୭ ବର୍ଷ ହେଲାଣି ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍ । ଦିନ ୧୦ ବାଜିଲେ ଲୋକଙ୍କର ଲାଗୁଛି ଗହଳି...ଏମିତି ହଟ୍ଟଗୋଳ ଭିତରେ ପିଲାମାନେ ପଢିବେ କେମିତି?
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ଆଜିଠୁ କମିବ ଲଘୁଚାପର ପ୍ରଭାବ। ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ କମିବା ସମ୍ଭାବନା ରହିଛି।
ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି।
କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ପର ବିଲରେ ମଜୁରୀ ଖଟୁଛି ବୋହୂ
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଏ ଏମିତି ଏକ ନଦୀ ଯେଉଁଠି କେହି ବି ହଳଦୀ ଲଗାଇ ଗାଧାନ୍ତି ନାହିଁ କି ଲାଲ୍ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଯଦି ପୂର୍ବପୁରୁଷଙ୍କର ଏହି ପରମ୍ପରାକୁ କେହି ନମାନନ୍ତି କୁମ୍ଭୀର ତାଙ୍କୁ ଆକ୍ରମଣ କରେ, ଗାଁରେ ଝାଡାବାନ୍ତି ବ୍ୟାପେ।
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି । ବହୁ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ।
କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ମଧ୍ୟରେ ଯୋଗାଯୋଗ ବି ଠପ୍ ହୋଇଛି । ବୌଦ୍ଧ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଲୋକଙ୍କ ଘରେ ପଶି ଜୀବନ ଅସ୍ତବ୍ୟସ୍ତ କରିଛି ।
ପରବର୍ତ୍ତୀ ଦୁଇ ଦିନ ପାଇଁ ପୁରୀ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବରଗଡ଼ ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।
ଓଃ କି ଦୁଃଖ? ବୟସ ୬୩ ଛୁଇଁଲାଣି...୧୮ ବର୍ଷର ଦିବ୍ୟାଙ୍ଗ ଝିଅ । ସରକାରୀ ସହାୟତା କିଛି ମିଳୁନି । ପ୍ରଶାସନକୁ ଗୁହାରି କରିକରି ଥକିଗଲେ ହେଲେ ଦୁଃଖ କେହି ଶୁଣିଲେନି
ବଣରୁ ଆସି ଗାଁରେ ବୁଲୁଛି ହାତୀ । ଡରି ଡରି ବଞ୍ଚୁଛନ୍ତି ଲୋକେ...ହେଲେ ୪ ଦିନ ହେଲାଣି ଲାଇନ୍ କଟିଯିବାରୁ ତେଜିଲାଣି ଅସନ୍ତୋଷ । ବିଷାକ୍ତ ସାପଙ୍କ ବାସସ୍ଥଳି ହୋଇଥିବାରୁ ଲାଇନ୍ ନଦେଲେ ଆନ୍ଦୋଳନ ହେବ ବୋଲି କହିଲେଣି ଲୋକେ
ଭାଲୁ ଡରରେ ଲୋକେ ଭୟଭୀତ । ଏକା ଘରୁ ବାହାରିବାକୁ ରାଜି ହେଉନାହାନ୍ତି ଲୋକେ...ସେପଟେ ବନବିଭାଗ କହୁଛି ଆମେ ପାଟ୍ରୋଲିଂ କରୁଛୁ, ଲୋକଙ୍କୁ ସୁରକ୍ଷା ଦେଉଛୁ
ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ପାଲଟିଛି। ଏହାସତ୍ତ୍ୱେ ଶିମିଳିପାଳ ଅଭୟାରଣ୍ୟରେ କମି ଚାଲିଛି ବାଘଙ୍କ ସଂଖ୍ୟା।
ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ୧୪ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ବାପାମା’ର ଝଗଡ଼ା ତୁଟାଇବାକୁ ଯାଇ ଝିଅର ଜୀବନ ଗଲା । ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା । ଅଭିଯୁକ୍ତ ବାପାକୁ ଅଟକ ରଖି ପୋଲିସର ପଚରାଉଚରା ।
୨୭ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ଆଜି ଓ ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । କୋମନା ବ୍ଲକ ଭେଲାଠାରେ ଓଲଟି ପଡ଼ିଲା ଗାଡ଼ି ।
କେତେବେଳେ ଭାଲୁ ତ ଆଉ କେତେବେଳେ ବାଘ ଆତଙ୍କ । ୨ ଜଣଙ୍କ ଜୀବନ ଗଲାଣି...ଜଣେ ଗୁରୁତର ହେଲାଣି । ପରିବା ପଚିଲାଣି କିନ୍ତୁ ବିକ୍ରି ପାଇଁ କେହି ନେଉନାହାନ୍ତି । ସ୍ଥିତି ଏମିତି ହେଲାଣି ଯେ ଭୟରେ ଘରୁ ବାହାରିବାକୁ ରାଜି ହେଉ ନାହାନ୍ତି ଲୋକେ ।
ପଥୁରିଆ ମାଟି...ଦୁବଟିଏ ବି ହେଉନଥିଲା । ପ୍ରତିକୂଳ ପରିସ୍ଥିତିରେ ବି ଡାଳିମ୍ବ ଚାଷ କରିବାକୁ ମନ ବଳାଇଲେ ଚାଷୀ । ଏବେ ଏମିତି ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ।
ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଇଏ କେମିତି ସମ୍ଭବ? ଥରେ କି ଦୁଇ ଥର ନୁହେଁ ବରଂ ବର୍ଷସାରା ବଉଳ ଆସୁଛି, ଆମ୍ବ ଫଳୁଛି । ଅବଶ୍ୟ କଞ୍ଚା ବେଳେ ଟିକିଏ ଖଟା..କିନ୍ତୁ ପାଚିଗଲେ ପୂରା ମିଠା
ଭାଲୁ ଆକ୍ରମଣରେ ଜଣେ ବନ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜରେ। ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି ।
ବର୍ତ୍ତମାନର ଲଘୁଚାପ ଦୁର୍ବଳ ହୋଇଥିବା ବେଳେ ଏହାର ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବିସ୍ଫୋରଣରେ କଟିଗଲା ହାତ ଆଙ୍ଗୁଠି। କିଛି ବାରୁଦକୁ ନାବାଳକ ଜଣ ହାତରେ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା।
ପ୍ରବଳ ବର୍ଷା ଆଶଙ୍କାରେ ଆଜି ରାଜ୍ୟର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।