• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ମାଓ ଅଂଚଳରେ ଡିଜିପି । ନୂଆ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ନୂଆପଡ଼ାରେ ମାଓ ସ୍ଥିତି ସମୀକ୍ଷା ସହ ପଞ୍ଚାୟତ ନିର୍ବାଚନ ନେଇ ବୈଠକ କରିଛନ୍ତି । ଏସ୍‌ପି ଅଫିସ୍‌ରେ ହୋଇଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଅପରେସନ ଅମିତାଭ ଠାକୁର,  ଡିଆଇଜି ଅନିରୁଦ୍ଧ ସିଂ ଓ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ଥିଲେ ।

କିଛି ଦିନ ତଳେ ଓଡିଶା -ଛତିଶଗଡ ସୀମାନ୍ତ ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ସଫଳତା ପାଇଁ ପୋଲିସ ଡିଜି ଅଭିନନ୍ଦନ ଜଣାଇଥିଲେ । ଏହାପରେ କଳାହାଣ୍ଡି ଗସ୍ତ କରି ପୋଲିସ ଡିଜି ସୁନୀଲ ବଂଶଲ ଏସପି କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସେଠାରେ ମାଓ ସମୀକ୍ଷା ସହ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରିଥିଲେ । ପୋଲିସ ଡିଜିଙ୍କ ସମେତ ଆଇଜି ଅମିତାଭ ଠାକୁର, ଡ଼ାଇରେକ୍ଟର ଇଣ୍ଟିଲେଯେନ୍ସ ଲଳିତ ଦାସ, ଡ଼ିଆଇଜି SIW  ଅନିରୁଦ୍ଧ ସିଂ, କଳାହାଣ୍ଡି ଏସପି ଶ୍ରବଣ ବିବେକ ଉପସ୍ଥିତ ଥିଲେ ।