• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତାକାଲିଠୁ ରାଜ୍ୟକୁ ଆସୁଛି ଆଉ ଏକ ପଶ୍ଚିମାଝଡ଼ । ଏହାର ପ୍ରଭାବରେ ଆସନ୍ତା ୩୦ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ୩୧ ତାରିଖରେ ଉପକୂଳ ଓଡ଼ିଶା ର କେତେକାଂଶରେ ପ୍ରବଳ ବର୍ଷାର ପୂର୍ବାନୁମାନ ସହ ଚାଷୀଙ୍କୁ ସତର୍କ କରିଛି ପାଣିପାଗ ବିଭାଗ। ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।

ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

୩୧ ତାରିଖରେ ସାରା ରାଜ୍ୟରେ ବର୍ଷା ସହ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୩୧ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ ଏବଂ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟରେ ଗତ କିଛିଦିନ ହେବ କାଳବୈଶାଖୀ ସହ ପଶ୍ଚିମାଝଡ ଲାଗି ରହୁଛି ।

ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ହେବା ସହ ବର୍ଷା ହେଉଛି । ବିଶେଷକରି କେତେକାଂଶ ସ୍ଥାନରେ କୁଆପଥର ହୋଇଛି । କୁଆପଥର ଯୋଗୁଁ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଛି ।