/odishatv-khabar/media/post_attachments/uploadimage/library/16_9/16_9_0/Mao_Attack_1655817016.jpg)
Mao Attack
ନୂଆପଡ଼ା ଅଞ୍ଚଳରେ ବଡ଼ ଅଘଟଣ । ତାଣ୍ଡବ ଲୀଳା ରଚିଛନ୍ତି ମାଓବାଦୀ । ମାଓ ହମଲାରେ ୩ CRPF ଯବାନ ସହିଦ ହେବା ସହ ୭ ଯବାନ ଗୁରୁତର । ସହିଦ ଯବାନମାନେ ହେଲେ ଏଏସାଇ ଶିଶୁପାଳ ସିଂହ, ଏସଆଇ ଶିବପାଲ ଓ କନଷ୍ଟେବଳ ଧର୍ମେନ୍ଦ୍ର କୁମାର ସିଂହ । ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ସଶସ୍ତ୍ର ମାଓବାଦୀ ମାନେ ହମଲା କରିଛନ୍ତି । ଏବେ ବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ରହିଛି । ତେବେ ଏନେଇ ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି । ତେବେ ଗୁରୁତର ୭ ଯବାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇଁ ଦକ୍ଷିରାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡ଼ା ଏସ୍ପି ଘଟଣାସ୍ଥଳକୁ ଯାଉଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)