/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639552755.jpg)
No Rroad No Basic Amenities In Nuapada Village
ନୂଆପଡା (ମାୟାଧର ସରାଫ) : ନାଳ ସାଜିଛି କାଳ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ତଥା ଆଖପାଖ ୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଇନ୍ଦ୍ର ନଦୀର ନାଳ କାଳ ପାଲଟିଛି ।
ସୂଚନା ଅନୁସାରେ, ପୁରା ଗାଁରେ ୨ଟି ନାଳ ଅଛି । ଆଉ ଏହି ଦୁଇଟି ନାଳରେ ବର୍ଷକୁ ପ୍ରାୟ ୬ ମାସ ପାଣି ଭରି ରହିଥାଏ । ଫଳରେ ନାଗପଡା ପଂଚାୟତର ଖୋଲିଭିତର, ଭୁଇଁପାନି ଓ ଛୁଇପାନୀ ଗାଁର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବର୍ଷା ଦିନେ ଗାଁ ଲୋକେ ଜଳବନ୍ଦୀ ହୋଇ ରହିଥାନ୍ତି । ଏମିତି କି ଲୋକେ ନିଜ ପଞ୍ଚାୟତ ନାଗପଡାକୁ ମଧ୍ୟ ଯାଇପାରନ୍ତି ନାହିଁ ।
ପିଲାଠୁ ଆରମ୍ଭ କରି ବୁଢା ଯାଏ ସମସ୍ତେ ଏହି ନାଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆମ୍ୱୁଲାନ୍ସ ହେଉ ବା ଜରୁରୀ ସେବା ଏହି ନାଳ ପାଇଁ ସବୁ ମୌଳିକ ସୁବିଧାରେ ବାଧାବିଘ୍ନ ସୃଷ୍ଟି ହୋଇଥାଏ । କେବଳ ଏତିକି ନୁହେଁ ଗାଁ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଏହି ନାଳ ଦେଇ ବହୁ ଅସୁବିଧାରେ ଭର୍ତ୍ତା ଆଦି ଆଣିବା ପାଇଁ ଯାଇଥାନ୍ତି ।
ଗାଁର ଏହି ଅସୁବିଧାକୁ ତଥା ନେଇ ଇନ୍ଦ୍ର ନଦୀରେ ୨ଟି ନୂଆ ବ୍ରିଜ ନିର୍ମାଣ ପାଇଁ ଗାଁ ଲୋକେ ସରପଂଚଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ନୟାନ୍ତ ହୋଇ ପଡିଛନ୍ତି । ହେଲେ କିଛି ସୁଫଳ ମିଳୁନଥିବାର ଅଭିଯୋଗ କରିଛନ୍ତି ଗାଁ ଲୋକେ ।
ତେବେ ଏହି ସମସ୍ୟାର ସମାଧାନ ପାଇଁ ବୋଡେନ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ନାଳକୁ ଦେଖି ଯାଇ ରାସ୍ତା ବ୍ୟବସ୍ଥା କରିବେ ବୋଲି କହିଛନ୍ତି ନୂଆପଡା ପିଡି ଡିଆରଡିଏ ମଧୁଛନ୍ଦା ସାହୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)