ପାଇଖାନାରେ ଆସବାବ ପତ୍ର ରଖୁଥିବା ବେଳେ ପାଇଖାନାକୁ ଲଗେଇ ଏକ ଝାଟିମାଟି ଚାଳ କୁଟୀର ତିଆରି କରି ପୂରା ପରିବାର ରହୁଛନ୍ତି ।
ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ମାଓବାଦୀ ମାନେ ହମଲା କରିଛନ୍ତି ।
ପିଲାଟି ଦିନରୁ ଉମାକାନ୍ତଙ୍କର ଚିତ୍ର ପ୍ରତି ପ୍ରବଳ ଦୁର୍ବଳତା ଥିଲା । ସେଥିପାଇଁ ତ ଯେଉଁଠି ବସିଲେ ବି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଛନ୍ତି ଉମାକାନ୍ତ।
ଆକାଶରୁ ଖସିଲା ମୃତ୍ୟୁ, ନେଲା ୪ ଜୀବନ। ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲ୍ଲିକମୁଣ୍ତା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ହଷ୍ଟେଲ୍ ଭିତରେ କଙ୍କାଳ । ନୂଆପଡ଼ା ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି ।
କଥା କହି ପାରୁନଥିବା ଜୀବଙ୍କ କଷ୍ଟକୁ ଅନୁଭବ କରି ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରୁଛନ୍ତି କିଛି ଯୁବଗୋଷ୍ଠୀ ।
ଆମେ କହୁଛୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମ ପଞ୍ଚାୟତର କୋଟାମାଲ ଗାଁର ଜ୍ୟୋତି ରଣା ଓ ତାଙ୍କ ସ୍ୱାମୀ ମଧୁଆ ରଣାଙ୍କ କଥା ।
ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା ।
ନୂଆପଡା ଜିଲ୍ଲାର ୩ଟି ଏନ୍ଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଏଠାରେ ଚିତ୍ପଟାଙ୍ଗ ମାରିଛି ବିଜେଡି। ରାଜ୍ୟରେ ବିଜେଡିର ଦବଦବା ଥିବାବେଳେ ନୂଆପଡାରେ ମାଟି କାମୁଡି ପଡିଛି ଦଳ।
ମହିଳା ଗୁପଚୁପ୍ ବିକାଳୀ ଜଣକ ଏବେ କଂଗ୍ରେସ ଦଳ ପକ୍ଷରୁ ଚେୟାରମ୍ୟାନ ସିଟ୍ ପାଇଁ ଲଢେଇ କରୁଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ବେଶ୍ ଚର୍ଚ୍ଚା ଚାଲିଛି ।
ଭୋଟ୍ର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଘରଠାରୁ ପ୍ରାୟ ୧ କି.ମି. ଦୂରରେ ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।
ବରଯାତ୍ରୀ ଭ୍ୟାନ୍ ଓଲଟି ଜଣେ ମୃତ । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସରଗାଦି ଓ ନୂଆପଡା ଗ୍ରାମ ନିକଟରେ ବରଯାତ୍ରୀ ପିକ ଅପ ଭ୍ୟାନ ଓଲଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପାତଲପଡାର ମୁକେଶ ବଛା ହୋଇଥିବା ସୂଚନା ମିଳିଛି ।
କୂଅରେ ପଡ଼ି ଯାଇଥିବା ମା’କୁ ଉଦ୍ଧାର ପାଇଁ କୂଅକୁ ଡେଇଁଲା ପୁଅ। ମା’ କୂଅରେ ପଡ଼ିଯିବା ଦେଖି ଉଦ୍ଧାର ପାଇଁ ପୁଅ ମଧ୍ୟ ୨୦ ଫୁଟ କୂଅକୁ ଡେଇଁ ପଡ଼ିଥିଲେ।
କୋଠାଘର କରିଛି ପୁଅ, ହେଲେ ଛେଳି ଗୁହାଳେ ରହୁଛନ୍ତି ବୁଢା ମାଆ-ବାପା। ନିଜ ଛେଳି ସହ ପଡ଼ୋଶୀଙ୍କ ଛେଳି ଚରାଇ ଦିନକୁ ମୁଠାଏ ଖାଉଛନ୍ତି ଏହି ବୃଦ୍ଧା...ସାହାଯ୍ୟ ପାଇଁ ହାତ ଯୋଡ଼ି କାନ୍ଦୁଛନ୍ତି
ଏସ୍ପି ଅଫିସ୍ରେ ହୋଇଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଅପରେସନ ଅମିତାଭ ଠାକୁର, ଡିଆଇଜି ଅନିରୁଦ୍ଧ ସିଂ ଓ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ଥିଲେ ।
ମଣ୍ଡିରେ ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।
ଗାଁରେ ନଳକୂପ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲା ହଟାଇବାକୁ ଦାବି କରି ଜଣେ ଯୁବକ ମୋବାଇଲ୍ ଟାୱାର ଉପରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନ’ହେଲେ ଟାୱାରରୁ ତଳକୁ ଡେଇଁ ଯିବାକୁ ଧମକ ମଧ୍ୟ ଦେଇଛନ୍ତି।
ନାଳ ସାଜିଛି କାଳ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ତଥା ଆଖପାଖ ୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଇନ୍ଦ୍ର ନଦୀର ନାଳ କାଳ ପାଲଟିଛି । ଏହି ନାଳ ପାଇଁ ଗାଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶଣୁନାହିଁ ପ୍ରଶାସନ ।
ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ ବାନ୍ଧି ଦେଇଛନ୍ତି ଗାୟତ୍ରୀ । ଏବେ କୁଲି ମଜୁରୀ କରି ଘର ଚଳାଉଛନ୍ତି । ଗାୟତ୍ରୀଙ୍କ ସଂଘର୍ଷର କାହାଣୀକୁ ନେଇ ଆମର ଏ ରିପୋର୍ଟ ।
ଶିକ୍ଷକଙ୍କୁ ନିଆରା ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା । ଘରେ ଘରେ ବନ୍ଦାପନା କଲେ । ୭ କିଲୋମିଟର ଶୋଭାଯାତ୍ରା କରି ନେଲେ । କେତେ ଭଲ ପାଆନ୍ତି, କାମରେ ଦେଖାଇଦେଲେ ଗ୍ରାମବାସୀ । ସେବାର ମହତ୍ତ୍ୱ ବୁଝିଛନ୍ତି ଗ୍ରାମବାସୀ । କୃତ୍ୟ କୃତ୍ୟ ହୋଇଗଲେ ମଝିଆ ସାର୍ ।
ଦାଦନ ସମସ୍ୟା ବର୍ତ୍ତମାନର ପ୍ରମୁଖ ସମସ୍ୟା। କାମଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ବାଧ୍ୟ ହେଉଛନ୍ତି। ଗାଁର ମମତା ସେମାନଙ୍କୁ ଟାଣୁଥିଲେ ମଧ୍ୟ ପେଟର ଦାଉ ପ୍ରବାସୀ ହେବାକୁ ବାଧ୍ୟ କରୁଛି ।
ମହାମାରୀ କରୋନା ଛଡ଼ାଇନେଲା ଜୀବିକା । ଜ୍ଞାନର ଆଲୋକ ବାଣ୍ଟୁଥିବା ଘରୋଇ ବିଦ୍ୟାଳୟର ଶିକ୍ଷକ ଏବେ ଦିନ ମଜୁରିଆ । ମନରେଗାରେ କାମ କରି ପରିବାର ଚଳାଇବାକୁ ବାଧ୍ୟ ହୋଇଛନ୍ତି । କେବେ କୁଳି ମଜୁରୀ କରି ପରିବାର ଚଳାଇ ଥିବା ବେଳେ କେବେ ଜମି ଚଷୀ, ତଳି ରୋଇ ପରିବାର ଚଲାଉଛନ୍ତି ।
ନୂଆପଡା ଜିଲ୍ଲା ଖଡ଼ିଆଳ ବୋଡେନ ଛକରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କ୍ରେନ ତଳେ ଘଣ୍ଟାଏ ପର୍ଯ୍ୟନ୍ତ ଚାପି ହୋଇଥିଲେ ଦୁଇ ବାଇକ ଆରୋହୀ। ବଡ଼କଷ୍ଟରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି
ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁ ଗାଁର ପଦ୍ମିନୀ ରଣା । ବାପା ଅନେକ ଦିନ ହେଲାଣି ଆର ପାରିରେ । ଘରେ ବୁଢ଼ୀ ମା’ । ମା ବଡ କଷ୍ଟରେ ଦୁଇ ଝିଅଙ୍କୁ ବାହା କରି ଦେଇଛନ୍ତି । ପଦ୍ମିନୀ ଫୁଟବଲ, ଭଲିବଲ, କବାଡି, ଦୌଡ ଆଦି ଖେଳରେ ପାରଙ୍ଗମ । ଆଶା କରି ଥିଲା ଭଲ ଚାକିରୀଟିଏ କରିବ । କିନ୍ତୁ ଚାକିରୀ ପାଇଲା ନାହିଁ ।