Advertisment

ପୁଅ ରହୁଛି କୋଠା ଘରେ…ବାପା-ମାଆ ରହୁଛନ୍ତି ଛେଳି ଗୁହାଳରେ, ଖାଇବାକୁ ନାହିଁ କି ପିନ୍ଧିବାକୁ ନାହିଁ

କୋଠାଘର କରିଛି ପୁଅ, ହେଲେ ଛେଳି ଗୁହାଳେ ରହୁଛନ୍ତି ବୁଢା ମାଆ-ବାପା। ନିଜ ଛେଳି ସହ ପଡ଼ୋଶୀଙ୍କ ଛେଳି ଚରାଇ ଦିନକୁ ମୁଠାଏ ଖାଉଛନ୍ତି ଏହି ବୃଦ୍ଧା...ସାହାଯ୍ୟ ପାଇଁ ହାତ ଯୋଡ଼ି କାନ୍ଦୁଛନ୍ତି

author-image
Sarbeswar
House Probelm

House Probelm

ଆଖିରେ ଆଖିଏ ଲୁହ, ଓଠ ଭାଷା ହୀନ,ହାତ ଯୋଡ଼ି ସମସ୍ତଙ୍କୁ କାକୁତି ମୀନତି ହେଉଛନ୍ତି ହଜୁର ଆମକୁ ଘର ଖଣ୍ଡେ ଦିଅନ୍ତୁ, ହେଲେ କେହି ତାଙ୍କ କଥା ଶୁଣୁ ନାହାଁନ୍ତି।ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଚାନ୍ଦେଲ ଗ୍ରାମରେ। ଏହି ଗାଁର ଦୁଃଖୁ ଦଣ୍ଡସେନାଙ୍କ ଦୁଃଖ କହିଲେ ନସରେ... ବୟସ ୭୦ଟପିଲାଣି। ସ୍ତ୍ରୀ କସ୍ତୁରୀ ମଧ୍ୟ ଜୀବନର ଅପରାହ୍ଣରେ। ତିନି ପୁଅ ଭିତରୁ ମଝିଆ ପୁଅର ମୃତ୍ୟୁ ହୋଇଗଲାଣି। ଆଉ ଅନ୍ୟ ଦୁଇ ପୁଅ ନିଜ ପରିବାର ସହ ଦାଦନ ଯାଇଛନ୍ତି। ପୁଅର କୋଠା ଘର ଅଛି ହେଲେ ମାଆ-ବାପାଙ୍କୁ ରହିବାକୁ ଦେଉନାହାନ୍ତି...

Advertisment

ଇଚ୍ଛା ନଥିଲେ ବି ଛେଳି ଗୁହାଳରେ ରହୁଛନ୍ତି ବୁଦ୍ଧଦମ୍ପତ୍ତି। ବୃଦ୍ଧା କସ୍ତୁରୀ ନିଜ ତିନି ପଟ ଛେଳି ସହ ଗାଁ ର ଅନ୍ୟମାନଙ୍କ ଛେଳି ଚରାଉଛନ୍ତି । ସରକାରୀ ସହୟତା କହିଲେ, ମାସକୁ ୧୦ କିଲୋ ଚାଉଳ। ଆଉ ୫୦୦ ଟଙ୍କା ଭତ୍ତ।। ଆଉ ଆଜିକା ମହରଗ ଯୁଗରେ ଏତିକି ଟଙ୍କାରେ ସେମାନେ ଚଳିହାକୁ ଯେ କେତେ ହଇରାଣ ହେଉଥିବେ ସେ କଥା ଆପଣ ଥରେ ଚିନ୍ତା କରନ୍ତୁ...ଖଣ୍ଡେ ଘର ପାଇଁ ସରପଂଚଙ୍କଠାରୁ ବିଡ଼ିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି ହେଲେ କେହି ଶୁଣୁନାହାନ୍ତି....

ନିଜର ଦୁଃଖ କହିବା ବେଳେ କାନ୍ଦି ପକାଉଛନ୍ତି ଦୁଃଖୁ। ଗୋଟିଏ ପଟେ ସରକାର କହୁଛନ୍ତି ଆମେ ସମସ୍ତଙ୍କୁ ରହିବା ପାଇଁ ବାସଗୃହ ଦେବୁ, କେହି ଭୋକରେ ରହିବେନି। କିନ୍ତୁ ସରକାର କେତେ ସତ କହୁଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ। ଜଣେ ମଣିଷ ଛେଳି ଗୁହାଳରେ ରହିବ, ଏହା ସଭ୍ୟ ସମାଜ ପ୍ରତି ଅପମାନ ନୁହଁ କି?ସରକାରୀ ଯୋଜନା କ'ଣ ଖାଲି ବଡ ଲୋକଙ୍କ ପାଇଁ। ଏପରି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ନିଶ୍ଚୟ ଉଂକି ମାରୁଛି।

Advertisment

ଖଡ଼ିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ

House Probelm
Advertisment
Advertisment