• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କୂଅରେ ପଡ଼ି ଯାଇଥିବା ମା’କୁ ଉଦ୍ଧାର ପାଇଁ କୂଅକୁ ଡେଇଁଲା ପୁଅ। ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଲାପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। କୋମନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମା’, ପୁଅଙ୍କୁ ଉଦ୍ଧାର କରିଛନ୍ତି। ଉଭୟ ସୁସ୍ଥ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ସକାଳେ ୬୬ ବର୍ଷୀୟା ମହିଳା ଜଣକ କୂଅ କଡ଼ରେ ବସିଥିବା ବେଳେ ଖସିପଡ଼ିଥିଲେ। ମା’ କୂଅରେ ପଡ଼ିଯିବା ଦେଖି ଉଦ୍ଧାର ପାଇଁ ପୁଅ ମଧ୍ୟ ୨୦ ଫୁଟ ଗଭୀର କୂଅକୁ ଡେଇଁ ପଡ଼ିଥିଲେ। ଉଭୟ କୂଅରେ ଫସିଥିବା ବେଳେ ପରିବାର ଲୋକ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।

ଖବରପାଇ କୋମନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମା, ପୁଅଙ୍କୁ ଉଦ୍ଧାର କରିଥିଲେ। ଭୟ ମା, ପୁଅ ସୁସ୍ଥ ଥିବା ସୂଚନା ମିଳିଛି।