ବିଦ୍ୟୁତ ଗ୍ରାହକମାନେ ସଠିକ ଭାବେ ବୁଝିପାରିବେ ବୋଲି ଆଶା କରାଯାଇଛି।
ଆବାସ ଘରରେ ବଡ଼ କେଳଙ୍କାରୀ । ହିତାଧିକାରୀ ହୋଇଥିଲେ ବି ଘର ଖଣ୍ଡିଏ ଲାଗି ୩୦ ହଜାର ଲାଂଚ ମାଗୁଛନ୍ତି କୁଜି ନେତା । ଟଙ୍କା ଦେଇ ପାରୁନାହାନ୍ତି ବୋଲି ଏଯାଏଁ ଝୁପିଡ଼ି ଘରେ ରହୁଛନ୍ତି ନମିତା
କାଳ ହେଲା ରାମନବମୀ ଯାତ୍ରା ଦେଖିବା...ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲେ ୩ ଯୁବକ । ଖାଲି ଦୁର୍ଘଟଣାର ଶିକାର ହେଲେ ତାହା ନୁହେଁ ବରଂ ୩ ଜଣଙ୍କର ଚାଲିଗଲା ଜୀବନ । ଗଛରେ ଗାଡ଼ି ଏମିତି ପିଟି ହେଲା ଯେ ତିନି ଜଣଯାକ ସାଙ୍ଗଙ୍କର ଗଲା ପ୍ରାଣ । ନୟାଗଡ଼ ଓଡଗାଁରେ ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟିଥିଲା ବାଇକ
ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ାଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ଆଜି ୪୦ରୁ ୫୦ କିମି, କାଲି ୩୦ରୁ ୪୦ କିମି ବେଗରେ ପବନ ବହିପାରେ
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ସକାଳୁ ସକାଳୁ ନୟାଗଡ଼କୁ ନିମନ୍ତ୍ରିତ ହୋଇ ଯାଇଥିଲେ ବଡ଼ ବଡ଼ ନେତାଏ । ବବି ଓ ଅତନୁଙ୍କ ବାଦ୍ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ମଧ୍ୟ ଯାଇଥିଲେ । ସମସ୍ତେ ସ୍ପୋର୍ଟିଂ ଡ୍ରେସରେ ବି ଥିଲେ । ବାସ୍ତବରେ ବରକନ୍ୟା ଦେଖିବାକୁ ସେମାନଙ୍କୁ ନୟାଗଡ଼ ଡକେଇ ଆଣିଥିଲେ ଅରୁଣ ସାହୁ । ବର କନିଆଁ କଥା ଶୁଣି ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ବାସ୍ତବରେ ବରକନ୍ୟା ହେଉଛି, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନିହାଲପ୍ରସାଦ ଗାଁ ନିକଟରେ ବହିଯାଇଥିବା ଏକ ଛଳଛଳ ଝରଣା।
ବୟସର ଅପରାହ୍ନରେ ପହଞ୍ଚିଥିବା ଶଙ୍କର ଜେନାଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ଝରିଆସିବ ଲୁହ । ବୟସ ୯୨ ପାର ହେଲାଣି... ଘର ନୟାଗଡ଼ ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ଗାଁରେ l ନ୍ୟାୟ ଟିକେ ପାଇବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସକୁ କେତେ ଥର ଯେ ଗଲେଣି ତାହାର କୌଣସି ହିସାବ ନାହିଁ l ନ୍ୟାୟ ପାଇବାକୁ ଆସୁଥିବା ବେଳେ ଅଫିସ ପିଣ୍ଡାରେ ବସି ଯାହାକୁ ଦେଖୁଛନ୍ତି ତାଙ୍କୁ ଗୁହାରି କରୁଛନ୍ତି । ହେଲେ ନ୍ୟାୟ ପାଇନାହାନ୍ତି ।
କୁଆପଥର ମାଡ଼ ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ନୀଳମାଧବ ନିଜେ ବ୍ୟାଙ୍କ କର୍ମଚାରୀ ହୋଇଥିବାରୁ ନିଜେ ସୁନା ରଖି ଋଣ ଆଣିପାରିନଥିଲେ l ବରଂ ନିଜର ଚିହ୍ନା ପରିଚିତ ଲୋକଙ୍କୁ ହାତ କରି ନିଜ ସୁନା ଦେଇ ବ୍ୟାଙ୍କରୁ ଋଣ ହାତେଇଥିବା ସମ୍ପୃକ୍ତ ବଣିଆଙ୍କ ନାମରେ ଅଭିଯୋଗ ହୋଇଛି l ହେଲେ ପରେ ଜଣାପଡିଥିଲା ଯେ, ବନ୍ଧକ ଥିବା ସୁନା ନକଲି l ବ୍ୟାଙ୍କରେ ଅଡିଟ ସମୟରେ ବନ୍ଧକ ଥିବା ସୁନା ଅଳଙ୍କାର ନକଲି ବୋଲି ଜଣାପଡିଥିଲା l ତେବେ ଏନେଇ ଗ୍ରାହକଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖବର ଦେବା ପରେ ଏବେ ଚିନ୍ତା ବଢିଛି ।
ଆଜି ଅଧିକ ପ୍ରଭାବ ଦେଖାଇବ ପଶ୍ଚିମା-ଝଡ଼ା ଗତ ଦୁଇ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଥିବା ବର୍ଷାର ପରିମାଣ ଆଜି ଅଧିକ ବଢ଼ିବ।
ଆଜି ସକାଳୁ ଟ୍ୱିନ୍ ସିଟିର ବିଭିନ୍ନ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜ୍ୟରେ ଆଜି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିବ ।
ଝଡ଼ ପବନ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା
ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
ବାପା ଖୋଜିବାକୁ ଯାଇଥିଲା ବର, ଅଧା ରାସ୍ତାରେ ଶବ ହୋଇଗଲା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମପଚଂୟତ କାର୍ଯ୍ୟାଳୟ ପାଖରେ। ଖଣ୍ଡପଡା ଲକ୍ଷ୍ମୀପ୍ରସାଦ ଗାଁର ମହେଶ୍ବର ବେହେରା ନିଜ ଝିଅର ବାହାଘର ଲାଗି ସ୍ଥାନୀୟ ଅଂଚଳର କିଶୋରପ୍ରସାଦ ଗାଁକୁ ଆସିଥିଲେ । ପ୍ରସ୍ତାବ ଦେଖିବା ପରେ ଚାଲିଚାଲି ରାସ୍ତା ପାର୍ ହେଉଥିଲେ । ହେଲେ ଦ୍ରୁତଗତିରେ ଆସୁଥିବା ଗାଡି ମହେଶ୍ୱରଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା
ଗୋଟିଏ ସ୍ଥାନରେ ୪ଟି ପ୍ରପାତର ମଜା ଉଠାଇପାରିବେ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଂଚଳବାସୀଙ୍କ ଦାବି ।
କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗଦେବା ପରେ ନୟାଗଡ଼ ରାଜନୀତିରେ ମୋଡ଼ ଆସିଛି । ଅରୁଣଙ୍କ ପାଇଁ ରାସ୍ତା ଆଉ ସହଜ ହୋଇ ରହିନାହିଁ । କିଛିମାସ ପୂର୍ବରୁ ଅରୁଣଙ୍କ ନାଁ ନନେଇ ପ୍ରତ୍ୟୁଷା ମେଳି ବାନ୍ଧୁଥିଲେ, ଏବେ ଖୋଲାଖୋଲି କହୁଛନ୍ତି, ଅରୁଣ ହଟାଓ। ତା ସହିତ ସେ ଅସନ୍ତୁଷ୍ଟ ତଥା ଅରୁଣ ବିରୋଧୀ ବିଜେଡି କର୍ମୀଙ୍କୁ ଏକାଠି କରୁଛନ୍ତି
ଛୋଟ କାଟିଆ ନୁହଁ ଆଜ୍ଞା ୟେ.. ପୂରା ବଡ଼ ଧରଣର ମାନେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା.. ରାଜ୍ୟ ମୁଖିଆଙ୍କ ହୋଡିଂ ମଧ୍ୟ ଲାଗିଚି..ଏଣ୍ଟ୍ରି ପୂରା ଶାନଦାର..।
ସରକାରଙ୍କ ପକ୍ଷରୁ ୨୦୨୨ ମସିହା ଜାନୁୟାରୀ ୨୪ ତାରିଖରେ ଅଗ୍ନିଶମ କେନ୍ଦ୍ରର ମରାମତି ପାଇଁ ୪ ଲକ୍ଷ ଟଙ୍କା ଏବଂ ସରକାରୀ ବାସଗୃହ ମରାମତି ପାଇଁ ୧୪ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମାନମନି ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ବର୍ତ୍ତମାନ ଟଙ୍କା ଫେରିବାକୁ ବସିଲାଣି । ଯାହାକୁ ନେଇ କର୍ମଚାରୀ ମାନେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
ମନ୍ତ୍ରିମଣ୍ଡଳର ସଭ୍ୟ ବଡ଼ କି ସଚିବ ବଡ଼ ସେନେଇ ସାଧାରଣ ଜନତା ଓ ଭୋଟର ସନ୍ଦେହରେ ବୋଲି କହିଥିଲେ ସୌମ୍ୟରଂଜନ ।
ବାହାଘର ବେଦୀ ଉପରେ ପୋଲିସକୁ ଦେଖି ସମସ୍ତେ ଡରି ଛାନିଆଁ ହୋଇଗଲେ l କିନ୍ତୁ କେହି କିଛି ଜାଣିପାରିଲେ ନାହିଁ କି କାହିଁକି ହଠାତ୍ ବନ୍ଦ ହେଲା ବାହାଘର। କିନ୍ତୁ ଘଟଣାର ଖୋଳତାଡ କରିବା ପରେ ଜଣାପଡିଲା କି ବାଲ୍ୟ ବିବାହ ହେଉଥିବାରୁ ବାହାଘର ବନ୍ଦ କରିବାକୁ ବେଦିରେ ପହଞ୍ଚିଥିଲା ପୋଲିସ ଓ ଶିଶୁ ସୁରକ୍ଷା ୟୁନିଟ । ବାହା ବେଦିରେ ବସିଥିବା ନାବାଳିକା କନିଆଁକୁ ଚାଇଲଡ଼ ଲାଇନ ଉଦ୍ଧାର କରିବା ପରେ ଶିଶୁପାଳ ହୋଇ ଫେରିଛନ୍ତି ୨ ବର l
ଜୋର୍ ଧରିଲା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି। ଏନେଇ ସରକାର ଶୀଘ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ନୟାଗଡ଼ ବୁଦ୍ଧିଜୀବୀ।
ରାସ୍ତାରେ ବସି କାନ୍ଦୁଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରେମୀଯୁଗଳ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଡେଲାଙ୍ଗର ଜଣେ ମହିଳା ବିବାହ କରିବା ପରେ ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ସ୍ୱାମୀ ରାଜମିସ୍ତ୍ରୀ କାମ କରିବାରୁ ସକାଳୁ ସକାଳୁ ଖାଇପିଇ ଘରୁ ପଳାନ୍ତି । ଏକୁଟିଆ ରହୁଥିବା ଏହି ମହିଳା ଜଣକ ଘରେ ବସିଥିବା ବେଳେ ହଠାତ୍ ରଙ୍ଗ ନମ୍ବରରୁ ଆସେ କଲ୍
ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ...ଏଇ ନାରା ଦେଉଛନ୍ତି ରାଜ୍ୟ ସରକାର। ନାରା ନୁହେଁ ବରଂ ସବୁ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ବି ଘୋଷଣା କରାଯାଇଛି। ହେଲେ ସ୍କୁଲରେ ଭୟଙ୍କର ମାଡ ହେଉଥିବା ଅଭିଯୋଗ ସହିତ ମାଡ ଡରରେ ସ୍କୁଲକୁ ପିଲାମାନେ ଆସୁନଥିବା ଅଭିଯୋଗ ହୋଇଛି। ନୟାଗଡ ରଣପୁର ବ୍ଲକର ଧମଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ। ଏନେଇ ଧମଡା ଗ୍ରାମବାସୀ ରଣପୁର ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ବି କରିଛନ୍ତି।
ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।