୧୧କେଭି ତାରରେ ହାତ ଲାଗିଗଲା..ଡାକ୍ତର କାଟିଦେଲେ ହାତ। ଖଟିଆରେ ଶୋଇଛି ଭେଣ୍ଡିଆ ପୁଅ..ପୁଅର ଚିକିତ୍ସା ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିସାରିଲେଣି ପରିବାର ଲୋକେ..ହେଲେ ଏବେ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଅପେକ୍ଷାରେ ନବୀନ
ଧାନ ବିଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନାବାଳିକାକୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ଥିବା ଜଣାପଡ଼ିଛି।
ବାପା ଦିବ୍ୟାଙ୍କ ହେବା ପରେ ଦିବ୍ୟାଙ୍କ ପୁଅର ଚିକିତ୍ସା କେମିତି ହେବ ? ପଢୁଆ ପୁଅ କେମିତି ପାଠ ପଢିବ ସେଇ ଚିନ୍ତାରେ ପୂରା ପରିବାର ।
ପ୍ରାୟ ୧୦ ମାସ ତଳର ନରକଙ୍କାଳକୁ ମାଟି ଖୋଳି ଉଦ୍ଧାର କରାଯାଇଛି। ଏକ ବେନାମୀ ଚିଠି ୧୦ ମାସ ତଳର ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି।
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଆଣିବାକୁ ଯାଉଥିବା ପୋଲିସ୍ ଏସ୍କର୍ଟ ଗାଡ଼ି ୨ କଲେଜ ଛାତ୍ରଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଛୁ’ ମାରିଥିବା ଜଣାପଡ଼ିଛି।
ବାରମ୍ବାର ଗୃହପାଳିତ ପଶୁଙ୍କୁ ମାରି ଖାଉଥିବାରୁ ଚିନ୍ତାରେ ଗାଁ ଲୋକ।
ଗାଁରେ ୨୮ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ବି କଲେ । ହେଲେ ପରିବାରର ଆକ୍ରୋଶର ଶିକାର ହେଲେ । ଏମିତିକି ଗାଁ ଲୋକଙ୍କ ପାଇଁ ଘର ଛାଡିଥିଲେ ଭୂମିକା ।
ବାସ୍ ସୁଶାନ୍ତ ଗାଁରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ସମ୍ବର୍ଦ୍ଧନାର ପର୍ବ । କିଏ ଫଗୁ ଧରି ଦୁଲଦୁଲିର ତାଳେ ତାଳେ ନାଚିବାକୁ ଲାଗିଥିଲା ତ ଆଉ କିଏ ଗାଲରେ ଶ୍ରଦ୍ଧା ଓ ସ୍ନେହର ଫଗୁ ବୋଳିଥିଲା ।
ଆମେ କହୁଛୁ ଜାତୀୟ ରାଜପଥ ନମ୍ବର ୩୫୩ର କଥା । ନାଁ ବିଜୁ ଏକ୍ସପ୍ରେସ ୱେ । ହେଲେ ଏହି ରାସ୍ତାରେ ଗଲାବେଳେ କେତେବେଳେ କଣ ହେବ ସେନେଇ କାହା ପାଖରେ କିଛି ନିର୍ଦ୍ଧିଷ୍ଟ ସୂଚନା ନାହିଁ ।
କେତେ ବିପଦପୂର୍ଣ୍ଣ ଭାବେ ଏହି କାଠଗଣ୍ଡି ବ୍ରିଜ୍ ଦେଇ ଯାହାୟତ କରୁଛନ୍ତି ଲୋକେ ତାହା ଆପଣ ନଦେଖି ମଧ୍ୟ ଅନୁମାନ କରିପାରୁଥିବେ ।
ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ସ୍କୁଲ ସରକାରୀ କିନ୍ତୁ ଏଠାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ଭଡାରେ ଆଣିଛନ୍ତି ଗାଁ ଲୋକେ । ଆଉ ପାରିଶ୍ରମିକ ବାବଦରେ ଗାଁ କମିଟି ଦେଉଛି ଟଙ୍କା ।
ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର।
କଥା କଥାରେ ଗୁଳି ଫୁଟୁଥିବା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢିଲାଣି ଦାଦାବଟି ଆଦାୟ ଦୌରାତ୍ମ୍ୟ ।
ସ୍ୱାମୀଙ୍କ ଉପରେ ଗୁଳି ଚାଳନା ଦେଖି ସାମ୍ନାକୁ ଆସି ଯାଇଥିଲେ ସ୍ତ୍ରୀ। ଫଳରେ ଗୁଳିମାଡ଼ ଖାଇ ତାଙ୍କର ଜୀବନ ଚାଲି ଯାଇଛି।
ନୂଆପଡା ଜିଲ୍ଲା ପାଇଁ ଖୁସି ଆଣିଛି ଟସର ଚାଷ । କାରଣ ଏଇ ଚାଷ କରି ଅନେକ ପରିବାରର ବଦଳିଯାଇଛି ଭାଗ୍ୟ। ଟସର ପୂର୍ବରୁ ଏମାନେ ପର ଦୁଆରେ ମୂଲ ଲାଗୁଥିଲେ ।
ବାପା ଦାଦନ ଖଟୁଥିବା ବେଳେ ପୁଅ ଯେତେବେଳେ ଗୋଲ୍ଡ ମେଡାଲ ପାଇ ଘରକୁ ଫେରିବ, ତେବେ କେତେ ଖୁସି ନ ହେବେ ପିତାମାତା ।
ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ଜଣେ ଟ୍ରେନି SIଙ୍କ ମୃତ୍ୟୁ ଘଟିଛି।
ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି।
ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…
ଗଛରେ ଝୁଲୁଛି ମୃତଦେହ, ରାସ୍ତାରେ ଫୁଲରେ ସଜେଇ ଲେଖା ହୋଇଛି ‘LOVE U’। ରାସ୍ତାକଡ଼ ନିମ୍ବ ଗଛରୁ ଝୁଲୁନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।
ସିକ୍ୟୁରିଟି ଗାର୍ଡ଼ ଓ ୨ କର୍ମଚାରୀଙ୍କୁ ଛାଡ଼ି ଫେରାର ମାରିଥିଲା ଭ୍ୟାନ୍ ଡ୍ରାଇଭର । ପରେ ଭ୍ୟାନିଟି ପରିତ୍ୟକ୍ତ ଅବସ୍ଥାରେ ଭରୁଆକାନୀ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ।
କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଟ୍ରକ୍ । ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ।