• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆପଡ଼ା : ପାଠପଢ଼ା ସାଙ୍ଗକୁ ରାଜମିସ୍ତ୍ରୀ କାମ । କଅଁଳ ହାତର ସ୍ପର୍ଶରେ ଅନେକ ଅଟ୍ଟାଳିକା ଅନେକ ଘର ତିଆରି ହୋଇଛି । ପାଢ ବି ପଢୁଛନ୍ତି । ଘର କାମ କରିବା ସହ ବୃଢ଼ୀ ମା’ର ସେବା ମଧ୍ୟ କରୁଛନ୍ତି । କଲେଜ ପଢୁଆ ଝିଅ ପଦ୍ମିନୀ ଜଣେ ଅସାଧାରଣ ରାଜମିସ୍ତ୍ରୀ । ମହିଲାମାନେ ଏଯାଏ ରାଜମିସ୍ତ୍ରୀ କାମ କରୁ ନଥିବା ବେଳେ ପଦ୍ମିନୀ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁ ଗାଁର ପଦ୍ମିନୀ ରଣା । ବାପା ଅନେକ ଦିନ ହେଲାଣି ଆର ପାରିରେ । ଘରେ ବୁଢ଼ୀ ମା’ । ମା ବଡ କଷ୍ଟରେ ଦୁଇ ଝିଅଙ୍କୁ ବାହା କରି ଦେଇଛନ୍ତି । ପଦ୍ମିନୀ ଫୁଟବଲ, ଭଲିବଲ, କବାଡି, ଦୌଡ ଆଦି ଖେଳରେ ପାରଙ୍ଗମ । ଆଶା କରି ଥିଲା ଭଲ ଚାକିରୀଟିଏ କରିବ । କିନ୍ତୁ ଚାକିରୀ ପାଇଲା ନାହିଁ । ଜଣେ ରାଜମିସ୍ତ୍ରୀଙ୍କ ସହାୟତାରେ କାମ ଶିଖିଲା । ଏବେ ସେ ନିଜେ ଜଣେ ପରିଚିତ ରାଜମିସ୍ତ୍ରୀ । ସେ ଦୀର୍ଘ ୨/୩ ବର୍ଷ ହେବ ରାଜମିସ୍ତ୍ରୀ କାମ କରୁଛନ୍ତି । ଏଯାଏ ୧୦୦ରୁ ଅଧିକ ଘର ତିଆରି କରି ସାରିଲେଣି । ସେ ଗାଁ ପାଖ ଏକ କଲେଜରେ ଯୁକ୍ତ ୨ରେ ପାଠ ମଧ୍ୟ ପଢୁଛନ୍ତି ।

ରାତି ପାହିଲେ ହାତରେ କରଣୀ ଧରି ଘରୁ ବାହାରି ଯାଏ ପଦ୍ମିନୀ । ସରକାରୀ ଯୋଜନାର ଘର ହେଉ କି ବ୍ୟକ୍ତିଗତ ଘର ହେଉ ରାଜମିସ୍ତ୍ରୀ ଭାବେ ଘରର ଡିଜାଇନ ସହ ଯୋଡେଇ, ପ୍ଲାଷ୍ଟରିଂ ଆଦି ସବୁ କରନ୍ତି । ତାଙ୍କ କାମ ସୁନ୍ଦର ହେଉଥିବାରୁ ‌ଆଖପାଖରେ ଥିବା ୧୦ରୁ ଅଧିକ ଗାଁରେ ସେ ଘର ତିଆରି କରୁଛନ୍ତି । ୧୦ଟି ଗାଁରେ ଜଣେ ଦକ୍ଷ ରାଜମିସ୍ତ୍ରୀ ଭାବେ ପଦ୍ମିନୀଙ୍କର ସୁନାମ ଅଛି । ପଦ୍ମିନୀ ଏଯାଏ ୧୦୦ରୁ ଅଧିକ କୋଠା ତିଆରି କରି ସାରିଲେଣି ।

ନୂଆପଡା ଜିଲ୍ଲାରେ ଜଣେ ହେଲେ ମହିଲା ରାଜମିସ୍ତ୍ରୀ ନାହାନ୍ତି । ପଦ୍ମିନୀର ଏ ପ୍ରତିଭା ସଂପର୍କରେ ଆମେ ନୂଆପଡା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ସେ ଖୁସି ହେବା ସହ ଆଗାମୀ ଦିନରେ ଜିଲ୍ଲାରେ ହେଉ ଥିବା ବିଭିନ୍ନ ସରକାରୀ କାମରେ ତାକୁ ସୁଯୋଗ ଦେବାକୁ କହିଛନ୍ତି । ବାସ୍ତବିକ ପଦ୍ମିନୀ ଆଜିର ଯୁବପିଢ଼ିଙ୍କ ପାଇଁ ଏକ ଉଦାହରଣ ।