• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହଷ୍ଟେଲ୍ ଭିତରେ କଙ୍କାଳକୁ ନେଇ ଚର୍ଚ୍ଚା । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି ।

କରୋନା ସମୟରେ କ୍ୱାରେଣ୍ଟିନ ସେଣ୍ଟର ଭାବେ ବ୍ୟବହୃତ ହେଉଥିବା ଏହି ହଷ୍ଟେଲ୍ ଏବେ ବନ୍ଦ ପଡ଼ିଛି । ହେଲେ ଏବେ ସେଠାରେ ଖେଳୁଥିବା କିଛି ପିଲା ଝରକା ପଟେ ହଷ୍ଟେଲ୍ ରୁମ୍ ଭିତରେ କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ଏକ ଛୋଟ ଛୁଆର କଙ୍କାଳ ହୋଇଥାଇ ପାରେ ବୋଲି ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।

ଏନେଇ କାର୍ଲାକୋଟ୍ ବାସିନ୍ଦା କହିଛନ୍ତି ଯେ, ‘ହଷ୍ଟେଲ୍‌ ଝରକା ବାଟେ ଦେଖିବାରୁ ଭିତରେ ଏକ କଙ୍କାଳ ପଡିଥିଲା । ଆମେ ଏହାକୁ ଦେଖି କାହାର କଙ୍କାଳ ଅନୁମାନ କରିପାରିଲୁ ନାହିଁ । ’

ଘଟଣାସ୍ଥଳରେ ଖଡ଼ିଆଳ ଏସ୍‌ଡିପିଓ ଏବଂ ବୋଡେନ୍ ଥାନା ପୋଲିସ ପହଞ୍ଚି କୋଠରୀକୁ ତନ୍ନତନ୍ନ କରି ଦେଖିଥିଲେ । ପରେ ଏହା ମଣିଷର ନୁହେଁ, କୌଣସି ବନ୍ୟଜନ୍ତୁର କଙ୍କାଳ ହୋଇଥାଇପାରେ ବୋଲି ପୋଲିସ କହିଛି ।

ଏନେଇ ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା କହିଛନ୍ତି ଯେ, ‘ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲ ନିକଟସ୍ଥ ଛାତ୍ରୀ ନିବାସରେ କଙ୍କାଳ ପଡିଥିବା ଖବର ପାଇ ଆମେ ଘଟଣାସ୍ଥଳରେ ପହଞ୍ଚି ଯାଂଚ କରିଥିଲୁ । ଯାହା ପରେ ଏହା କୌଣସି ନର କଙ୍କାଳ ନୁହଁ ବରଂ ଏକ ବନ୍ୟ ଜନ୍ତୁର କଙ୍କାଳ ବୋଲି ଜଣାପଡିଥିଲା’ ।