଗରେ ଆକ୍ରାନ୍ତ ହେବା କିମ୍ବା କାହାରି ମୃତ୍ୟୁ ଘଟଣା ଏବେ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି।...

Advertisment

ସମ୍ବଲପୁର ଯୁଜୁମୁରା ବ୍ଲକର ଅଖ୍ୟାତ ଝାଙ୍କରପାଲି ପଞ୍ଚାୟତର ଏଇ ଅନ୍ଧାରୀ ଅଞ୍ଚଳ। ଏ ପଞ୍ଚାୟତର ୩ଟି ପଡ଼ାରେ ଗତ କିଛି ବର୍ଷ ହେବ ଆତଙ୍କ ସାଜିଛି କିଡନୀ ରୋଗ । ସ୍ଥାନୀୟ ଅସାଢୁପଡ଼ାର ଅନେକ ଲୋକ ଏବେ ଏହି ରୋଗ କବଳରେ । ଫୁଲା ଫୁଲା ମୁହଁ, ରୋଗୀଣା ଚେହେରା । ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ହେବା ପରେ ଏବେ ଚାଲିଛି ଚିକିତ୍ସା ।

ସେହିଭଳି ସ୍ଥାନୀୟ ଗୌରପଡ଼ାରେ ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଏଠି ବି ଦୀର୍ଘ ବର୍ଷ ଧଲି ରାଗି ରହିଛି କିଡନୀ ରୋଗ ଆତଙ୍କ। ଗଲା ପ୍ରାୟ ୧୦ ବର୍ଷ ଭିତରେ କାହା ପରିବାର ନିଶ୍ଚିହ୍ନ ହେଲାଣି, ତ ଆଉ ପରିବରରେ ଏକାଧିକ ଆକ୍ରାନ୍ତ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଗୌରଗୋଠପଡ଼ାର ନିରଞ୍ଜନ ଭୋଇଙ୍କ ପୁରା ପରିବାରକୁ କିଡନୀ ରୋଗ କବଳିତ କରିବା ପରେ ଆଗପଛ ହୋଇ ସମସ୍ତେ ଆରପାରିରେ ।

Advertisment

ଫଳରେ ଘର ପାଲଟିଛି ଭୂତକୋଠି । ସେହିଭଳି ସ୍ଥାନୀୟ ସାଧୁପଡ଼ାରେ ବି ସଙ୍ଗୀନ ସ୍ଥିତି। କାହାଘରେ କିଡନୀ ରୋଗୀ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି ତ ଆଉ କାହା ଘରେ ଏକାଧିକ ସଦସ୍ୟଙ୍କୁ ହରାଇ ସଙ୍କୁଚିତ ହେବାରେ ଲାଗିଛି ପରିବାର। ତେଣୁ ଭୟରେ ଅନେକ ପରିବାର ଏବେ ଭିଟାମାଟି ଛାଡ଼ି ଅନ୍ୟତ୍ର ଚାଲିଗଲେଣି।...

କୁହାଯାଉଛି ଗଲା ୧୦ ବର୍ଷ ଭିତରେ ଏଇ ୩ ପଡ଼ାରେ ଲୋକଙ୍କ ନିଦ ହଜାଇ ଦେଇଥିବା କିଡନୀ ରୋଗରେ ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସେହିଭଳି ୧୦ରୁ ଅଧିକ ଆକ୍ରାନ୍ତ ଏବେ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ। ତେବେ ସମସ୍ୟା ନେଇ ଆମେ ସ୍ଥାନୀୟ ସରପଞ୍ଚ ଓ ସିଡିଏଏମଙ୍କ ପ୍ରତିକ୍ରିୟା ବି ନେଇଥିଲୁ। କିଡନୀ ରୋଗ ସାଧାରଣତଃ ଦୂଷିତ ପାଣିରୁ ବ୍ୟାପୁଥିବା ଅନୁମାନ କରାଯାଉଥିଲେ ବି ଦୁଇ ଦୁଇ ଥର ପାଣି ନମୁନା ପରୀକ୍ଷା ପରେ ସେଭଳି କିଛି ସମସ୍ୟା ନଥିବା କହିଛନ୍ତି ସ୍ଥାନୀୟ ସରପଂଚ। ସେହିଭଳି ଅଞ୍ଚଳକୁ ଏକ ତଦନ୍ତକାରୀ ଟିମ୍ ପଠାଇ କିଡନୀ ରୋଗ ବ୍ୟାପୀବାର ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ସମ୍ବଲପୁର ସିଡିଏମ୍ଓ।...

Kidney Diseases
Advertisment
Advertisment