Advertisment

Snake Bite: ଛାତ୍ରଙ୍କୁ ଆସିଲାନି ପାଠ; ସ୍କୁଲ ଘର ସଫା ପାଇଁ କହିଲେ ଦିଦି; କାମୁଡ଼ିଲା ନାଗ ସାପ

ଗତକାଲି କ୍ଲାସ ରୁମରେ ପିଲା ମାନଙ୍କୁ ଦିଦି ପାଠ ପଚାରିଥିଲେ। ସାଇକ୍ରିଷ୍ଣାଙ୍କ ସମେତ କିଛି ପିଲା ପାଠ କହିପାରିନଥିଲେ। ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Snake Bite

Snake Bite

ସ୍କୁଲ ଗୃହ ସଫା କରୁଥିଲେ ଛାତ୍ର, କାମୁଡ଼ି ଦେଲା ନାଗ ସାପ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ସ୍କୁଲରେ। ସାପ କାମୁଡାରେ ଆହତ ହୋଇଥିବା ଛାତ୍ରଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ସାଇକ୍ରିଷ୍ଣା ପ୍ରଧାନ। ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଛନ୍ତି।

Advertisment

ଗତକାଲି କ୍ଲାସ ରୁମରେ ପିଲା ମାନଙ୍କୁ ଦିଦି ପାଠ ପଚାରିଥିଲେ। ସାଇକ୍ରିଷ୍ଣାଙ୍କ ସମେତ କିଛି ପିଲା ପାଠ କହିପାରିନଥିଲେ। ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ। ପିଲାମାନେ ମଧ୍ୟ ସ୍କୁଲ ଘର ସଫା କରିଥିଲେ। ଏହି ସମୟରେ ଏକ ନାଗ ସାପ ସାଇକ୍ରିଷ୍ଣାଙ୍କୁ କାମୁଡ଼ି ଦେଇଥିଲା।

ସାଇକ୍ରିଷ୍ଣା ଜୋରରେ ଚିତ୍କାର କରିଥିଲେ। ସାଇକ୍ରିଷ୍ଣାଙ୍କ ଚିତ୍କାର ଶୁଣି ସମସ୍ତେ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ। ପରେ ସାଇକ୍ରିଷ୍ଣାଙ୍କୁ କାମୁଡ଼ିଥିବା ନାଗ ସାପଟିକୁ ସେକ୍ନ ହେଲପ ଲାଇନ ଉଦ୍ଧାର କରିଥିଲେ।

Advertisment

ଛାତ୍ରଙ୍କ ମା’ କହିଛନ୍ତି, ମୋ ପୁଅ ସ୍କୁଲ ଯାଇଥିଲା, ସେଠାରେ ମୋ ପୁଅକୁ ନାଗ ସାପ କାମୁଡ଼ି ଦେଇଛି। ମୋପୁଅକୁ ଦିଦି ପାଠ ପଚାରିଥିଲେ, ହେଲେ ସେ ଉତ୍ତର ଦେଇପାରି ନଥିଲା। ମୋ ପୁଅ ସହ ଆଉ କିଛି ପିଲା ପାଠ କହିପାରି ନଥିଲେ। ସ୍କୁଲରେ ଫଙ୍କସନ୍‌ ଥିବାରୁ ସେମାନଙ୍କୁ ସ୍କୁଲ ଗୃହ ସଫା କରିବା ପାଇଁ ଦିଦି କହିଥିଲେ। ସେହି ଘରେ ଚାଉଳ ରହୁଥିଲା। ସ୍କୁଲ ଗୃହ ସଫା କରିବା ବେଳେ ମୋ ପୁଅକୁ ନାଗ ସାପ କାମୁଡ଼ି ଦେଇଥିଲା।

ଅଧିକ ପଢନ୍ତୁ: ବଟି ନଦେବାରୁ ମରଣାନ୍ତକ ଆକ୍ରମଣ : ଛୁରା ମାଡ଼ ସହ ବିଅର ବୋତଲ ଭୁଶିଦେଲେ

Snake Bite Student BBSR Puri
Advertisment
Advertisment