• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତା ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । 'ଏବେ ଭିଡ଼ ଥିବାରୁ ଏକ୍ସପେରିମେଣ୍ଟ କରିବା ସମ୍ଭବ ନୁହେଁ'। ଏହାସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ ବ୍ୟବସ୍ଥା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ସେପଟେ ଶ୍ରୀମନ୍ଦିରରେ ଆଜି ଭକ୍ତଙ୍କ ଅସମ୍ଭାଳ ଭିଡ଼କୁ ଆଖିରେ ରଖି ବଡ଼ ଦାଣ୍ଡରେ ଲାଗିଥିବା ଫ୍ୟାନ୍, କୁଲର, ପାଣି ଓ ସିଞ୍ଚନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପର ବ୍ୟବସ୍ଥା ହେବ । ସେପଟେ ଶ୍ରୀକ୍ଷେତ୍ରରେ ନୂଆ ବର୍ଷରେ ଦର୍ଶନ ବ୍ୟବସ୍ଥା ରାମ୍ପ ଓ ବାରିକେଡ ମାଧ୍ୟମରେ କରାଯାଇଥାନ୍ତା ।

କିନ୍ତୁ ଗଙ୍ଗା ସାଗର ବୁଡକୁ ଲକ୍ଷ୍ୟ କରି ଏହି ବ୍ୟବସ୍ଥା ଜାନୁଆରୀ ୨୦ରୁ ୨୨ ଭିତରେ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଭୁବନେଶ୍ୱରର ନୟାପଲ୍ଲୀରେ ବାରିକେଡ ନିର୍ମାଣ ଚାଲିଛି । ଛଅ ଥାକିଆ ବ୍ୟାରିକେଡ ବ୍ୟବସ୍ଥା ପାଇଁ ଏହାର ନିର୍ମାଣ କରାଯାଉଛି । ପ୍ରଥମ ଧାଡି ଦିବ୍ୟାଙ୍ଗ, ଦ୍ୱିତୀୟ ଧାଡିରେ ମହିଳା ଓ ଶିଶୁ ଏବଂ ତା ପରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଶେଷରେ ତିନିଟି ଧାଡିରେ ମହିଳା ଓ ପୁରୁଷ ମାନେ ଦର୍ଶନ କରିପାରିବେ ।

ଅଧିକ ପଢ଼ନ୍ତୁ: ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ; କୁନି ପୁଅ ପାଇଁ ମଗାଇଲେ ଆମ୍ୱୁଲାନ୍ସ, ଦେଲେ ଚିକିତ୍ସା ନିର୍ଦ୍ଦେଶ

ସେପଟେ ବର୍ଷ ଶେଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ । ମନ୍ଦିର ଭିତରେ ଠେଲାପେଲା ଯୋଗୁ ଗତକାଲି ୧୦ ଜଣ ଭକ୍ତ ଅସୁସ୍ଥ ହୋଇ ପଡ଼ିଥିଲେ । ଅଧିକ ଭିଡ଼କୁ ଦୃଷ୍ଟିରେ ରଖି କାଲି ଓ ନୂଆବର୍ଷ ଦୁଇ ଦିନ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ । ମନ୍ଦିର ଭିତରେ ଠେଲାପେଲା ସ୍ଥିତି ।

ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ୍ ହୋଇଛି ପୋଲିସ । ବର୍ଷ ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାହିଁ ନଥିବା ଗହଳି ହୋଇଛି । ତିନି ଥାକିଆ ବ୍ୟାରିକେଡରେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଥିଲେ ଶ୍ରଦ୍ଧାଳୁ । ବାହାରକାଠ ନିକଟରେ ଦର୍ଶନ ବେଳେ ଠେଲାପେଲା ହେବାରୁ ୧୦ ଜଣ ଭକ୍ତ ଅସୁସ୍ଥ ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଛନ୍ତି ।

ଆଜି ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ରହିଛନ୍ତି ପୋଲିସର ସ୍ୱତନ୍ତ୍ର ଟିମ୍ ଓ ଭଲ୍ୟୁଣ୍ଟିଅର । କାଲିଠୁ ଦୁଇ ଦିନ ମାର୍କେଟ ଛକଠାରୁ ନୋ ଭେହିକିଲ୍ ଜୋନ୍ ହେବ । ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିଛି ପ୍ରଶାସନ । ୨୪ ଘଣ୍ଟିଆ ଇଣ୍ଟିଗ୍ରେଟେଡ ବା ସମନ୍ୱିତ କଣ୍ଟ୍ରୋଲ ରୁମ୍ ତୟାର ରହିଛି ।

ଅଧିକ ପଢ଼ନ୍ତୁ:  ପ୍ରଚଣ୍ଡ ଶବ୍ଦରେ କାନ୍ଥ ଫାଟିଯାଉଛି, ବିଷାକ୍ତ ହୋଇଯିବ ମଧୁର ଜଳ !

OTV is now on Whatsapp

Join and get latest news update delivered to you via whatsapp

Join Now