• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Nuapada

renovation of ponds
ବନ୍ଧ ଖୋଲିଦେଲ, ଆମେ ଗାଧୋଇବୁ କେମିତି ?

ଶହଶହ ବର୍ଷର ପୁରୁଣା ପୋଖରୀ । ଦଳରେ ଏମିତି ଭର୍ତ୍ତି ହେଲାଣି ପୋଖରୀ କେଉଁଟା, ପଡିଆ କେଉଁଟା ଚିହ୍ନିବା କଷ୍ଟ । ଗାଧୋଇବା ଲାଗି ଏବେ ୨ କିମି ଧାଉଁଛନ୍ତି ଗାଁ ଲୋକେ

Nuapada Bus Stand
କୋଟିଏ ଖର୍ଚ୍ଚ କରି ନିର୍ମାଣ ହୋଇଥିଲା ବସଷ୍ଟାଣ୍ଡ : ଯାତ୍ରୀ ଆସିଲେନି...କୁକୁର ଶୋଉଛି

ନୂଆପଡା ଜିଲ୍ଲା ଖରିଆରରୋଡର ଥିବା ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ । ସରକାରୀ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ଏଇ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ନେଇ ଭାରି ଚର୍ଚ୍ଚା

Heavy Rainfall Alert To 11 Districts Of Odisha
ଆଜି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଗତ ୨-୩ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖ ଯାଏ ପ୍ରବଳ ବର୍ଷା ହୋଇପାରେ।

 Orange alert
ରାଜ୍ୟର ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Unused building
ମଦୁଆଙ୍କ ଲାଗି କୋଠା ଘର ତିଆରି କଲେ ସରକାର !

ମାତ୍ର ବର୍ଷେ ଭିତରେ କାମ ସରିଲା...୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ଶେଷରେ ଅଫିସ୍ ନୁହେଁ ବରଂ ମଦୁଆଙ୍କର ହେଲା ଆଡ୍ଡାସ୍ଥଳ । ବିଧାୟକଙ୍କ ହସ୍ତକ୍ଷେପ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ

Low pressure forms over northwest Bay of Bengal
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩ ଘଣ୍ଟା ଯାଏ ବର୍ଷିବ !

ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍‌ ସିଟିରେ ବର୍ଷା ଲାଗି ରହିବ।

J. P. Nadda
ବିଜେପିର ଫୋକସ ଓଡ଼ିଶା, ୨୨ରେ ୨ ଦିନିଆ ଗସ୍ତରେ ଆସୁଛନ୍ତି ଜେ.ପି.ନଡ୍ଡା

ଆସନ୍ତା ୨୩ରେ କଳାହାଣ୍ଡିରେ ବିଶାଳ ସମାବେଶ । ଓଡ଼ିଶା ଆସୁଥିବା ନଡ୍ଡାଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ।

Nuapada Farmer
ଚାଷୀ ଭାଇଙ୍କ ଲାଗି ବଡ଼ ଖବର : ଏଣିକି ଘରେ ପହଞ୍ଚିବ ବିହନ

ଆଉ ଟେନ୍‌ସନ୍‌ ନାହିଁ । ଏଣିକି ବିହନ ଲାଗି କାଟିବାକୁ ପଡ଼ିବନି ସରକାରୀ ଦପ୍ତର ଚକ୍କର...ଘର ଦୁଆର ମୁହଁରେ ଉନ୍ନତମାନର ବିହନ ପହଞ୍ଚାଉଛି ପ୍ରଶାସନ

Nuapada Road
ହଜାରେ ଟଙ୍କାଏ ଲେଖାଏଁ ଆଦାୟ କଲେ...ନିଜ ଗାଁ ରାସ୍ତା ନିଜେ କଲେ

ଗୁହାରି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହେଉଥିଲେ ଗାଁ ଲୋକେ...ମଣ୍ଡପରେ ବୈଠକ ହେଲା, ୧ ହଜାର ଲେଖାଏଁ ଆଦାୟ ହେଲା । ମହିଳା-ପୁରୁଷ ମିଶି ଏକାଠି ହେଲେ, ଗାଁକୁ ପକ୍କା ରାସ୍ତା କଲେ

Jojanara Na hariloot
ଚାଷୀଙ୍କ ଜମିରେ ମାଟି ମୁଠାଏ ପଡିନି, ଉନ୍ନତୀକରଣ ନାଁରେ ଲକ୍ଷ ଲକ୍ଷ ହଡପ୍‌

ଗଞ୍ଜାମ ଭଂଜନଗର ବ୍ଲକ ମୁଦୁଲିପଲ୍ଲୀ ପଞ୍ଚାୟତରେ ଚାଷୀମାନଙ୍କ ଜମିର ଉନ୍ନତୀକରଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ଆସିଥିଲା ୧୫ ଲକ୍ଷ ଟଙ୍କା ଅନୁଦାନ।

poultry faming
କରୋନା ପାଇଁ ଜୀବିକା ଯାଇଥିଲା...ଏବେ ସେହି କରୋନା ପାଇଁ ଭାଗ୍ୟ ବଦଳିଲା । ୟୁଟ୍ୟୁବ୍‌ ଦେଖି ମାସକୁ ରୋଜଗାର ଏବେ ଲକ୍ଷଲକ୍ଷ

ଚାଷ ବଢିବାରୁ ଏବେ ନିତିଦିନ ଘରକୁ ଦୈନିକ ଶହଶହ ଲୋକ କୁକୁଡା  କିଣିବା ପାଇଁ ଆସୁଛନ୍ତି । କୁକୁଡା ସହ ଦୟାନନ୍ଦ ବତକ ଆଉ ବଟେର ନାମକ ଏକ ପକ୍ଷୀ ମଧ୍ୟ ବିକୁଛନ୍ତି । ଖାଲି ଏତିକି ନୁହେଁ ବରଂ ଏହା ସହିତ ବିଦେଶୀ କୁକୁଡା ଚିଆଁ ମଧ୍ୟ ବିକୁଛନ୍ତି । ଦିନକୁ ଦୁଇ ଓଳି ସ୍ୱାମୀ-ସ୍ତ୍ରୀ କୁକୁଡାଙ୍କୁ ଦାନା ପାଣି ଦେଇଥାନ୍ତି । ଏବେ ମାସକୁ ରୋଜଗାର ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

 Awas scheme
ବାବୁ ୩୦ ବର୍ଷ ହେଲା ଧାଉଁଛୁ : ଘର କେବେ ପାଇବୁ?

ଆବାସ ଘର ଖଣ୍ଡିଏ ଲାଗି ୩୦ ବର୍ଷ ହେଲା ଧାଉଁଛନ୍ତି ହେଲେ ପାଉନାହାନ୍ତି । କେତେବେଳେ ସାପ ତ ଆଉ କେତେବେଳେ ଘରେ ପଶୁଛନ୍ତି ବେଙ୍ଗ । ନିଜ ନାଁରେ ଢିହ ଖଣ୍ଡେ ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଏମାନେ

Fake certificate
ଟଙ୍କା ହଡ଼ପ୍‌ ପାଇଁ ନୂଆପଡ଼ାରେ ନକଲି ସାର୍ଟିଫିକେଟ୍‌

ସରକାରୀ ଟଙ୍କା ହଡପ୍‌ ଲାଗି..ନୂଆପଡାରେ ମାଳମାଳ ନକଲି ସାର୍ଟିଫିକେଟ୍‌ ଛପାଉଛି କିଏ? ପ୍ରଶାସନ ଅବଗତ ଅଛି ତ ?

PDS rice
ଆଶ୍ଚର୍ଯ୍ୟ ! କଣ୍ଟ୍ରୋଲରୁ ଭୂତ ନେଇଗଲେ ଚାଉଳ !

ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?

Odisha Weather Update
୩ ଦିନ ପରେ ବର୍ଷିବ ! ଏବେ ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ଅସମ୍ଭାଳ ତାତି

ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହର ।

Elderly woman seeks financial assistance for sons’ treatment
ସ୍ୱାମୀ ଚାଲିଗଲେ...ରୋଗରେ ପଡିଛି ପୁଅ : ଚିକିତ୍ସା ଲାଗି ସହାୟତା ମାଗୁଛି ମାଆ

ମାସିକ ମିଳୁଥିବା ବିଧବା ଭତ୍ତା ଓ କୋଡିଏ କିଲୋ ରାସନ ହିଁ ଜୀବନ ଜିଇଁବାର ଏକମାତ୍ର ପନ୍ଥା । କପୁରଙ୍କ ବଡ଼ପୁଅ ରୂପଧର ଜନ୍ମରୁ ମାନସିକ ରୋଗୀ । ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସେ ଭଲ ହେଲେନି । ମଝିଆ ପୁଅ ଭୀମସେନ ଓ ସାନ ପୁଅ ପ୍ରଦୀପ କୁଲିମଜୁରୀ କରି ପରିବାର ଚଳାଉଥିଲେ । କିନ୍ତୁ ଦଇବର ବିଧାନ ସେମାନଙ୍କ ପାଇଁ ଅଲଗା ଥିଲା ବୋଧହୁଏ

Kendu leaf pluckers
କେବେ ସମାଧାନ ହେବ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ?

କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରୀହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି

millet in Odisha’s
ଦିନେ ଫୁଟୁଥିଲା ଗୁଳି...ଆଜି ମାଣ୍ଡିଆ ଚାଷ କରି ମାଲେମାଲ୍‌ ଲୋକେ

ଓଡିଶା ମିଲେଟ୍ ମିଶନ ଓ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ଏ ଜମିରେ ଖରାଦିନିଆ ମାଣ୍ଡିଆ ଚାଷ ପାଇଁ କହିଲେ । ଲୋକେ କହିଲେ, ଯେଉଁଠି ବର୍ଷା ଦିନେ ଧାନ ହେଉନି, ସେଇଠି ପୁଣି ଖରା ଦିନେ ମାଣ୍ଡିଆ ଚାଷ ଅସମ୍ଭବ । କିନ୍ତୁ ଦୁଇ ବିଭାଗର ଉଦ୍ୟମ ଓ ଲୋକଙ୍କ ପରିଶ୍ରମରେ ଆଜି ଖରାଦିନରେ ମଧ୍ୟ ମାଣ୍ଡିଆ ଚାଷ ହୋଇ ପାରିଛି

Onion Sell
ଚାଷୀଙ୍କୁ କନ୍ଦାଉଛି ପିଆଜ; କିଲୋକୁ ୫ରୁ ୭ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।

Patala Ganga
ସୀତାଙ୍କୁ ଶୋଷ ଲାଗିବାରୁ...ପାତାଳକୁ ଏଇଠି ତୀର ମାରିଥିଲେ ଲକ୍ଷ୍ମଣ, ଆର୍ବିଭାବ ହୋଇଥିଲେ ଗଙ୍ଗା

ବନବାସ ସମୟରେ ମାଆ ସୀତାକୁ ଶୋଷ ଲାଗିଥିଲା । ପାଣି ଖୋଜିବା ପରେ ବି ମିଳିନଥିଲା...ପାତାଳକୁ ଶର ମାରି ଗଙ୍ଗାଙ୍କ ଆର୍ବିଭାବ କରିଥିଲେ ଲକ୍ଷ୍ମଣ । ସେହିଦିନରୁ ଏଇଠି ବୁଡ ଦେବାକୁ ଭକ୍ତଙ୍କ ଲାଗିଛି ଲାଇନ୍‌ । ବିଶ୍ବାସ ଅଛି ଏଇଠି ବୁଡ଼ ପକାଇଲେ ହେବନି ଚର୍ମ ରୋଗ।

Woman cries for govt aid
ଘରର ଛାତ କହିଲେ ଖଣ୍ଡିଏ ପାଲ, ଖଟିଆରେ ସ୍ୱାମୀ...ପ୍ରଶାସନକୁ ଚାହିଁ ବସିଛି ସ୍ତ୍ରୀ

କାଳ ହେଲା ନଳକୂଅ । ଏମିତି ପଡ଼ିଲେଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି ।

Fish Farming
ରଙ୍ଗୀନ ମାଛ ରଖିଲେ ବାସ୍ତୁ ଦୋଷ ନିରାକରଣ ହୁଏ ?

ରଙ୍ଗୀନ ମାଛ ଚାଷ କରିବା ଲାଗି ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହୀ ହୋଇଥିଲେ । ଏହାପରେ ଇଚ୍ଛୁକ ଥିବା ସଂଘର ସଦସ୍ୟମାନେ ପ୍ରଥମେ ଖଡ଼ିଆଳରେ ତାଲିମ ନେଇଥିଲେ । ତାଲିମ ନେବା ପରେ ବରଗଡ଼ ଜିଲ୍ଲାର ଅମ୍ବାଭୋନାଠାରେ କରାଯାଇଥିବା ମାଛ ଚାଷ ପରିଦର୍ଶନ ପାଇଁ ନିଆଯାଇଥିଲା

Chhattisgarh Naxal attack
ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ

ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥା’ନ୍ତି । ତେଣୁ ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି ।

Rainfall Alert
ତାତିରୁ ମିଳିବ ନିସ୍ତାର; ୨୭ ଯାଏଁ କାଳବୈଶାଖୀ ବର୍ଷା !

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

heat wave
ସାରା ରାଜ୍ୟରେ ବର୍ଷୁଛି ନିଆଁ : ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍

ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।