/odishatv-khabar/media/post_attachments/uploadimage/library/16_9/16_9_0/____1655634532.jpg)
4 Killed In lightning Strike In Nuapada
ଆକାଶରୁ ଖସିଲା ମୃତ୍ୟୁ, ନେଲା ୪ ଜୀବନ। ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲ୍ଲିକମୁଣ୍ତା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ୪ ଜଣଙ୍କ ମୢତ୍ୟୁ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
Advertisment
ସୂଚନା ଅନୁସାରେ, ନିଜ ଘରର ଛାତରେ ଆଜ୍ବେଷ୍ଟସ୍ ଲଗାଉ ଥିବାବେଳେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ କୋମନା ମେଡିକାଲରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ୨ ଗୁରୁତରଙ୍କୁ ଚିକିତ୍ସା ଜାରି ରହିଛି।
ସୂଚନାଥାଉ କି, ଜୁନ୍ ୧୬ ତାରିଖ ଦିନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷଣୁ ସୂଚନା ଦିଆଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)