Advertisment

Awas Yojana: ସରକାରୀ ଅଧିକାରୀଙ୍କ ସହ ଆସିଲେ ମନ୍ତ୍ରୀ, ବୁଲି ବୁଲି କଲେ ଆବାସ ଯୋଜନାର ସର୍ଭେ

ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରୀ ଆସିଲେ...ବୁଲି ବୁଲି ଜରିପାଲ-ନଡ଼ିଆପତ୍ର ତାଟିରେ ଢଙ୍କା ଭଙ୍ଗା କୁଡ଼ିଆ ସବୁ ଦେଖିଲେ...ଗରିବ ପରିବାର ମୁଣ୍ଡରେ ନିଶ୍ଚିତ ଛାତ ଘରର ସ୍ବପ୍ନ ବୁଣି ଆବାସ ସର୍ଭେରେ ସାମିଲ୍ କଲେ...।

author-image
Santosh Kumar Sahoo
undefined

କୁଡ଼ିଆରେ ପହଞ୍ଚି ଦେଲେ ଆବାସ ଭରସା

ପ୍ରଥମଥର ନୂଆ ଢଙ୍ଗରେ ଆଶାୟୀଙ୍କ ଉପସ୍ଥିତିରେ ଆରମ୍ଭ ହେଲା ଆବାସ ସର୍ଭେ । ଖୋଦ୍ ସରକାର ଆଶାୟୀଙ୍କ କୁଡ଼ିଆ ଘରକୁ ଯାଇ, ଯୋଗ୍ୟତାକୁ ଦେଖି ଆବେଦନ କରାଇ, ପିଏମ୍ ଆବାସ ଯୋଜନାରେ ସାମିଲ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ପୁରୀରୁ ଆଜି ଏଇ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆବାସ ଆଶାୟୀ ସରକାରଙ୍କ ଏ ପଦକ୍ଷେପକୁ ନେଇ ଉତ୍ସାହିତ ଥିବା ବେଳେ ତା ଭିତରେ ରାଜନୀତି ବି ଆରମ୍ଭ ହୋଇଯାଇଛି ।

Advertisment

ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରୀ ଆସିଲେ...ବୁଲି ବୁଲି ଜରିପାଲ-ନଡ଼ିଆପତ୍ର ତାଟିରେ ଢଙ୍କା ଭଙ୍ଗା କୁଡ଼ିଆ ସବୁ ଦେଖିଲେ...ଗରିବ ପରିବାର ମୁଣ୍ଡରେ ନିଶ୍ଚିତ ଛାତ ଘରର ସ୍ବପ୍ନ ବୁଣି ଆବାସ ସର୍ଭେରେ ସାମିଲ୍ କଲେ...। ପିପିଲି ବ୍ଲକ୍ ଜସୁଆପୁର ପଞ୍ଚାୟତ ଅର୍ଜୁନସିଂହପୁର ଗାଆଁରୁ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ହିତାଧିକାରୀ ଚୟନ ଲାଗି ସର୍ଭେ ଆରମ୍ଭ କରିଛନ୍ତି ମୋହନ ସରକାର । ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ପଞ୍ଚାୟତିରାଜ୍ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ଗାଁର ୫ ଜଣ ନୂଆ ଆଶାୟୀଙ୍କୁ ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ଆବେଦନ କରାଯାଇଛି ।

ଅଧିକ ପଢ଼ନ୍ତୁ: ବିଜେଡି ସମର୍ଥିତ ସରପଞ୍ଚଙ୍କ ପାଇଁ ଟେନସନ୍‌ ଆଣିଲେ ୱାର୍ଡ ମେମ୍ୱର

ପୂର୍ବ ସରକାର ଅମଳରେ ସର୍ଭେ କିଏ କଲା, କେଉଁଠି କଲା- ତା’ର କେହି ଟେର୍ ପାଉ ନଥିଲା ବେଳେ, ପ୍ରଥମଥର ପାଇଁ ଆଶାୟୀଙ୍କ ଉପସ୍ଥିତିରେ ସର୍ଭେର ଏ ତରିକାକୁ ଆଶାୟୀଙ୍କ ଉତ୍ସାହର ଠିକଣା ନାହିଁ । ସେହିପରି ବଲାଙ୍ଗୀର ପୁଇଁତଳା ବ୍ଲକ୍ ଗଇଁତଳା ପଞ୍ଚାୟତରେ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ଆବାସ ପ୍ଲସ୍ ସର୍ଭେର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

Advertisment

ଆବାସରେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଆଜିଠୁ ଉଭୟ ଅଫଲାଇନ୍ ଓ ଅନଲାଇନରେ ସର୍ଭେ ଆରମ୍ଭ ହୋଇଛି । ବଡ଼ କଥା ହେଉଛି ସର୍ଭେ ସହ ଆବେଦନ ଚାଲୁଥିବ, ତା ସଙ୍ଗେ ସଙ୍ଗେ ଯାଞ୍ଚ ବି ଚାଲୁଥିବ। ଆବାସ ଆଶାୟୀ ଅନଲାଇନରେ ସାଇଟ୍‌କୁ ଯାଇ କିମ୍ବା ମୋବାଇଲରେ ଆପ୍ ଜରିଆରେ ଆବେଦନ କରିପାରିବେ । ଅଫଲାଇନରେ ପଞ୍ଚାୟତ ଅଫିସକୁ ଯାଇ ଫର୍ମ ଜରିଆରେ ଆବେଦନ କରିବାକୁ ହେବ । ବଡ଼ କଥା ହେଉଛି ଏଥର ଯୋଗ୍ୟତାର ମାନଦଣ୍ଡକୁ ସରକାର କୋହଳ କରିଥିବାରୁ ମାସିକ ୧୫ ହଜାର ଯାଏଁ ଆୟ କରୁଥିବା ବ୍ୟକ୍ତି, ବାଇକ୍ ରେଫ୍ରିଜିରେଟର, ଲ୍ୟାଣ୍ଡଲାଇନ୍ ଫୋନ୍ ଥିବା ପରିବାର, ଏବଂ ବାପାଠୁ ଭିନ୍ନେ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ରହୁଥିବା ସ୍ତ୍ରୀ ବି ଅଲଗା ଆବେଦନ କରିପାରିବେ । ତେଣୁ ଏଇସବୁ କାରଣ ପାଇଁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିବା ଭଦ୍ରକ ବାସୁଦେବପୁର ବ୍ଲକ୍ ସାନକୃଷ୍ଣପୁର ନଟିଆପାଳ ଗାଁର ସର୍ବେଶ୍ବର ଜେନାଙ୍କ ପରିବାର ହୁଅନ୍ତୁ କି ବଲାଙ୍ଗିର ପୁଇଁତଳା ବ୍ଲକ୍‌କୁ ଗଇଁତଳା ଗାଁର ରାତ୍ର ଭୋଇ, ସମସ୍ତଙ୍କ ଭିତରେ ଆବାସ ପାଇଁ ଆଶା ଜାଗିଛି ।

ଏପଟେ ଆବାସ ସର୍ଭେର ଶୁଭାରମ୍ଭ କରିବା ଅବସରରେ ଘରଟିଏ ପାଇଁ ସମସ୍ତ ଯୋଗ୍ୟତା ଥିବା ପରିବାରକୁ କିଭଳି ଯୋଜନାରୁ ବଞ୍ଚିତ କରି ରଖାଯାଇଥିଲା ସେନେଇ ପୂର୍ବ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଯାହାର ପ୍ରତିକ୍ରିୟା ରଖିଛି ବିଜେଡି। ରାଜ୍ୟବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଥିବା ଏ ସର୍ଭେ ପ୍ରକ୍ରିୟାକୁ ଆସନ୍ତା ଦେଢ଼ରୁ ୨ ମାସ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଅଧିକ ପଢ଼ନ୍ତୁ: ଛତିଶଗଡ ଏନକାଉଣ୍ଟରରେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ

Odisha Puri Awas Scheme
Advertisment
Advertisment