ଓଡ଼ିଶାକୁ ଫେରିଛି ଶୀତ ଲହରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଶୀତ ସହ ବଢୁଛି କୁହୁଡିର ମାତ୍ରା। ଆଜି ସକାଳୁ ସକାଳୁ ଟୁଇନ୍ ସିଟି ଓ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ମୁହଁକୁ ମୁହଁ ଦିଶୁନି। ୫୦ ମିଟର ଦୂରରୁ ବି ରାସ୍ତାଘାଟ ଦେଖାଯାଉନି। ଏପରିକି ଶ୍ରୀମନ୍ଦିର ବି ଦୂରରୁ ଦୃଶ୍ୟମାନ ହେଉନି।
#ଟ୍ବିନ୍_ସିଟିରେ_ଘନକୁହୁଡ଼ି
— ଓଟିଭି (@otvkhabar) January 6, 2025
-ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି
-ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି
-ପ୍ରବଳ କୁହୁଡ଼ି ଯୋଗୁଁ ଲୁଚିଗଲା ପୁରୀ ଶ୍ରୀମନ୍ଦିର
-ଘନ କୁହୁଡ଼ି ଯୋଗୁଁ ଆଗକୁ ୫୦ ମିଟର ଦେଖିବା କଷ୍ଟକର#Fog #Winter #TwinCity #Puri #Srimandir #OTV pic.twitter.com/YNwtumfH6z
ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଜି ବି କଲବଲ କରିବ ଜାଡ଼ । ୨୪ ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । କୁହୁଡ଼ି ଚାଦର ତଳେ ରହିଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଅନୁଗୁଳ, ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ନେଇ ପୂର୍ବରୁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଥିଲା। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ସିଲଭର୍ ସିଟି କଟକକୁ ଢାଙ୍କି ଦେଇଛି ଘନ କୁହୁଡ଼ି। ଦିଶୁନି ରାସ୍ତା ଘାଟ। ଗାଡ଼ିମୋଟର ଚଳାଚଳରେ ସମସ୍ୟା...#DenseFog #Cuttack #ColdWave #OTV pic.twitter.com/9j7BvtdRqk
— ଓଟିଭି (@otvkhabar) January 6, 2025
ଗତକାଲି ୧୦ ଡିଗ୍ରୀ ତଳେ ରହିଥିଲା ୯ ସହରର ତାପମାତ୍ରା । ସବୁଠୁ ଅଧିକ ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି । ଗତ ୨୪ ଘଣ୍ଟାରେ ୫ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ପାଲଟିଛି । ସେହିଭଳି ସେମିଳିଗୁଡ଼ା ୫.୯, ଫୁଲବାଣୀ ୮, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ତାପମାତ୍ରା ରହିଛି । କୋରାପୁଟ ୯.୪, ରାଉରକେଲା ତାପମାତ୍ରା ୯.୫ ଡିଗ୍ରୀ, ଝାରସୁଗୁଡ଼ା, ଭବାନୀପାଟଣା, ନବରଂଗପୁରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।