• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବ୍ୟାଙ୍କ ଓ ଗ୍ରାହକଙ୍କୁ ଚୂନ ମାରି ୮୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରି ଫେରାର ହୋଇଗଲା ବ୍ୟାଙ୍କ ବଣିଆ l ଫସିଗଲ ଗ୍ରାହକ l ନିଜର ସୁନା କେମିତି ଫେରିପାଇବେ ସେଇ ଚିନ୍ତାରେ ଏବେ କାନାରା ବ୍ୟାଙ୍କର କର୍ମଚାରୀ l ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଶିଖରପୁର କାନାରା ବ୍ୟାଙ୍କରେ ଘଟିଛି ଏଭଳି ଅଭାବନୀୟ ଘଟଣା l ପ୍ରାୟ ୨୧ରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ନାମରେ କାରସାଦୀ କରି ନକଲି ସୁନା ବନ୍ଧକ ରଖି ପ୍ରାୟ ୫୮ ଲକ୍ଷ ଟଙ୍କା ବ୍ୟାଙ୍କ ବଣିଆ ନୀଳମାଧବ ଆଚାରୀ ଠକେଇ କରିଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଛି l

ନୀଳମାଧବ ନିଜେ ବ୍ୟାଙ୍କ କର୍ମଚାରୀ ହୋଇଥିବାରୁ ନିଜେ ସୁନା ରଖି ଋଣ ଆଣିପାରିନଥିଲେ l ବରଂ ନିଜର ଚିହ୍ନା ପରିଚିତ ଲୋକଙ୍କୁ ହାତ କରି ନିଜ ସୁନା ଦେଇ ବ୍ୟାଙ୍କରୁ ଋଣ ହାତେଇଥିବା ସମ୍ପୃକ୍ତ ବଣିଆଙ୍କ ନାମରେ ଅଭିଯୋଗ ହୋଇଛି l ହେଲେ ପରେ ଜଣାପଡିଥିଲା ଯେ ବନ୍ଧକ ଥିବା ସୁନା ନକଲି ବୋଲି l ବ୍ୟାଙ୍କରେ ଅଡିଟ ସମୟରେ ବନ୍ଧକ ଥିବା ସୁନା ଅଳଙ୍କାର ନକଲି ବୋଲି ଜଣାପଡିଥିଲା l ତେବେ ଏନେଇ ଗ୍ରାହକଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖବର ଦେବା ପରେ ଏବେ ଚିନ୍ତା ବଢିଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମିତି କାଣ୍ଡ ଘଟାଇବା ପରେ ନିଜ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି ନୀଳମାଧବ । ତେବେ ନକଲି ସୁନା ଏତେ ମାତ୍ରାରେ କେଉଁଠୁ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ l ଏପଟେ ପୁରା ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଶରଣକୁଳ ଥାନା ଅଧିକାରୀ ।

(ନୟାଗଡରୁ ଜୟେନ୍ଦ୍ର ବେହେରାଙ୍କ ରିପୋର୍ଟ)