ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ବତଟ ରେଲେଓ୍ୱକୁ ଏକ ଚିଠି ଲେଖିଛନ୍ତି । ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଭିତରେ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ୪୮୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।
୨୪ ବର୍ଷ ପୂର୍ବେ ନିଖୋଜ ହୋଇ ଯାଇଥିଲେ। ହଠାତ୍ ଘର ଠିକଣାରେ ଏମିତି ଏକ ଚିଠି ଆସିଲା, ତା’ପରେ ସବୁ କିଛି ବଦଳି ଯାଇଥିଲା। ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଚିଠିଟି ଘର ଠିକଣାରେ ପହଞ୍ଚିଥିଲା।
ନୟାଗଡ଼ ଫତେଗଡ଼ରେ ଘଟିଛି ଏକ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀଙ୍କୁ କିଛି ଲୋକ ବିଧା ଗୋଇଠା ମାରି ତାଙ୍କ ଗର୍ଭ ନଷ୍ଟ କରିଦେଇଛନ୍ତି । ଯାହା କି ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ରାଜ୍ୟରେ ବଢିବାରେ ଲାଗିଛି ନବବଧୂ ମାମଲା, ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଲା ନବବଧୂର ହତ୍ୟା ଘଟଣା
କାଠରେ ନିଖୁଣ କାରିଗରୀର ପ୍ରତିଛବି ଦେଇ ଚର୍ଚ୍ଚାରେ ନୟାଗଡ଼ ଭାପୁରର ଭୀମସେନ ଖୁଣ୍ଟିଆ l ନିଜର କାଉଁରୀ ଛୁଆଁରେ ନିର୍ଜୀବ କାଠରେ ଏମିତି ରୂପ ଆଙ୍କୁଛନ୍ତି, ଯାହାକୁ ଦେଖିଲେ ପୂରାପୂରି ଜୀବନ୍ତ ଲାଗୁଛି। ଦିନେ ନିଜର କାମ ପାଇଁ ରାଜ୍ୟ ସରକାର ପ୍ରଶଂସା ମଧ୍ୟ କରିଥିଲେ।
ଗୁଣିଗାରେଡି ସନ୍ଦେହରେ ନିର୍ଯାତନା । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅଞ୍ଚଳର ଚଢ଼େୟାପଲ୍ଲୀ ଗାଁରେ ୪ ଜଣଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମଳ ଖୁଆଇବା ଭଳି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।
ଜାତୀୟ ରାଜପଥରେ ୩ ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଗାଡ଼ି ଧରି ଫେରାର ହୋଇ ଯାଇଛନ୍ତି।
ଗାଁ ଦାଣ୍ଡରେ ମାଡ଼ ଖାଇ ନାବାଳିକା ଥାନାକୁ ଯିବାରୁ ଗାଁ ରେ ବସିଲା କଙ୍ଗାରୁ କୋର୍ଟ l ନିଆଁ ପାଣି ବାସନ୍ଦ ସହ ଘର ସାମ୍ନାରେ କଣ୍ଟା ପକାଇ କଲେ ଗୃହ ବନ୍ଦୀ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁରେ
ଦିନେ ସବୁଜ ବନାନୀରେ ଭରପୁର ଥିବା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ବାଘୁଆପଲ୍ଲୀ ନିକଟ କାଶିଆ ପାହାଡ଼ ଏବେ ଲଣ୍ଡା ପାହାଡ଼ରେ ପରିଣତ ହେଲାଣି। ଦିନ ରାତି ଏଠାରେ ହେଉଛି ବ୍ଲାଷ୍ଟିଂ। ଆଉ ଫାଇଦା ଉଠାଉଛନ୍ତି ଏଠାରେ ଥିବା କ୍ରସର।
ତେବେ ଏହାରି ମଧ୍ୟରେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ଅପହରଣ ହତ୍ୟା ଘଟଣାକୁ ବର୍ଷେ ପୁରିସାରିଛି। ଗତ ବର୍ଷ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା।
ଓଡିଶୀ ନୃତ୍ୟରେ ନାଁ କମେଇଛନ୍ତି ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ଲିମା ଦାସ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର କିଶୋର ଚନ୍ଦ୍ର ଦାସଙ୍କ ତିନି କନ୍ୟାଙ୍କ ମଧ୍ୟରୁ ମଝିଆଁ ଝିଅ । ଲିମାଙ୍କ ଦ୍ଵାରା ପ୍ରଦର୍ଶିତ ଓଡିଶୀ ନୃତ୍ୟର ନିର୍ଭୁଲ ଏବଂ ନିଖୁଣ ମୁଦ୍ରା ତାଙ୍କୁ ଦେଇଛି ନିଆରା ସ୍ୱତନ୍ତ୍ରତା ଏବଂ ପରିଚୟ । ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଲିମା ପାଇଛନ୍ତି ଅନେକ ସଫଳତା । ଦୁର୍ଗା ତାଣ୍ଡବ, ଦଶାବତାର ଆଦି ଅନେକ କ୍ଳିଷ୍ଟ ନୃତ୍ୟକୁ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଛନ୍ତି ଲିମା
ବଡ଼ କାମଟିଏ ପାଇଁ ଅଣ୍ଟାରେ ଧନ ସିନା ନଥିଲା, ହେଲେ ମନ କିନ୍ତୁ ଥିଲା ପାହାଡ଼ଠୁ ବି ବଡ଼ ଆଉ ସେଇ ବଡ଼ ମନ ହିଁ ଏକ ବିରାଟ ପାହାଡ଼ର ଛାତି ଚିରି ଦୁର୍ଗମ ଗାଁକୁ ଫିଟାଇ ଦେଇଛି ସବୁ ଦିନିଆ ରାସ୍ତା। ଦୀର୍ଘ ୩୦ ବର୍ଷର ଅକ୍ଲାନ୍ତ ପରିଶ୍ରମର ପରିଚୟ ବିଳମ୍ବରେ ମିଳିଛି ସତ, ହେଲେ କୋଟି କୋଟି ମଣିଷମାନଙ୍କ ଭିତରେ ଆଜି ହୀରା ଭଳି ଝଟକାଇଛି। ଅପାଠୁଆ ହରିହରଙ୍କୁ ପ୍ରକୃତି ଓ ପରିସ୍ଥିତି ଆଗରେ ହାର ମାନିନଥିବା ହରିହରଙ୍କୁ ନେଇ ଏବେ ଜୋରସୋରରେ ସଚାଲିଛି ଚର୍ଚ୍ଚା। ନୟାଗଡ଼ ଓଡ଼ଗାଁ ବ୍ଲକର ଅପହଞ୍ଚ ତୁଲୁବି ଗାଁର ଅଦମ୍ୟ ଇଚ୍ଛାଶକ୍ତିର ମଣିଷ ଟିଏ।
ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଗାଁ ହେଉଛି ତୁଲୁବି । ପାହାଡ଼ି ଇଲାକାରେ ଥିବା ତୁଲୁବି ଗାଁକୁ ବିଗତ ଦିନରେ ଗମନାଗମନ ଓ ପରିବହନ ପାଇଁ କୌଣସି ସୁବିଧା ନଥିଲା । ଗାଁ ରାସ୍ତାର ଏଭଳି ଦୂରାବସ୍ଥା ଗଭୀର ଭାବରେ ଆଘାତ ଦେଇଥିଲା ତୁଲୁବି ଗାଁର ଦୁଇ ଭାଇ କୃଷ୍ଣ ବେହେରା ଓ ହରି ବେହରାଙ୍କୁ ।
ପେଶା ଶିକ୍ଷକ, ନିଶା ପରିବେଶ ସୁରକ୍ଷା । ପରିଚୟ ସମସ୍ତଙ୍କ ପ୍ରିୟ ଗଛ ସାର । ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଗଛ ସାରଙ୍କ ନାମରେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ । ଗଛ ପାଇଁ ଦେଇଛନ୍ତି ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ, ଆଉ ସୃଷ୍ଟି କରିଛନ୍ତି ସବୁଜ ବଳୟ । ତେବେ କିଛି ଦିନ ହେବ ଗଛ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବି ହେଉଛି ।
ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା
ମାତ୍ର ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ । ହେଲେ ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା । ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା।
ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି ।