/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644213869.jpg)
Road Accident
ବରଯାତ୍ରୀ ଭ୍ୟାନ୍ ଓଲଟି ଜଣେ ମୃତ । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସରଗାଦି ଓ ନୂଆପଡା ଗ୍ରାମ ନିକଟରେ ବରଯାତ୍ରୀ ପିକ ଅପ ଭ୍ୟାନ ଓଲଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପାତଲପଡାର ମୁକେଶ ବଛା ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ,ପାତଲପଡାରୁ ନୂଆପଡା ଗ୍ରାମକୁ ବରଯାତ୍ରୀ ଦଳ ଆସୁଥିବା ସମୟରେ ଭାରସାମ୍ୟ ହରାଇ ପିକ ଅପ ଭ୍ୟାନ ଓଲଟି ପଡିଥିଲା । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସେହିପରି ଗତ ୪ ତାରିଖ ଦିନ ମଧ୍ୟ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ କୁଟିବାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଗଛରେ ଭ୍ୟାନ୍ ପିଟି ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭ୍ୟାନ୍ରେ ଥିବା ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାର ଜଣାପଡିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)