• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଣ୍ଡିରୁ ଉଠୁନି ଧାନ । ସେପଟେ ମାଡ଼ି ଆସିଲାଣି ବର୍ଷା । ଧାନ ବିକ୍ରି କରିବା ପାଇଁ ଚାଷୀ ଟୋକନ ପାଇଛିି । ମାତ୍ର ଧାନ ବିକ୍ରି ହୋଇନପାରିବା ଯୋଗୁଁ ୧୦ ଦିନ ହେଲାଣି ଖୋଲା ଆକାଶ ତଳେ ପଡ଼ି ରହିଛି । ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।

ଫଳରେ ଶୀତ କାକରରେ ରାତିରେ ଧାନ ଜଗି ରହିଛନ୍ତି ଚାଷୀ । ଗତକାଲି ସିଏସ୍ଓ ଏବଂ ତହସିଲଦାର ମଣ୍ଡି ପରିଦର୍ଶନ କରିବା ସହ ତୁରନ୍ତ ଧାନ ଉଠିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତଥାପି ମଣ୍ଡିିରୁ ଧାନ ଉଠୁନାହିଁ । ଆଗକୁ ବର୍ଷା ଆସୁଥିବାରୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ପାଇଁ ଚାଷୀ ଦାବି କରିଛନ୍ତି ।

ଅନ୍ୟପଟେ ଆସନ୍ତା ୧୦ ତାରିଖରେ ନୂଆପଡା ଜିଲ୍ଲାରେ ମଧ୍ୟ ବର୍ଷା ହେବ ବୋଲି ରାଜ୍ୟ ପାଣିପାଗ ବିଭାଗ ତଥା ସ୍ୱତନ୍ତ୍ର ରିଲିଫ୍ କମିସନର ସତର୍କ କରାଇଛନ୍ତି । ଯାହାକି ଚାଷୀର ଚିନ୍ତାକୁ ଦ୍ୱିଗୁଣିତ କରିଛି । ଚାଷୀଙ୍କୁ ଏହି ଅଦିନିଆ ବର୍ଷା ଏବେ ଚିନ୍ତାରେ ପକାଇ ଦେଇଛି । ମିଲରଙ୍କ ମନମାନି ତଥା ଜିଲ୍ଲାରେ ପ୍ୟାକ୍ସ ଅଭାବ ଯୋଗୁଁ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡି ରହିଛି ହଜାର ହଜାର କ୍ୱିଂଟାଲ ଧାନ ।

ଅନେକ ଧାନ ମଣ୍ଡି ଖୋଲା ଆକାଶ ତଳେ ପଡ଼ିଛି । ଯଦି ବର୍ଷା ହେଲା ତେବେ ମଣ୍ଡିରେ ଥିବା ଧାନକୁ ଢାଙ୍କିବା ପାଇଁ ଚାଷୀଙ୍କ ପାଖରେ ଆବଶ୍ୟକ ପରିମାଣର ତାରପୋଲିନ ମଧ୍ୟ ନାହିଁ । ବର୍ଷାରେ ଧାନ ଭିଜିବା ଆଶଙ୍କା କରାଯାଉଛି । ଧାନ ଭିଜି ଗଜା ହେଲେ ଧାନ ବିକ୍ରୀ ହେବାରେ ସମସ୍ୟା ଦେଖା ଦେବ । ଚାଷୀଙ୍କୁ ଆବଶ୍ୟକ ପରିମାଣରେ ତାର ପୋଲିସ ଯୋଗାଇ ଦିଆ ଯିବ ବୋଲି ତୁକୁଲା ପ୍ୟାକ୍ସର ପରଚେଜ ଅଫିସର କହିଛନ୍ତି ା