• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡି ବିଜେଡି କଳି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ । ସେ ସିଧାସଳଖ ସୌମ୍ୟଙ୍କ ଉଦେଶ୍ୟରେ ଲେଖିଛନ୍ତି ଯେ, ନବୀନ ବାବୁଙ୍କ ଗୋଡ଼ ଧରି ଟିକଟ ପାଇ ବିଧାୟକ ହୋଇଛନ୍ତି ସୌମ୍ୟ ପଟ୍ଟନାୟକ ।

ରାଜ୍ୟ ସରକାର ଓ ଅମଲାତନ୍ତ୍ର ବ୍ୟବସ୍ଥାକୁ ନେଇ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ସବୁବେଳେ ସମାଲୋଚନା କରି ଆସିଛନ୍ତି । ନିକଟରେ ପୁଣି ଥରେ ଏକ କାର୍ଯ୍ୟକ୍ରମରେ ଏଭଳି ସମାଲୋଚନା କରିଥିବାରୁ ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକା ଟ୍ୱିଟ୍ କରି ସୌମ୍ୟଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ ଲେଖିଛନ୍ତି ‘୪ ଥର ନିର୍ବାଚନ ହାରିବା ପରେ ନବୀନ ବାବୁଙ୍କ ଗୋଡ଼ ଧରି ବିଜେଡି ଟିକେଟରେ ବିଧାୟକ ହେଲେ । ବିଧାୟକ ହେବାର ୪ ବର୍ଷ ପରେ ଖଣ୍ଡପଡ଼ା ଲୋକଙ୍କ କଣ ସ୍ୱାର୍ଥ ସାଧନ କରିଛନ୍ତି ବୋଲି ସେ ସୌମ୍ୟଙ୍କୁ ପ୍ରଶ୍ନ କରିଛନ୍ତି । ନିଜର  ସ୍ୱାର୍ଥ ପାଇଁ ଏବେ ଚରାଚରିତ ଢଙ୍ଗରେ ଅନ୍ୟ କାନ୍ଧରେ ବନ୍ଧୁକ ଫୁଟାଇବାକୁ ଚେଷ୍ଟା କରିଛନ୍ତି ବୋଲି ସେ ଟ୍ୱିଟ୍‌ରେ ଲେଖିଛନ୍ତି ।’

ଅଧିକ ପଢ଼ନ୍ତୁ: ବିଧାନସଭାରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ..

ସେପଟେ ଅନୁଭବଙ୍କ ଟ୍ୱିଟ୍‌କୁ ନେଇ ପ୍ରତିକ୍ରିୟା ରଖି ସୌମ୍ୟ କହିଛନ୍ତି, ‘ଭଗବାନ ତାଙ୍କର ମଙ୍ଗଳ କରନ୍ତୁ’ । ଦୁଇ ଦିନ ତଳେ କଟକ ର ଏକ କାର୍ଯ୍ୟକ୍ରମ ଯୋଗ ଦେବା ଅବସରରେ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟ। ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ସମ୍ଭବ ହେଉନି । ମନ୍ତ୍ରିମଣ୍ଡଳର ସଭ୍ୟ ବଡ଼ କି ସଚିବ ବଡ଼ ସେନେଇ ସାଧାରଣ ଜନତା ଓ ଭୋଟର ସନ୍ଦେହରେ ବୋଲି କହିଥିଲେ ସୌମ୍ୟରଂଜନ ।