Advertisment

ନୟାଗଡ଼ରେ ଚାଲିଛି କୃଷିମେଳା...ଚାଷୀ କହୁଛନ୍ତି ଆମେ ଜାଣିନୁ...

ଛୋଟ କାଟିଆ ନୁହଁ ଆଜ୍ଞା ୟେ.. ପୂରା ବଡ଼ ଧରଣର ମାନେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା.. ରାଜ୍ୟ ମୁଖିଆଙ୍କ ହୋଡିଂ ମଧ୍ୟ ଲାଗିଚି..ଏଣ୍ଟ୍ରି ପୂରା ଶାନଦାର..।

author-image
Sarbeswar
ଅଦ୍ୟତନ ହୋଇଛି
Nayagarh Krushi Mela 2023

Nayagarh Farmer Issue

କିଏ କହିଲା ଚାଷୀ ଭାଇଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ । ବିରୋଧୀ ସୁଖିଲାଟାରେ ବଡବଡ ହେଉଛନ୍ତି.. ନୟାଗଡ଼ ରେ ଚକାକକ୍ ଆରେଞ୍ଜମେଣ୍ଟ ହେଇଛି ଚାଷୀଙ୍କ ପାଇଁ। ଯାହାକୁ ନେଇ ପୂରା ଜିଲ୍ଲାରେ ଜୋର ଧରିଛି ଚର୍ଚ୍ଚା। ଛୋଟ କାଟିଆ ନୁହଁ ଆଜ୍ଞା ପୂରା ବଡ଼ ଧରଣର ମାନେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ପଡିଛି। ରାଜ୍ୟ ମୁଖିଆଙ୍କ ହୋଡିଂ ମଧ୍ୟ ଲାଗିଛି। ହେଲେ ଭିତରକୁ ଗଲେ ସବୁ ସତ ସାମ୍ନାକୁ ଆସିବ।

Advertisment

ଲାଇଟିଂ ଯିନ୍ତି.. ସାଉଣ୍ଡ ବି ସିନ୍ତି..ଚାରିଆଡେ ସବୁଜିଆ ସବୁଜିଆ ଦେଖାଯାଉଥିଲା । ମଞ୍ଚ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମାହୋଲ ପୂରା ରଙ୍ଗାରଙ୍ଗା ବି ଥିଲା । ମନ୍ତ୍ରୀ ଫିତା କାଟି ଉଦଘାଟନ କରିଛନ୍ତି। ଚାଷୀ ଓ ଚାଷର ଉନ୍ନତି ପାଇଁ ବିଜେଡି ସରକାର କେତେ କଣ କରୁଛନ୍ତି । କୋଟି କୋଟି ଖର୍ଚ୍ଚ କରି କାଳିଆ, ପିଠା, ଆତ୍ମା ଯୋଜନା କରିଛନ୍ତି । ଏତେ ସଜବାଜ କରି ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳା କରିଛନ୍ତି । ଆଉ ଚାଷୀ କିନ୍ତୁ କହୁଛନ୍ତି ଆମେ କିଛି ଜାଣିନୁ । କୃଷି ଯନ୍ତ୍ରପାତି ମେଳାରେ ଚାଷୀଙ୍କୁ ଦେଖିବାକୁ ମିଳିନଥିଲା । ବରଂ ଚେୟାର ଫାଙ୍କା, ଷ୍ଟଲ୍ ଖାଁ ଖାଁ ଥିଲା।

ଅଧିକ ପଢ଼ନ୍ତୁ: ଧାନ ଉଠିଲାନି ବୋଲି ଜୀବନ ହାରିଦେଲେ ଚାଷୀ, ତା’ପରେ ଉଠିଲା ଧାନ..!

ଜିଲ୍ଲାସ୍ତରୀୟ ଏହି କୃଷି ମେଳାର ସଫଳତାକୁ ନେଇ ଖୋଦ୍ ଚାଷୀ ବି ଉଠାଇଛନ୍ତି ପ୍ରଶ୍ନ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଓ ଯନ୍ତ୍ରପାତି ସମ୍ପର୍କରେ ଚାଷୀଙ୍କୁ ସଚେତନତା କରାଇବା ଲକ୍ଷ୍ୟରେ ୪ ଦିନ ପାଇଁ କୃଷିଯନ୍ତ୍ରପାତି ମେଳା ହେଇଛି । ହେଲେ ଆଶ୍ଚର୍ଯ୍ୟର କଥା ନୟାଗଡ଼ ଚାଷୀମାନଙ୍କୁ ଏ ବାବଦରେ କୌଣସି ସୂଚନା ନାହିଁ । କୃଷି ମେଳା ସମ୍ପର୍କରେ ଚାଷୀଙ୍କୁ ସଠିକ ଭାବେ ପୂର୍ବ ସୂଚନା ଦିଆଯାଇନଥିବାରୁ ସେମାନେ ମେଳାକୁ ଆସିପାରି ନଥିବା କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠିଛି କୃଷି ବିଭାଗର ଏଭଳି ବଡ଼ ଆୟୋଜନ କାହା ସ୍ୱାର୍ଥରେ ?

Advertisment

ମେଳାରେ ପାଠଶାଳା କରାଯାଇ ପ୍ରତ୍ୟହ ୧୦୦ ଚାଷୀଙ୍କୁ ନୂଆ ଟୋକ୍ଟୋଲୋଜି ଓ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଆବଶ୍ୟକତା, ସଵସିଡ଼ି ଆଦି ଉପରେ ସଚେତତନା କରାଯିବା ଲକ୍ଷ୍ୟ ଥିଲା । ହେଲେ କାଁ ଭାଁ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଚାଷୀଙ୍କୁ ନେଇ ନାମକୁ ମାତ୍ର ଚାଲିଲା ମେଳା ।  ସାଧିତ ହେଲାନି ବୃହତ ଲକ୍ଷ୍ୟ...

ଏହି କୃଷି ମେଳା ନେଇ ଜିଲା କୃଷି ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସମସ୍ତ ସୂଚନା ଦିଆଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥାନ ପରିବର୍ତ୍ତନ ହେବାରୁ ଚାଷୀମାନଙ୍କ ନିକଟରେ ଖବର ପହଞ୍ଚି ପାରିଲା ନାହିଁ ।  ବହୁ ଆଡମ୍ବର ଲଘୁକ୍ରିୟା ଭଳି ସରକାରଙ୍କ କୃଷି ମେଳାର ସ୍ଥିତି ହୋଇଛି । ଦେଖାଯାଉ କୃଷି ବିଭାଗ ଆଗକୁ କଣ କଣ କରୁଛି...`

ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Odisha Farmer Special Story
Advertisment
Advertisment