Advertisment

Yearender Srimandir 2024:ଘଟଣାବହୁଳ ଶ୍ରୀମନ୍ଦିର, ପାଞ୍ଚ ଦଶନ୍ଧି ପରେ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ପାଞ୍ଚ ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର। କେବେ ଘଟିନଥିବା ବଡ ବଡ ଘଟଣା ଘଟିଛି, ଅଘଟଣ ଓ ଦୁର୍ଘଟଣା ବି ଦେଖିଛି ବର୍ଷ ୨୦୨୪। I ଘଟଣାବହୁଳ ଥିଲା ଶ୍ରୀକ୍ଷେତ୍ର ପୁରୀ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ଜଗାର ଲୀଳା

ଜଗାର ଲୀଳା

ଶ୍ରଦ୍ଧାଳୁଙ୍କ ପାଇଁ ମନେ ରହିବ ୨୦୨୪ ବର୍ଷ । ଜଗା ଦର୍ଶନ ପାଇଁ ଖୋଲିଥିଲା ୪ ଦୁଆର ।  ୨୦୨୪ରେ ଚର୍ଚ୍ଚାରେ ଶ୍ରୀକ୍ଷେତ୍ର, ଚର୍ଚ୍ଚାରେ ଶ୍ରୀମନ୍ଦିର। ରାଜ୍ୟରେ ବିଜେପି ସରକାର ଆସୁ ଆସୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଦେଲେ ଶ୍ରୀମନ୍ଦିରର ଚାରି ଦ୍ୱାର। ଏକାଧିମନ୍ତ୍ରୀ ଓ ବିଧାୟକଙ୍କ ସହ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ପରେ ପରେ ପାଞ୍ଚ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ଖୋଲିଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଏକ ୧୧ଜଣିଆ ଉଚ୍ଚସ୍ତରୀୟ କମିଟି ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଥିଲେ। ତିନିଟି ତାଲା ଭଙ୍ଗାଯିବା ସହ ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା।.. ପରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ବି ସରିଛି। ୩ଟି କାଠ ଓ ଗୋଟିଏ ଷ୍ଟିଲ ଆଲମାରୀ ଏବଂ ୩ଟି ସିନ୍ଦୁକରୁ ଅଳଙ୍କାର ବାହାର କରାଯାଇ ଖଟଶେଯ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ରଖାଯାଇଛି।

ଅଧିକ ପଢନ୍ତୁ:ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼; ଆକ୍ତାମାକ୍ତା ଭକ୍ତ, କାଲିଠୁ କେବଳ ସିଂହଦ୍ବାର ଦେଇ ପ୍ରବେଶ

Advertisment

ଏଥି ସହ ଡିସେମ୍ୱର ମାସରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ରତ୍ନଭଣ୍ଡାର ସଂରକ୍ଷଣ ସହ ମରାମତି କାର୍ଯ୍ୟରେ ଲାଗିଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍। କାନ୍ଥରେ ଭର୍ଟିକାଲ ବା ଭୂ-ଲମ୍ବ ଫାଟର ମରାମତି ସହ ଚଟାଣରେ ଗ୍ରାନାଇଟ୍ ଲଗାଯିବ। ଗତ ସେପଟେମ୍ବର ୨୧ ଓ ୨୨ରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଏବଂ ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ଚାଲିଛି ରତ୍ନଭଣ୍ଡାର ମରାମତି। ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ଥିବା ସ୍ପଷ୍ଟ କରିଛନ୍ତି
ଆଇନମନ୍ତ୍ରୀ।

ଗତ ମେ ମାସରେ କିନ୍ତୁ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ବେଳେ ଘଟିଥଲା ବଡ଼ ଦୁର୍ଘଟଣା। ବାଣ ବିସ୍ଫୋରଣରେ ଯାଇଥିଲା ୧୬ ଜଣଙ୍କ ଜୀବନ।.. ସେପଟେ ଘୋଷଯାତ୍ରା ବେଳେ ଶ୍ରୀଜିଉଙ୍କ ଆଡପ ପହଣ୍ଡିରେ ଘଟିଥିଲା ମହାବିଭ୍ରାଟ। ଆଡପ ମଣ୍ଡପ ବିଜେ କରିବା ବେଳେ ରଥ ଚାରମାଳରୁ ଖସି ପଡିଥିଲେ ବଡଠାକୁର। ସେବାରେ ଏତେବଡ଼ ବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା। ..ବର୍ଷ ଆରମ୍ଭରେ ଲୋକାର୍ପିତ ହୋଇଥିଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ୩ ଦିନ ବ୍ୟାପୀ ମହାଯଜ୍ଞ ଓ ବେଦ ପାଠ ହୋଇଥିଲା। ଏଥିସହ କାର୍ଯ୍ୟକ୍ଷମ ହୋଇଥିଲା ଶ୍ରୀସେତୁ ଓ ଶ୍ରୀମାର୍ଗ।

ଅଧିକ ପଢନ୍ତୁ:ଜଗା ଦର୍ଶନ ପାଇଁ ନୂଆ ବ୍ୟବସ୍ଥା, ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ 

Puri Srimandir Puri Jagannath Temple Puri Srimandir Ratna Bhandar Year Enders
Advertisment
Advertisment