ପଥରର ଛାତିକୁ ଚିରି ଅନବରତ ଭାବେ ଜଙ୍ଗଲ ଭିତରେ ଅଙ୍କା ବଙ୍କା ହୋଇ ବୋହି ଯାଉଛି ଝରଣାର ପାଣି । ତାକୁ ଯିଏ ଥରେ ଦେଖିବ, ସେହି ଜଙ୍ଗଲ ଭିତରେ ଘଡିଏ ଅଟକି ଯିବ । ଆଉ ତା’ ସୌନ୍ଦର୍ଯ୍ୟର ପ୍ରେମରେ ପଡିଯିବ ।
ଲାଗୁଛି ଜଙ୍ଗଲ ଭିତରେ କିଏ ବଡ଼ ବଡ଼ ପଥର ଖଣ୍ଡ ସବୁ ଆଣି ସଜାଇ ଥୋଇ ଦେଇଛି.. ଆଉ ପଥର ଖଣ୍ଡ ଫାଙ୍କ ଦେଇ ସ୍ୱର୍ଗରୁ ଖସୁଛି କାଚକେନ୍ଦୁ ଭଳି ଥଣ୍ଡା ଥଣ୍ଡା ପାଣି.. ଓଃ ଏଇ ଶବ୍ଦ କାହାରିକୁ ବି ଘଡ଼ିଏ ଆନମନା କରିଦେବ..
ଚାଲନ୍ତୁ ପାଟାବାନ୍ଦା ଜଳପ୍ରପାତ ଯିବା.. ବଣ ଭୋଜିଟେ କରିବା.. ବ୍ୟସ୍ତବହୁଳ ଜୀବନରୁ ଘଡ଼ିଏ ଚୋରାଇ ଏଇଠି ପ୍ରକୃତିର କୋଳରେ ହଜିଯିବା.. ଆସନ୍ତୁ..
ଏପଟେ ପକୋଡା ଛଣା ଚାଲିଛି.. ସେପଟେ ଅଦା, ରସୁଣ ଛେଚା ହେଉଛି.. ମସଲା ପ୍ରସ୍ତୁତ ହେଲେ ମଟନ କସାରେ ହେବ.. କାରଣ ଆଜି ଏମାନଙ୍କ ପିକନିକ୍.. ପରିବାର, ସମ୍ପର୍କୀୟଙ୍କୁ ନେଇ କପ୍ତିପଦା କାଳ ଡ୍ୟାମରେ ଡେରା ପକାଇଛନ୍ତି ଏମାନେ..
ଚାଲିଛି ପର୍ଯ୍ୟଟନ ଋତୁ....ଅବକାଶ ଛୁଟି କାଟିବାକୁ ସମସ୍ତେ ବ୍ୟସ୍ତ । ମାଛକାନ୍ଦଣା ଜଳପ୍ରପାତରେ କିଏ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି । କିଏ ସେଲ୍ଫି ନେଉଛି ତ...ଆଉ କିଏ ସୁଆଦିଆ ଖାଦ୍ୟ ତିଆରିରେ ବ୍ୟସ୍ତ । । ହେଲେ ଜଳପ୍ରପାତ ପାଖକୁ ଯିବା ରାସ୍ତା ଖରାପ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।
ଗୋଟିଏ ସ୍ଥାନରେ ୪ଟି ପ୍ରପାତର ମଜା ଉଠାଇପାରିବେ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଂଚଳବାସୀଙ୍କ ଦାବି ।
ଥଣ୍ଡା ଥଣ୍ଡା ପାଗରେ ଆସ ବୁଲିଯିବ ଦେଓଝର। ପାହାଡ ଉପରୁ ପଡୁଥିବ ଝରଣାର ଗଦଗଦ ପାଣି...ହାଣ୍ଡିରେ ଫୁଟୁଥିବ ମାଂସ ଝୋଳ...ଗାଧେଇ ଆସିବା ପରେ ଗରମ ଗରମ ଭାତ ସାଙ୍ଗକୁ ମାଂସ ଝୋଳ...ଓଃ ମାହୋଲ ପୂରା ଜମିଯିବ
ପାହାଡରୁ ଆସୁଥିବା ଝରଣା ପାଣିକୁ ଅଟକାଇ ଦେଲେ । ବାଲି ଓ ପଥରରେ ଗଢିଦେଲେ ବନ୍ଧ । ସରକାରଙ୍କଠାରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି । କେବଳ ଶ୍ରମଦାନ କରି ରଚିଦେଲେ ଇତିହାସ । ସାରା ଅଞ୍ଚଳ କହୁଛି ସାବାସ୍ ସାବାସ୍।
ପୌରାଣିକ କାହାଣୀର କଥା କହେ ଏହି ପୀଠ। ଯିଏ ଥରେ ଏଠାକୁ ଆସିଛି, ଏହାର ପ୍ରକୃତି ପ୍ରେମରେ ପଡି ଯିବାକୁ ମନ ବଳାଏ ନାହିଁ। ଆମ ଓଡ଼ିଶାରେ ରହିଛି ଏମିତି ଏକ ପର୍ଯ୍ୟଟନସ୍ଥଳୀ..
ଗତ ୨୬ ତାରିଖ ଦିନ ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ ଡେଇଁ ନିଖୋଜ ଯୁବକ ଯୁବତୀ ନିଖୋଜ ଥିଲେ। ଉଭୟେ ଏକ ବାଇକରୁ ଓହ୍ଲାଇ ଦୁଇ ଜଣ ଜଳ ପ୍ରପାତରେ ଡେଇଁ ପଡିଥିଲେ। ଜଳପ୍ରପାତ ନିକଟରୁ ବାଇକ୍, ପୋଷାକ, ସୁଇସାଇଡ୍ ନୋଟ୍ ମିଳିଥିଲା।
ଜଳପ୍ରପାତରେ ୫୦ ଫୁଟ୍ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।