ବାହାଘର ବେଳେ ଦେଢଲକ୍ଷ ଟଙ୍କା ନେଲେ, ଜାନିଯୌତୁକ ବି ନେଲେ । ଏବେ ପୁଣି କାର ମାଗୁଥିଲେ...ଅନେକ ସମୟରେ ମାରପିଟ୍ ବି କରୁଥିଲେ । ସଙ୍ଗେ ସଙ୍ଗେ କାର ଦେବା ସମ୍ଭବ ନହେବାରୁ ନବବଧୂକୁ ମାରିଦେଲେ ଶାଶୂଘର ଲୋକେ । ଘର ଲୋକ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା
ଶେଷ ପର୍ଯ୍ୟାୟରେ ଷ୍ଟେସନ ଓ ଟ୍ରାକ୍ କାମ । ଷ୍ଟେସନ କାର୍ଯ୍ୟର ସମୀକ୍ଷା କଲେ ରେଳ ସୁରକ୍ଷା ଆୟୁକ୍ତ ଓ ଖୋର୍ଦ୍ଧା D.R.M ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଂଟା ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ଜାରି ହୋଇଛି । ୪ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
୫-ଟି ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି । ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍?
5T ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଯୋଗୁ ଆମ୍ବୁଲାନସ ମଧ୍ୟ ଫସି ରହିଥିଲା।
ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର।
ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ,ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ।
ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି।
ଇଏ କେମିତିକା ପ୍ରେମ ? ଭଲପାଇଲେ...ବାହା ହେଲେ....ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡିଦେଲେ । ଏବେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ପୁଷ୍ପଲତା । ସ୍ୱାମୀ ଫୋନ୍ କରୁନାହାନ୍ତି...ମାଆ କୋଳରେ ବଞ୍ଚିବାକୁ ଗେଂଜିଛନ୍ତି ମୁଣ୍ଡ ।
ଏମିତି ସରପଂଚଙ୍କୁ ସାଲ୍ୟୁଟ୍ । ଘର ଭିତରେ ଶବରେ ସାଲୁବାଲୁ ହେଉଥିଲେ ପୋକ ...ଗନ୍ଧରେ କେହି ପାଖ ମାଡୁନଥିଲେ । ବାସ୍ ଏଇ ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ ସରପଞ୍ଚ । କାନ୍ଧରେ ଶବ କାନ୍ଧେଇଲେ...ଶ୍ମଶାନ ନେଇ ସଂସ୍କାର କଲେ
ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା।
ନିଖୋଜର ୩ ଦିନ ପରେ ଉଦ୍ଧାର ହେଲେ ବୃଦ୍ଧ। ନିଜେ କୁଆଡ଼େ ରଚିଥିଲେ ନିଖୋଜର ଏହି ମହା ନାଟକ।
ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ।
ଚାରିପଟେ ଜନ ଗହଳି ଥିବାରୁ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ଖାନ ତଲାସୀ କରିଥିଲା ବନ ବିଭାଗର ଏକ ଟିମ ।
ନିମାପଡ଼ାରେ ୨ ହଜାର ବର୍ଗଫୁଟର ଗୋଟିଏ ହଲ, ୬୦ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ କାର, ଦୁଇଟି ବାଇକ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଜି ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।
ପିଲାଟି ଦିନରୁ ପାଳିଥିଲା... ପାଠ ପଢାଇଲା, ଚାକିରି ବି କରାଇଲା । ଏବେ ବଡ଼ ହେବା ପରେ ବ୍ରାହ୍ମଣ ଘରେ ବାହା ଦେଲା । ୭ ଜନ୍ମର ସାଥୀ ହେବାକୁ ଅଗ୍ନିଙ୍କ ଆଗରେ ଶପଥ କଲେ ଜିନା ଓ ଜିତେନ୍ଦ୍ର.... ଉପସ୍ଥିତ ଥିଲେ ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀ ।
ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି।
କହୁଛନ୍ତି ପାଞ୍ଚ ଶହ ନଦେଲେ ହେବନି ପୋଷ୍ଟମର୍ଟମ । ଉପାୟ ନପାଇ ଲାଞ୍ଚ ଦେଉଛନ୍ତି ମୃତକଙ୍କ ମ୍ରିୟମାଣ ପରିବାର ।
ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି ?
ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନିଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?
ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଦୁଇ ଦିନ ଧରି ଖାଡ଼ା ଉପବାସରେ ରହିଛନ୍ତି ନୟାଗଡ଼ କଣ୍ଟିଲୋ ନୀଳମାଧବ ।
ବିଲ କାମ କରିବାକୁ ଯାଇଥିଲେ, ଘଡଘଡିରେ ଜୀବନ ଚାଲିଗଲା । ପ୍ରଶାସନ ପାଖକୁ ଦୌଡି ଦୌଡି ୭ ବର୍ଷ ହେଲା କିନ୍ତୁ ସହାୟତା ମିଳିଲାନି । ସରକାରୀ ଯୋଜନା ତାହାଲେ କାହାପାଇଁ ?
ଏମିତି ରାଜନେତାଙ୍କୁ କହିବ କଣ? ଦୁହେଁ ଝଗଡା ଲାଗିଲେ, ପଂଚାୟତର ବିକାଶ ବନ୍ଦ ହେଲା । ଏବେ ଗାଁ ଲୋକ ମିଟିଂ କରିବା ପରେ ମନମାଳିନ୍ୟ ଦୂର ହେଲା...ପଂଚାୟତର ବିକାଶ ନେଇ ଶପଥ ନେଲେ ଦୁଇ ନେତା
ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ ଯୋଡ଼ି ଯୁଗ ଯୁଗର।