• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ପଦ୍ମଫୁଲରେ ସୁସଜ୍ଜିତ ହେବେ ତିନି ପ୍ରଭୁ ଜଗନ୍ନାଥ ଭ୍ରାତା ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା । ଏଥିପାଇଁ ବେଶ ପ୍ରସ୍ତୁତି କାମ ଆଜି ଶେଷ ହୋଇଛି । ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ଏହି ପଦ୍ମବେଶ ଅନନ୍ୟ ।ମାଘମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଶନିବାର ଅର୍ଥାତ୍ ଆଜି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ବିଭୂଷିତ କରାଯାଇ ପହୁଡ ନୀତି କରାଯିବ ।

ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ବଡ଼ଛତା ମଠ ଯୋଗାଇବ ଏହି ବେଶ । ସେଥିପାଇଁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଠାକୁରଙ୍କ ସନ୍ଧ୍ୟା ଧୂପ ସରିଲା ପରେ ବେଶ ବଡ଼ଦେଉଳରେ ପହଞ୍ଚିବ । ବଡ଼ସିଂହାର ବେଶରେ ଠାକୁରେ ପଦ୍ମ ବେଶରେ ବିଭୂଷିତ ହେବେ । କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ । ପରମ୍ପରା ଅନୁଯାୟୀ ଶନିବାର ଅର୍ଥାତ୍ ଆଜି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ବିଭୂଷିତ କରାଯାଇ ପହୁଡ ନୀତି କରାଯିବ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ନୀତିକାନ୍ତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ଏହି ବେଶ କରାଯିବ । ଏହି ବେଶ ପରେ ମହାପ୍ରଭୁଙ୍କ ନିକଟରେ ଖିରି ଓ ଅମାଲୁ ଭୋଗ କରାଯିବ । ପଦ୍ମବେଶ ଥାଇ ଶ୍ରୀଜିଉମାନେ ପହୁଡ଼ ହେବାର ପରମ୍ପରା ରହିଛି । ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ପରମ୍ପରା ରହିଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ ପଦ୍ମ ବେଶରେ ଦର୍ଶନ କରିପାରିବେ । ଭକ୍ତ ମନହର ଦାଶଙ୍କର ମନବାଞ୍ଛା ପୂରଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶକୁ ପଦ୍ମବେଶରେ ବିଭୂଷିତ କରାଯାଇଥାଏ ।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ବେଶ ପରମ୍ପରା, ଦେଖନ୍ତୁ କାହାର ଚେହେରା କେମିତି

OTV is now on Whatsapp

Join and get latest news update delivered to you via whatsapp

Join Now